Champions Trophy ସେମିଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଟିମ୍ ଇଣ୍ଡିଆ, ସମୀକରଣ କିଛି ଏଭଳି…
ନୂଆଦିଲ୍ଲୀ,୧।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ରବିବାର ଭାରତ-ନ୍ୟୁଜିଲାଣ୍ଡୁ ମୁକାବିଲା ସହ ସମାପ୍ତ ହେବ। ଏହାପରେ ମାର୍ଚ୍ଚ ୪ରେ ପ୍ରଥମ ଏବଂ ମାର୍ଚ୍ଚ ୫ରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ହେଲେ ଏଯାବତ ସେମିଫାଇନାଲକୁ କେବଳ ୩ ଦଳ ଯାଇଛନ୍ତି। ଏଥିରେ ଭାରତ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ସାମିଲ ଅଛି। ଆଜି ଅର୍ଥାତ ଶନିବାର ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲାର ଫଳାଫଳ ଆସିବା ପରେ ସେମିଫାଇନାଲ ପାଇଁ ଚତୁର୍ଥ ଟିମ୍ ସ୍ପଷ୍ଟ ହୋଇଯିବ। […] The post Champions Trophy ସେମିଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଟିମ୍ ଇଣ୍ଡିଆ, ସମୀକରଣ କିଛି ଏଭଳି… appeared first on Dharitri Odia News.
ନୂଆଦିଲ୍ଲୀ,୧।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ରବିବାର ଭାରତ-ନ୍ୟୁଜିଲାଣ୍ଡୁ ମୁକାବିଲା ସହ ସମାପ୍ତ ହେବ। ଏହାପରେ ମାର୍ଚ୍ଚ ୪ରେ ପ୍ରଥମ ଏବଂ ମାର୍ଚ୍ଚ ୫ରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ହେଲେ ଏଯାବତ ସେମିଫାଇନାଲକୁ କେବଳ ୩ ଦଳ ଯାଇଛନ୍ତି। ଏଥିରେ ଭାରତ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ସାମିଲ ଅଛି। ଆଜି ଅର୍ଥାତ ଶନିବାର ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲାର ଫଳାଫଳ ଆସିବା ପରେ ସେମିଫାଇନାଲ ପାଇଁ ଚତୁର୍ଥ ଟିମ୍ ସ୍ପଷ୍ଟ ହୋଇଯିବ। ହେଲେ ଭାରତୀୟ ପ୍ରଶଂସକ ଭାରତର କାହାସହ ମୁକାବିଲା ହେବ ତାହା ଜାରିବାକୁ ଉତ୍ସୁକ ଅଛନ୍ତି। ଏନେଇ ଆଧିକାରୀକ ଘୋଷଣା ହେବା ବାକି ଥିବା ବେଳେ ଭାରତ ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହୋଇପାରେ। ଏମିତିରେ ପ୍ରଶଂସକ ହାଇଭୋଲ୍ଟେଜ୍ ମୁକାବିଲାକୁ ଅପେକ୍ଷା କରି ରହିଛନ୍ତି।
ଗ୍ରୁପ୍ ‘ଏ’ରୁ ଦୁଇ ଟିମ୍ ପାକିସ୍ତାନ ଏବଂ ବାଲାଂଦେଶ ବାଦୁ ପଡ଼ିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପହଞ୍ଚିଛନ୍ତି। ସେହିଭଳି ଗ୍ରୁପ୍ ବିରୁ ଏବେ ମାତ୍ର ଗୋଟିଏ ଟିମ୍ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ଟିମ୍ ଟୁର୍ନାମେଣ୍ଟରୁ ବାଦ୍ ପଡ଼ିଛି।
ଇଂଲଣ୍ଡକୁ ହରାଇବା ପରେ ଦକ୍ଷିଣ ଆଫ୍ରିକା ୫ ପଏଣ୍ଟ ପାଇବ। ଏବେ ଦଳ ୩ ପଏଣ୍ଟ ପାଇଛି। ଏମିତିରେ ୪ ପଏଣ୍ଟ ସହ ଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନକୁ ଆସିବ। ଭାରତ-ନ୍ୟୁଜିଲାଣ୍ଡ ୪ ପଏଣ୍ଟରେ ରହିଉନ୍ତି। ଅନ୍ତିମ ଗ୍ରୁପ୍ ଷ୍ଟେଜ୍ ମୁକାବିଲାରେ ଯଦି ଭାରତ ଜିତିଯାଏ ତେବେ ଦଳ ୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ପହଞ୍ଚିବ। ଗ୍ରୁପ୍ ଏ ର ଟପ୍ପର ଟିମ୍ ଗ୍ରୁପ୍ ବିର ନମ୍ବର ୨ ଟିମ୍ ସହ ମୁହାଁମୁହିଁ ହେବ। ଏମିତିରେ ଭାରତ ଏବଂ ଅଷ୍ଟ୍ରେଲିଆ ମାର୍ଚ୍ଚ ୪ରେ ଦୁବାଇରେ ପ୍ରଥମ ସେମିଫାଇନାଲ ମୁକାବିଲା ଖେଳିପାରନ୍ତି।
ଯଦି ସମୀକରଣକୁ ହିସାବ କରାଯାଏ ତେବେ ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର ହେବ। ମାର୍ଚ୍ଚ ୫ରେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ଯଦି ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରେ ତେବେ ଏହି ମୁକାବିଲା ଦୁବାଇରେ ଖେଳାଯିବ।
The post Champions Trophy ସେମିଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଟିମ୍ ଇଣ୍ଡିଆ, ସମୀକରଣ କିଛି ଏଭଳି… appeared first on Dharitri Odia News.