CBI ହେପାଜତରେ ଶାହାଜାହାନ ଶେଖ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଦୁଇ ଦିନ ଅପେକ୍ଷା କରାଇଲା ବେଙ୍ଗଲ ପୋଲିସ
ନୂଆଦିଲ୍ଲୀ: ଦୁଇ ଦିନର ଅପେକ୍ଷା ପରେ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହାଜାହାନ ଶେଖକୁ ସିବିଆଇ ହାତକୁ ଦିଆଯାଇଛି । ପଶ୍ଚିମବଙ୍ଗ ସିଆଇଡି ପୋଲିସ ମେଡିକାଲ ଯାଞ୍ଚ ପରେ ଶେଖକୁ ସିବିଆଇକୁ ହସ୍ତାନ୍ତର କରିଛି । କଲିକତା ହାଇକୋର୍ଟ ବୁଧବାର ପୁଣି ଥରେ ସନ୍ଦେଶଖାଲି ମାମଲାରେ ବେଙ୍ଗଲ ସରକାରଙ୍କୁ ତାଗିଦ କରିଥିଲେ ଏବଂ ଶାହାଜାହାନ ଓ କେସର ସମସ୍ତ କାଗଜପତ୍ର ସିବିଆଇକୁ ଦେବା ପାଇଁ ଆଦେଶ ଦେଇଥିଲେ । ସନ୍ଦେଶଖାଲିରେ ମହିଳାଙ୍କ ସହ କଥିତ ଯୌନ ଉତ୍ପୀଡନ ଏବଂ ଶାରୀରିକ ଶୋଷଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶାହାଜାହାନ ଶେଷରେ ସିବିଆଇ ହେପାଜତକୁ ଆସିଛି । କଲିକତା ହାଇକୋର୍ଟଙ୍କ ଆଦେଶରେ ସିଆଇଡି କେସର କାଗଜପତ୍ର ସହ ଶାହାଜାହାନକୁ କେନ୍ଦ୍ରୀୟ ଏଜେନ୍ସି ହାତରେ ଦେଇଛି । ଏହା ପୂର୍ବରୁ ହାଇକୋର୍ଟ ମଙ୍ଗଳବାର ସଂଧ୍ୟା ପାଞ୍ଚଟା ପୂର୍ବରୁ ଶେଖ ଏବଂ କେସ୍ କାଗଜପତ୍ର ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଆଦେଶ ଦେଇଥିଲେ । ଏହାପରେ ଗତକାଲି ବେଙ୍ଗଲ ସରକାର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ମମତା ସରକାରଙ୍କ ପକ୍ଷରୁ ଅଭିଷେକ ମନୁ ସଙ୍ଘଭୀ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ । ଏହାସହ ମାମଲାର ଶୀଘ୍ର ଶୁଣାଣି ପାଇଁ ନିବେଦନ କରିଥିଲେ, କିନ୍ତୁ ସୁପ୍ରିମକୋର୍ଟ ଏପରି କରିବାକୁ ସ୍ପଷ୍ଟ ମନା କରି ଦେଇଥିଲେ । ଶାହାଜାହାନ ଶେଖ ପ୍ରାୟ ଦୁଇ ମାସ ଯାଏ ଗିରଫଦାରୀରୁ ବଞ୍ଚି ରହିଥିଲା । ଗତ ସପ୍ତାହର
ନୂଆଦିଲ୍ଲୀ: ଦୁଇ ଦିନର ଅପେକ୍ଷା ପରେ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହାଜାହାନ ଶେଖକୁ ସିବିଆଇ ହାତକୁ ଦିଆଯାଇଛି । ପଶ୍ଚିମବଙ୍ଗ ସିଆଇଡି ପୋଲିସ ମେଡିକାଲ ଯାଞ୍ଚ ପରେ ଶେଖକୁ ସିବିଆଇକୁ ହସ୍ତାନ୍ତର କରିଛି । କଲିକତା ହାଇକୋର୍ଟ ବୁଧବାର ପୁଣି ଥରେ ସନ୍ଦେଶଖାଲି ମାମଲାରେ ବେଙ୍ଗଲ ସରକାରଙ୍କୁ ତାଗିଦ କରିଥିଲେ ଏବଂ ଶାହାଜାହାନ ଓ କେସର ସମସ୍ତ କାଗଜପତ୍ର ସିବିଆଇକୁ ଦେବା ପାଇଁ ଆଦେଶ ଦେଇଥିଲେ ।
