Ceasefire Violation: ପୁଞ୍ଚ LoC ନିକଟରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼, ଭାରତୀୟ ସେନା ଦେଲା କଡ଼ା ଜାବାବ

ଜମ୍ମୁ କଶ୍ମୀର,୧୨।୨: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ନିୟନ୍ତ୍ରଣ ରେଖା (LoC) ରେ ପାକିସ୍ତାନୀ ସେନା ଦ୍ୱାରା ବୁଧବାର ସନ୍ଧ୍ୟାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପ୍ରଥମେ ପାକିସ୍ତାନୀ ଯବାନମାନେ ଗୁଳି ଚଳାଇଥିଲେ। ପରେ ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ତେବେ ପ୍ରାରମ୍ଭିକ ଭାବେ ଭାରତ ପକ୍ଷରୁ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ତୁରନ୍ତ ରିପୋର୍ଟ ମିଳିନାହିଁ। ପୁଞ୍ଚରେ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ପ୍ରଥମେ ଗୁଳିମାଡ଼ କରାଯାଇଥିଲା। ଭାରତୀୟ ସେନା […] The post Ceasefire Violation: ପୁଞ୍ଚ LoC ନିକଟରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼, ଭାରତୀୟ ସେନା ଦେଲା କଡ଼ା ଜାବାବ appeared first on Dharitri Odia News.

Ceasefire Violation: ପୁଞ୍ଚ LoC ନିକଟରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼, ଭାରତୀୟ ସେନା ଦେଲା କଡ଼ା ଜାବାବ

ଜମ୍ମୁ କଶ୍ମୀର,୧୨।୨: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ନିୟନ୍ତ୍ରଣ ରେଖା (LoC) ରେ ପାକିସ୍ତାନୀ ସେନା ଦ୍ୱାରା ବୁଧବାର ସନ୍ଧ୍ୟାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପ୍ରଥମେ ପାକିସ୍ତାନୀ ଯବାନମାନେ ଗୁଳି ଚଳାଇଥିଲେ। ପରେ ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ତେବେ ପ୍ରାରମ୍ଭିକ ଭାବେ ଭାରତ ପକ୍ଷରୁ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ତୁରନ୍ତ ରିପୋର୍ଟ ମିଳିନାହିଁ।

ପୁଞ୍ଚରେ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ପ୍ରଥମେ ଗୁଳିମାଡ଼ କରାଯାଇଥିଲା। ଭାରତୀୟ ସେନା ଜୋରଦାର ଭାବରେ ଏହାର ଜବାବ ଦେଇଥିଲା। ଏହି ଘଟଣା ପୁଞ୍ଚ ସେକ୍ଟରରେ ଘଟିଛି, ଯେଉଁଠାରେ ପାକିସ୍ତାନ ସେନା ଗୁଳି ଚଳାଇଥିବା ଅନୁମାନ କରାଯାଉଛି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ଭାରତୀୟ ସେନା ଶୀଘ୍ର ପ୍ରତିକ୍ରିୟା ଦେଇଥିବା ସେନା ପକ୍ଷରୁ କୁହାଯାଇଛି।

The post Ceasefire Violation: ପୁଞ୍ଚ LoC ନିକଟରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼, ଭାରତୀୟ ସେନା ଦେଲା କଡ଼ା ଜାବାବ appeared first on Dharitri Odia News.