CBI ତଦନ୍ତକୁ ନେଇ ମୁହାଁମୁହିଁ ହେଲେ କୋଲକାତା ହାଇକୋର୍ଟର ବିଚାରପତି, ଆଣିଲେ ଗମ୍ଭୀର ଅଭିଯୋଗ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ମେଡିକାଲ୍ ଆଡିମିଶନ ମାମଲାରେ ଜାଲିଆତି ମାମଲାକୁ କୋଲକାତା ହାଇକୋର୍ଟ ଜଜ୍ ମୁହାଁମୁହିଁ ହୋଇଛନ୍ତି । ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ କହିବା ଅନୁସାରେ ତାଙ୍କ ରାୟକୁ ବଦଳାଇଥିବା ଡିଭିଜନ ପୀଠର ମୁଖ୍ୟ ଜଷ୍ଟିସ୍ ସୋମେନ ସେନ୍ ନିଶ୍ଚିତ ରୂପେ କୌଣସି ରାଜନୀତିକ ଦଳ ପାଇଁ କାମ କରୁଛନ୍ତି ଏବଂ ଏଥିପାଇଁ ସେ ଏହି ମାମଲାର ସିବିଆଇ ତଦନ୍ତ ଚାହୁଁନାହାନ୍ତି । ଜଷ୍ଟିସ ଗଙ୍ଗୋପାଧ୍ୟାୟ ହାଇକୋର୍ଟ ରେଜିଷ୍ଟାର ଜେନେରାଲଙ୍କୁ ଅର୍ଡର ଗୋଟିଏ କପି ସିଜେଆଇ ଏବଂ ଅନ୍ୟ ଏକ କପିକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପଠାଇବାକୁ କହିଥିଲେ । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ଜଷ୍ଟିସ ଗଙ୍ଗୋପାଧ୍ୟାୟ କହିଛନ୍ତି, ଜଷ୍ଟିସ ସେନ୍ ନିଶ୍ଚିତ ରୂପେ ରାଜ୍ୟର କୌଣସି ରାଜନୀତିକ ଦଳର ସମର୍ଥନ କରୁଛନ୍ତି । ଏଥିପାଇଁ ଯଦି ସୁପ୍ରିମକୋର୍ଟ ଅନୁଭବ କରୁଛନ୍ତି, ତେବେ ତାଙ୍କ ଖଣ୍ଡପୀଠ ଦ୍ୱାରା ଦିଆଯାଇଥିବା ଆଦେଶ ଉପରେ ପୁଣି ଧ୍ୟାନ ଦିଆଯିବା ଦରକାର । ଜଷ୍ଟିସ୍ ଗଙ୍ଗୋପାଧ୍ୟାୟଙ୍କ ଇସାରା ଟିଏମସି ଆଡ଼କୁ ଥିଲା । ତାଙ୍କ କହିବା ଏହା ଯେ ଜଷ୍ଟିସ୍ ସେନ୍ କିଛି ନାଁ କିଛି ବ୍ୟକ୍ତିଗତ ଲାଭ ପାଇଁ ଶାସକ ଦଳକୁ ସୁରକ୍ଷା ଦେବା ପାଇଁ ଉଦ୍ୟମ କରୁଛନ୍ତି । ଏଥିପାଇଁ ତାଙ୍କ କାର୍ଯ୍ୟ ସନ୍ଦେହ ପରିସରରେ ଅଛି । ପଢନ୍ତୁ: ଜମି କିଣାବିକା ପାଇଁ ଶ୍ରୀମନ୍ଦିର କମିଟିକୁ ଅଧିକାର ପ୍ରସଙ୍ଗ : କେତେ ଜମି ବିକ୍ରି ହୋଇଛି ତଥ୍ୟ ମାଗି

