Champions Trophy 2025: ଦୁବାଇ ଅଭିମୁଖେ ଟିମ୍ ଇଣ୍ଡିଆ, ସାଥିରେ ଗଲେନି ପରିବାର
ମୁମ୍ବାଇ,୧୫।୨: ଭାରତୀୟ କ୍ରିକେଟ ଦଳ ଶନିବାର ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଦୁବାଇ ଗସ୍ତ କରିଛି। ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସମେତ କିଛି ଖେଳାଳି ମୁମ୍ବାଇରୁ ଯାଇଛନ୍ତି। ଟିମ ଇଣ୍ଡିଆ ଦୁଇଟି ଭାଗରେ ଦୁବାଇ ପହଞ୍ଚିବ। ଦଳର ଦ୍ୱିତୀୟ ବ୍ୟାଚ ମଧ୍ୟ ଖୁବ୍ଶୀଘ୍ର ଯିବ। ଭାରତର ପ୍ରଥମ ମ୍ୟାଚ ବାଂଲାଦେଶ ସହିତ ୨୦ ଫେବୃଆରୀରେ ଖେଳାଯିବ। ମୁଖ୍ୟ କୋଚ ଗମ୍ଭୀର, ଅଧିନାୟକ ରୋହିତ, ବିରାଟ କୋହଲି, ୱାଶିଂଟନ […] The post Champions Trophy 2025: ଦୁବାଇ ଅଭିମୁଖେ ଟିମ୍ ଇଣ୍ଡିଆ, ସାଥିରେ ଗଲେନି ପରିବାର appeared first on Dharitri Odia News.
ମୁମ୍ବାଇ,୧୫।୨: ଭାରତୀୟ କ୍ରିକେଟ ଦଳ ଶନିବାର ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଦୁବାଇ ଗସ୍ତ କରିଛି। ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସମେତ କିଛି ଖେଳାଳି ମୁମ୍ବାଇରୁ ଯାଇଛନ୍ତି। ଟିମ ଇଣ୍ଡିଆ ଦୁଇଟି ଭାଗରେ ଦୁବାଇ ପହଞ୍ଚିବ। ଦଳର ଦ୍ୱିତୀୟ ବ୍ୟାଚ ମଧ୍ୟ ଖୁବ୍ଶୀଘ୍ର ଯିବ।
ଭାରତର ପ୍ରଥମ ମ୍ୟାଚ ବାଂଲାଦେଶ ସହିତ ୨୦ ଫେବୃଆରୀରେ ଖେଳାଯିବ। ମୁଖ୍ୟ କୋଚ ଗମ୍ଭୀର, ଅଧିନାୟକ ରୋହିତ, ବିରାଟ କୋହଲି, ୱାଶିଂଟନ ସୁନ୍ଦର, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମନ ଗିଲ ଶ୍ରେୟସ ଆୟର ଏବଂ ଅକ୍ଷର ପଟେଲଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମସ୍ତ ଖେଳାଳି ଟିମ ଇଣ୍ଡିଆର ପ୍ରଥମ ବ୍ୟାଚ୍ର ଅଂଶ ଅଛନ୍ତି।
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପରେ ଏବେ ଟିମ ଇଣ୍ଡିଆକୁ ଚାମ୍ପିଅନ୍ସ ଟ୍ରଫିରେ ତାର ଶକ୍ତି ପ୍ରଦର୍ଶନ କରିବାକୁ ପଡିବ। ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ୧୯ରୁ ଆରମ୍ଭ ହେଉଛି। ଭାରତୀୟ ଦଳ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ଟିମ ଇଣ୍ଡିଆର ସମସ୍ତ ମ୍ୟାଚ ଦୁବାଇରେ ଅନୁଷ୍ଠିତ ହେବ। ତେବେ ଏଥର ଟିମ୍ ଇଣ୍ଡିଆର ଖେଳାଳିମାନେ ପରିବାରବର୍ଗଙ୍କୁ ସାଥିରେ ନେଉ ନାହିଁ। ବିସିସିଆଇର ନୂତନ ନିୟମ ଯୋଗୁ ଏହା ଘଟିଛି।
ବିସିସିଆଇର ନୂତନ ନିୟମ ଅନୁଯାୟୀ, ଯଦି ଟିମ ଇଣ୍ଡିଆର କୌଣସି ଗସ୍ତ ୪୫ ଦିନ କିମ୍ବା ତା’ଠାରୁ ଅଧିକ ସମୟର ହୋଇଥାଏ, ତେବେ ସେମାନଙ୍କ ପରିବାର ସଦସ୍ୟ ସେମାନଙ୍କ ସହିତ ୨ ସପ୍ତାହ ପାଇଁ ଗସ୍ତରେ ରହିପାରିବେ। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ପରାଜୟ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।
The post Champions Trophy 2025: ଦୁବାଇ ଅଭିମୁଖେ ଟିମ୍ ଇଣ୍ଡିଆ, ସାଥିରେ ଗଲେନି ପରିବାର appeared first on Dharitri Odia News.