ସନ୍ଦେଶଖାଲିରେ ମହିଳାଙ୍କ ସହ କଥିତ ଯୌନ ଉତ୍ପୀଡନ ଏବଂ ଶାରୀରିକ ଶୋଷଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶାହାଜାହାନ ଶେଷରେ ସିବିଆଇ ହେପାଜତକୁ ଆସିଛି । କଲିକତା ହାଇକୋର୍ଟଙ୍କ ଆଦେଶରେ ସିଆଇଡି କେସର କାଗଜପତ୍ର ସହ ଶାହାଜାହାନକୁ କେନ୍ଦ୍ରୀୟ ଏଜେନ୍ସି ହାତରେ ଦେଇଛି ।
ଏହା ପୂର୍ବରୁ ହାଇକୋର୍ଟ ମଙ୍ଗଳବାର ସଂଧ୍ୟା ପାଞ୍ଚଟା ପୂର୍ବରୁ ଶେଖ ଏବଂ କେସ୍ କାଗଜପତ୍ର ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଆଦେଶ ଦେଇଥିଲେ । ଏହାପରେ ଗତକାଲି ବେଙ୍ଗଲ ସରକାର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ମମତା ସରକାରଙ୍କ ପକ୍ଷରୁ ଅଭିଷେକ ମନୁ ସଙ୍ଘଭୀ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ । ଏହାସହ ମାମଲାର ଶୀଘ୍ର ଶୁଣାଣି ପାଇଁ ନିବେଦନ କରିଥିଲେ, କିନ୍ତୁ ସୁପ୍ରିମକୋର୍ଟ ଏପରି କରିବାକୁ ସ୍ପଷ୍ଟ ମନା କରି ଦେଇଥିଲେ ।
ଶାହାଜାହାନ ଶେଖ ପ୍ରାୟ ଦୁଇ ମାସ ଯାଏ ଗିରଫଦାରୀରୁ ବଞ୍ଚି ରହିଥିଲା । ଗତ ସପ୍ତାହରେ ବେଙ୍ଗଲ ପୋଲିସ ତାକୁ ଗିରଫ କରିଥିଲା । ଶେଖ ଏବଂ ଏହାର ସମର୍ଥକ ବିରୋଧରେ ସନ୍ଦେଶଖାଲିରେ ଟିଏମସି ପାର୍ଟି କାର୍ଯ୍ୟାଳୟରେ ମହିଳାଙ୍କ ସହ କଥିତ ରୂପେ ଯୌନ ଉତ୍ପୀଡନର ଅଭିଯୋଗ ରହିଛି । ଏହା ବ୍ୟତୀତ ଏହାର ସମର୍ଥକ ଏବଂ ନିଜେ ଶେଖ ଇଡି ଅଧିକାରୀଙ୍କ ଏକ ଟିମ୍ ଉପରେ ଆକ୍ରମଣ କରିଥିବା ଅଭିଯୋଗ ରହିଛି । ଇଡି ଟିମ୍ ଜାନୁଆରୀ 5ରେ ରାସନ ଦୁର୍ନୀତିର ତଦନ୍ତ ପାଇଁ ସନ୍ଦେଶଖାଲିରେ ତାର ପରିସରରେ ତଦନ୍ତ କରିଥିଲା ।
The post CBI ହେପାଜତରେ ଶାହାଜାହାନ ଶେଖ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଦୁଇ ଦିନ ଅପେକ୍ଷା କରାଇଲା ବେଙ୍ଗଲ ପୋଲିସ appeared first on Prameya News7.