CAA ବିବାଦ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି; ୨୦୦ରୁ ଅଧିକ ଆବେଦନ ଦାୟର

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି । CAAକୁ ବିରୋଧ କରି ଦାୟର ହୋଇଥିବା ପ୍ରାୟ ୨୦୦ରୁ ଅଧିକ ଆବେଦନ ଆଜି ଶୁଣାଣି କରିବେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ । ୨୦୧୯ରେ ସଂସଦରେ ସିଏଏ ପାରିତ ହୋଇଥିଲା । ଏହା ପରଠାରୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଦୁଇ ଶହରୁ ଅଧିକ ଯାଚିକା ଦାୟର ହୋଇଛି । ଇଣ୍ଡିଆନ୍ ୟୁନିୟନ ଅଫ୍ ମୁସଲିମ୍ ଲିଗ୍, ମାର୍ଚ୍ଚ ୧୨ ତାରିଖରେ ନାଗରିକତା ସଂଶୋଧନ ଆଇନ ଉପରେ ତତ୍କାଳ ରୋକ୍ ଲଗାଇବାକୁ ଦାବି କରିଥିଲେ । ସେପଟେ ଲୋକସଭା ସାଂସଦ ଏବଂ ଏଆଇଏମଆଇଏମର ପ୍ରମୁଖ ଅସଦୁଦ୍ଦିନ ଓଓ୍ବେସି ସିଏଏ ଦେଶରେ ଲାଗୁ ନକରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।  ଗୃହ ମନ୍ତ୍ରାଳୟ ମାର୍ଚ୍ଚ ୧୧ ତାରିଖରେ ସାରା ଦେଶରେ ନାଗରିକତା ସଂଶୋଧନ ଅଧିନିୟମକୁ ଲାଗୁ ଘୋଷଣା କରିଥିଲା । ଏହି ଆଇନ ଅନୁଯାୟୀ, ଭରତର ପଡୋଶୀ ଦେଶରେ ରହୁଥିବା ସଂଖ୍ୟା ଲଘୁ ସମ୍ପ୍ରଦାୟ ଲୋକଙ୍କୁ ନାଗରିକତା ମିଳିବ । ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରେ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ହିନ୍ଦୁ, ଜୈନ, ବୌଦ୍ଧ, ଇସାଇ ଏବଂ ପାର୍ସି ଶରଣାର୍ଥିଙ୍କୁ ବିନା ଭାରତୀୟ ଭିଜାରେ ନାଗରିକତା ମିଳିବ । ସେପଟେ ନାଗିରକ ସଂଶୋଧନ ଆଇନ ହଟିବ ନାହିଁ । ସିଏଏକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ବିରୋଧୀଙ୍କୁ ରୋକ୍ ଠ

CAA ବିବାଦ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି; ୨୦୦ରୁ ଅଧିକ ଆବେଦନ ଦାୟର

ନୂଆଦିଲ୍ଲୀନାଗରିକତା ସଂଶୋଧନ ଆଇନକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି । CAAକୁ ବିରୋଧ କରି ଦାୟର ହୋଇଥିବା ପ୍ରାୟ ୨୦୦ରୁ ଅଧିକ ଆବେଦନ ଆଜି ଶୁଣାଣି କରିବେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ । ୨୦୧୯ରେ ସଂସଦରେ ସିଏଏ ପାରିତ ହୋଇଥିଲା । ଏହା ପରଠାରୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଦୁଇ ଶହରୁ ଅଧିକ ଯାଚିକା ଦାୟର ହୋଇଛି । ଇଣ୍ଡିଆନ୍ ୟୁନିୟନ ଅଫ୍ ମୁସଲିମ୍ ଲିଗ୍, ମାର୍ଚ୍ଚ ୧୨ ତାରିଖରେ ନାଗରିକତା ସଂଶୋଧନ ଆଇନ ଉପରେ ତତ୍କାଳ ରୋକ୍ ଲଗାଇବାକୁ ଦାବି କରିଥିଲେ । ସେପଟେ ଲୋକସଭା ସାଂସଦ ଏବଂ ଏଆଇଏମଆଇଏମର ପ୍ରମୁଖ ଅସଦୁଦ୍ଦିନ ଓଓ୍ବେସି ସିଏଏ ଦେଶରେ ଲାଗୁ ନକରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।  

ଗୃହ ମନ୍ତ୍ରାଳୟ ମାର୍ଚ୍ଚ ୧୧ ତାରିଖରେ ସାରା ଦେଶରେ ନାଗରିକତା ସଂଶୋଧନ ଅଧିନିୟମକୁ ଲାଗୁ ଘୋଷଣା କରିଥିଲା । ଏହି ଆଇନ ଅନୁଯାୟୀ, ଭରତର ପଡୋଶୀ ଦେଶରେ ରହୁଥିବା ସଂଖ୍ୟା ଲଘୁ ସମ୍ପ୍ରଦାୟ ଲୋକଙ୍କୁ ନାଗରିକତା ମିଳିବ । ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରେ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ହିନ୍ଦୁ, ଜୈନ, ବୌଦ୍ଧ, ଇସାଇ ଏବଂ ପାର୍ସି ଶରଣାର୍ଥିଙ୍କୁ ବିନା ଭାରତୀୟ ଭିଜାରେ ନାଗରିକତା ମିଳିବ । 

ସେପଟେ ନାଗିରକ ସଂଶୋଧନ ଆଇନ ହଟିବ ନାହିଁ । ସିଏଏକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ବିରୋଧୀଙ୍କୁ ରୋକ୍ ଠୋକ୍ ଶୁଣାଇଛନ୍ତି । ସିଏଏ ଆଇନକୁ ଫେରାଇ ନିଆଯିବ ନାହିଁ । ଦେଶରେ ଭାରତୀୟ ନାଗରିକତାକୁ ସୁନିଶ୍ଚିତ କରିବା ସ୍ବଂପ୍ରଭୁତା ଅଧିକାରୀ ଏବଂ ଭାରତୀୟ ଜନତା ପାର୍ଟି ଏହାକୁ ନେଇ କୌଣସି ବୁଝାମଣା କରିବ ନାହିଁ । ମୋଦି ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ଏହି ଆଇନକୁ  ଫେରାଇ ନେବା ସମ୍ଭବ ନୁହେଁ ବୋଲି ଶାହା କହିଛନ୍ତି । ଏହାସହିତ ବିରୋଧୀ ଅଯଥାରେ ତୃଷ୍ଟୀକରଣ ରାଜନୀତି କରୁଛନ୍ତି ବୋଲି ସେ କହିଛନ୍ତି ।