CBI ତଦନ୍ତକୁ ନେଇ ମୁହାଁମୁହିଁ ହେଲେ କୋଲକାତା ହାଇକୋର୍ଟର ବିଚାରପତି, ଆଣିଲେ ଗମ୍ଭୀର ଅଭିଯୋଗ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ମେଡିକାଲ୍ ଆଡିମିଶନ ମାମଲାରେ ଜାଲିଆତି ମାମଲାକୁ କୋଲକାତା ହାଇକୋର୍ଟ ଜଜ୍ ମୁହାଁମୁହିଁ ହୋଇଛନ୍ତି । ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ କହିବା ଅନୁସାରେ ତାଙ୍କ ରାୟକୁ ବଦଳାଇଥିବା ଡିଭିଜନ ପୀଠର ମୁଖ୍ୟ ଜଷ୍ଟିସ୍ ସୋମେନ ସେନ୍ ନିଶ୍ଚିତ ରୂପେ କୌଣସି ରାଜନୀତିକ ଦଳ ପାଇଁ କାମ କରୁଛନ୍ତି ଏବଂ ଏଥିପାଇଁ ସେ ଏହି ମାମଲାର ସିବିଆଇ ତଦନ୍ତ ଚାହୁଁନାହାନ୍ତି । ଜଷ୍ଟିସ ଗଙ୍ଗୋପାଧ୍ୟାୟ ହାଇକୋର୍ଟ ରେଜିଷ୍ଟାର ଜେନେରାଲଙ୍କୁ ଅର୍ଡର ଗୋଟିଏ କପି ସିଜେଆଇ ଏବଂ ଅନ୍ୟ ଏକ କପିକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପଠାଇବାକୁ କହିଥିଲେ ।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ଜଷ୍ଟିସ ଗଙ୍ଗୋପାଧ୍ୟାୟ କହିଛନ୍ତି, ଜଷ୍ଟିସ ସେନ୍ ନିଶ୍ଚିତ ରୂପେ ରାଜ୍ୟର କୌଣସି ରାଜନୀତିକ ଦଳର ସମର୍ଥନ କରୁଛନ୍ତି । ଏଥିପାଇଁ ଯଦି ସୁପ୍ରିମକୋର୍ଟ ଅନୁଭବ କରୁଛନ୍ତି, ତେବେ ତାଙ୍କ ଖଣ୍ଡପୀଠ ଦ୍ୱାରା ଦିଆଯାଇଥିବା ଆଦେଶ ଉପରେ ପୁଣି ଧ୍ୟାନ ଦିଆଯିବା ଦରକାର । ଜଷ୍ଟିସ୍ ଗଙ୍ଗୋପାଧ୍ୟାୟଙ୍କ ଇସାରା ଟିଏମସି ଆଡ଼କୁ ଥିଲା । ତାଙ୍କ କହିବା ଏହା ଯେ ଜଷ୍ଟିସ୍ ସେନ୍ କିଛି ନାଁ କିଛି ବ୍ୟକ୍ତିଗତ ଲାଭ ପାଇଁ ଶାସକ ଦଳକୁ ସୁରକ୍ଷା ଦେବା ପାଇଁ ଉଦ୍ୟମ କରୁଛନ୍ତି । ଏଥିପାଇଁ ତାଙ୍କ କାର୍ଯ୍ୟ ସନ୍ଦେହ ପରିସରରେ ଅଛି ।

ପଢନ୍ତୁ: ଜମି କିଣାବିକା ପାଇଁ ଶ୍ରୀମନ୍ଦିର କମିଟିକୁ ଅଧିକାର ପ୍ରସଙ୍ଗ : କେତେ ଜମି ବିକ୍ରି ହୋଇଛି ତଥ୍ୟ ମାଗିଲେ ହାଇକୋର୍ଟ

