CBSE ଦଶମ-ଦ୍ୱାଦଶ ପରୀକ୍ଷା ଆରମ୍ଭ
ନୂଆଦିଲ୍ଲୀ,୧୫।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ପରୀକ୍ଷା ସକାଳ ୧୦:୩୦ ରୁ ଆରମ୍ଭ ହୋଇଛି। ଏହା ଅପରାହ୍ନ ୧:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କିଛି ବିଷୟ ପାଇଁ ପରୀକ୍ଷା ସକାଳ ୧୦.୩୦ରୁ ଅପରାହ୍ନ ୧୨.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ ପୂର୍ବରୁ ଛାତ୍ରୀଛାତ୍ରମାନଙ୍କୁ ସମୟ ଦିଆଯିବ। ଏଥର CBSE ପରୀକ୍ଷା ଭାରତର ୮,୦୦୦ ସ୍କୁଲ ଏବଂ ବିଦେଶର ୨୬ଟି ଦେଶର […] The post CBSE ଦଶମ-ଦ୍ୱାଦଶ ପରୀକ୍ଷା ଆରମ୍ଭ appeared first on Dharitri Odia News.
ନୂଆଦିଲ୍ଲୀ,୧୫।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ପରୀକ୍ଷା ସକାଳ ୧୦:୩୦ ରୁ ଆରମ୍ଭ ହୋଇଛି। ଏହା ଅପରାହ୍ନ ୧:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କିଛି ବିଷୟ ପାଇଁ ପରୀକ୍ଷା ସକାଳ ୧୦.୩୦ରୁ ଅପରାହ୍ନ ୧୨.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ ପୂର୍ବରୁ ଛାତ୍ରୀଛାତ୍ରମାନଙ୍କୁ ସମୟ ଦିଆଯିବ।
ଏଥର CBSE ପରୀକ୍ଷା ଭାରତର ୮,୦୦୦ ସ୍କୁଲ ଏବଂ ବିଦେଶର ୨୬ଟି ଦେଶର ୪୪ ଲକ୍ଷରୁ ଅଧିକ ଛାତ୍ରୀଛାତ୍ରଙ୍କ ପାଇଁ ଅନୁଷ୍ଠିତ ହେଉଛି। ବୋର୍ଡ ପରୀକ୍ଷା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛି, ଯାହାକୁ ଛାତ୍ରୀଛାତ୍ରମାନେ ପାଳନ କରିବା ବାଧ୍ୟତାମୂଳକ ହେବ।
CBSE ଫେବୃଆରୀ ୩ରେ ୨୦୨୫ ବୋର୍ଡ ପରୀକ୍ଷା ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପ୍ରବେଶ ପତ୍ର ପ୍ରକାଶ କରିଥିଲା। ଏହି ପ୍ରବେଶ ପତ୍ରଗୁଡ଼ିକ ପରୀକ୍ଷା ସଙ୍ଗମ ପୋର୍ଟାଲରେ ନିୟମିତ ଏବଂ ବେସରକାରୀ ଉଭୟ ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ କରାଯାଇଛି।
The post CBSE ଦଶମ-ଦ୍ୱାଦଶ ପରୀକ୍ଷା ଆରମ୍ଭ appeared first on Dharitri Odia News.