ଜାନୁଆରୀ ୨୪ରେ କୋଲକାତା ହାଇକୋର୍ଟରେ ଏକ ଯାଚିକା ଦାଖଲ ହୋଇଥିଲା । ଏଥିରେ କୁହାଯାଇଥିଲା ଯେ ରାଜ୍ୟରେ ଲୋକଙ୍କୁ ମେଡିକାଲ କୋର୍ସରେ ଭର୍ତ୍ତି ପାଇଁ ଜାଲ୍ ଜାତିଗତ ପ୍ରମାଣପତ୍ର ଜାରି କରାଯାଇଛି । ବୁଧବାର ସକାଳେ ଏହି ମାମଲାରେ ପ୍ରଥମେ ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ସାମନାରେ ରଖାଯାଇଥିଲା ।  ସେ ଏହି ମାମଲାରେ ରାଜ୍ୟ ସରକାର ଏବଂ ବେଙ୍ଗଲ ପୋଲିସକୁ କାଠଗଡ଼ାରେ ଠିଆ କରି ସିବିଆଇ ତଦନ୍ତ ଆଦେଶ ଦେଇଥିଲେ । ଜଷ୍ଟିସ୍ ଗଙ୍ଗୋପାଧ୍ୟାୟ କହିଛନ୍ତି ଯେ ଟିଏମସି ନେତା ଶେଖ ଶାହଜହାଁକୁ ଗିରଫ କରିବାରେ ବିଫଳ ବେଙ୍ଗଲ ପୋଲିସ ଉପରେ ଅଧିକ ବିଶ୍ୱାସ ନାହିଁ । ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବରେ ଇଡି ଟିମ୍ ଶାହଜହାଁ ଘରେ ରସାନ ଦୁର୍ନୀତି ମାମଲାରେ ଚଢଉ ପାଇଁ ପହଞ୍ଚିଥିବା ବେଳେ ଟିମ୍ ଉପରେ ଆକ୍ରମଣ ହୋଇଥିଲା ।

ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କ ଅନୁସାରେ ସେ ଏଜି କିଶୋର ଦତ୍ତଙ୍କୁ ଆଦେଶ ଦେଇଥିଲେ ଯେ ସେ ତଦନ୍ତ ପେପର ସିବିଆଇକୁ ହସ୍ତାନ୍ତର କରିବେ । କିଛି ସମୟ ପରେ ଆଡଭୋକେଟ୍ ଜେନେରାଲ ଏହି ମାମଲାକୁ ନେଇ ଅନ୍ୟ ଏକ ଖଣ୍ଡପୀଠ ପାଖକୁ ନେଇଥିଲେ । ଏହି ଡିଭିଜନ୍ ବେଞ୍ଚେ ଜଷ୍ଟିସ ସୋମେନ ସେନ୍ ଏବଂ ଉଦୟ କୁମାର ଥିଲେ । ଏଜି ଦତ୍ତ ଖଣ୍ଡପୀଠକୁ ଅବଗତ କରାଇଥିଲେ ଯେ ଜଷ୍ଟିସ ଗଙ୍ଗୋପାଧ୍ୟାୟ ରାଜ୍ୟକୁ ତଦନ୍ତ କରିବା ପାଇଁ ଆଦେଶ ଦେଇ ନାହାନ୍ତି । ଏହାପରେ ଡିଭିଜନ ବେଞ୍ଚ ସିଙ୍ଗଲ୍ ବେଞ୍ଚର ଆଦେଶ ଉପରେ ରୋକ ଲଗାଇଥିଲେ ।

ଡିଭିଜନ ବେଞ୍ଚ ଆଦେଶରେ କହିଥିଲେ ଯେ ଆବେଦନକାରୀ ନିଜ ଯାଚିକାରେ ସିବିଆଇ ତଦନ୍ତ ଦାବି କରିନଥିଲେ । ଡିଭିଜନ ବେଞ୍ଚ ଏହା ବି କହିଥିଲେ ଯେ ଜଷ୍ଟିସ ଗଙ୍ଗୋପାଧ୍ୟାୟ ଇଡି ଟିମ୍ ଉପରେ ଆକ୍ରମଣକୁ ନଜରରେ ରଖି ଏହି ଆଦେଶ ଦେଇଛନ୍ତି । ତେବେ ଏହି ଦୁଇ ମାମଲା ଅଲଗା-ଅଲଗା ଅଟେ ।

The post CBI ତଦନ୍ତକୁ ନେଇ ମୁହାଁମୁହିଁ ହେଲେ କୋଲକାତା ହାଇକୋର୍ଟର ବିଚାରପତି, ଆଣିଲେ ଗମ୍ଭୀର ଅଭିଯୋଗ appeared first on Prameya News7.