Champions Trophy: ସେମିରେ ଅଷ୍ଟ୍ରେଲିଆ, ବର୍ଷା ଯୋଗୁ ମ୍ୟାଚ୍ ରଦ୍ଦ ହେବା ପରେ ଆଫଗାନିସ୍ତାନ ଆଶା କ୍ଷୀଣ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରଦ୍ଦ ହୋଇଛି । ବର୍ଷା ଯୋଗୁ ମ୍ୟାଚକୁ ରଦ୍ଦ କରିବାକୁ ପଡ଼ିଛି । ଏହାପରେ ଦୁଇ ଟିମକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି । ଏହାସହ ଦୁଇ ଥର ଚାମ୍ପିଅନ୍ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି । ଆଫଗାନିସ୍ତାନ ପ୍ରଥମ ବ୍ୟାଟିଂ କରି ୧୦ ୱିକେଟ୍ ହରାଇ ୨୭୩ ରନ୍ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ଟିମ୍ ୧୨.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୦୯ ରନ୍ କରିଥିଲା ।ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବର୍ଷା ଯୋଗୁ କୌଣସି ପରିଣାମରେ ପହଞ୍ଚି ପାରିନଥିଲା । ମ୍ୟାଚ୍ ରଦ୍ଦ ହେବା ପରେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି । ଅନ୍ୟପଟେ ଆଫଗାନିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାହାର ହେବା ଦ୍ୱାର ଦେଶରେ ପହଞ୍ଚିଛି । ଏବେ ଚତୁର୍ଥ ସେମିଫାଇନାଲିଷ୍ଟ ପାଇଁ ଶନିବାର ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିବ ।ଆଫଗାନିସ୍ତାନକୁ ଚୂଡ଼ାନ୍ତ ୪ରେ ପହଞ୍ଚିବା ପାଇଁ ଆଫଗାନିସ୍ତାନ ପାଇଁ ଆଜିର ମ୍ୟାଚ୍ ଜିତିବା ଜରୁରି ଥିଲା । ଅନ୍ୟପଟେ ଅଷ୍ଟ୍ରେଲିଆ ପାଇଁ ମଧ୍ୟ ବିଜୟ ଦରକାର ଥିଲା । ତେବେ ପଏଣ୍ଟ ଭାଗ ହେବା ଦ୍ୱାରା ବି ଅଷ୍ଟ୍ରେଲିଆ ସେମିରେ ନିଜ ସ୍ଥାନ ପକ୍କା କରିଥାନ୍ତା । ଅଷ୍ଟ୍ରେଲିଆ ପାଖରେ ପୂର୍ବରୁ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରଦ୍ଦ ହୋଇଛି । ବର୍ଷା ଯୋଗୁ ମ୍ୟାଚକୁ ରଦ୍ଦ କରିବାକୁ ପଡ଼ିଛି । ଏହାପରେ ଦୁଇ ଟିମକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି । ଏହାସହ ଦୁଇ ଥର ଚାମ୍ପିଅନ୍ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି । ଆଫଗାନିସ୍ତାନ ପ୍ରଥମ ବ୍ୟାଟିଂ କରି ୧୦ ୱିକେଟ୍ ହରାଇ ୨୭୩ ରନ୍ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ଟିମ୍ ୧୨.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୦୯ ରନ୍ କରିଥିଲା ।
ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବର୍ଷା ଯୋଗୁ କୌଣସି ପରିଣାମରେ ପହଞ୍ଚି ପାରିନଥିଲା । ମ୍ୟାଚ୍ ରଦ୍ଦ ହେବା ପରେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି । ଅନ୍ୟପଟେ ଆଫଗାନିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାହାର ହେବା ଦ୍ୱାର ଦେଶରେ ପହଞ୍ଚିଛି । ଏବେ ଚତୁର୍ଥ ସେମିଫାଇନାଲିଷ୍ଟ ପାଇଁ ଶନିବାର ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିବ ।
ଆଫଗାନିସ୍ତାନକୁ ଚୂଡ଼ାନ୍ତ ୪ରେ ପହଞ୍ଚିବା ପାଇଁ ଆଫଗାନିସ୍ତାନ ପାଇଁ ଆଜିର ମ୍ୟାଚ୍ ଜିତିବା ଜରୁରି ଥିଲା । ଅନ୍ୟପଟେ ଅଷ୍ଟ୍ରେଲିଆ ପାଇଁ ମଧ୍ୟ ବିଜୟ ଦରକାର ଥିଲା । ତେବେ ପଏଣ୍ଟ ଭାଗ ହେବା ଦ୍ୱାରା ବି ଅଷ୍ଟ୍ରେଲିଆ ସେମିରେ ନିଜ ସ୍ଥାନ ପକ୍କା କରିଥାନ୍ତା । ଅଷ୍ଟ୍ରେଲିଆ ପାଖରେ ପୂର୍ବରୁ ୩ ପଏଣ୍ଟ ଥିଲା । ମ୍ୟାଚ୍ ରଦ୍ଦ ହେବା ପରେ ଦୁଇ ଟିମ୍କୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି । ଫଳରେ ଅଷ୍ଟ୍ରେଲିଆର ୪ ପଏଣ୍ଟ ଏବଂ ଆଫଗାନିସ୍ତାନର ୩ ପଏଣ୍ଟ ହୋଇଛି । ଏବେ ଦକ୍ଷିଣ ଆଫ୍ରିକା ବି ୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଦକ୍ଷିଣ ଆଫ୍ରିକା ନିଜର ଶେଷ ମୁକାବିଲା ଇଂଲଣ୍ଡ ବିପକ୍ଷରେ ଖେଳିବ । ତେବେ ଏହାର ନେଟ୍ ରନ୍ ରେଟ୍ ଭଲ ଥିବାରୁ ଟିମ୍ର ସେମିରେ ପହଞ୍ଚିବା ବି ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।
ଆଜିର ମ୍ୟାଚ୍ରେ ଆଫଗାନିସ୍ତାନ ପାଇଁ ସେଦିକୁଲ୍ଲାହ ଅଟଲ ସର୍ବାଧିକ ୮୫ ରନ୍ କରିଥିଲେ । ଅଜମତୁଲ୍ଲାହ ଓମରଜାଇ ଲଗାତାର ଦ୍ୱୀତୟ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରି ୬୩ ବଲରେ ୬୭ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପାଇଁ ଡୱାରସୁଇସ୍ ସର୍ବାଧିକ ୩ ୱିକେଟ୍ ନେଇଥିଲେ । ଏହାର ଜବାବରେ ଅଷ୍ଟ୍ରେଲିଆ ୧୨.୫ ଓଭରରେ ୧୦୯ ରନ୍ କରିଥିଲା । ଟିମ୍ ପାଇଁ ଟ୍ରାଭିସ୍ ହେଡ୍ ୫୯ ରନ୍ ଓ ଷ୍ଟିଭ୍ ସ୍ମିଥ୍ ୧୯ ରନ୍ କରି ଅପରାଜିତ ଥିଲେ । ମେଥ୍ୟୁ ସର୍ଟ୍ସ ୨୦ ରନ୍ କରି ଆଉଟ୍ ହୋଇଥିଲେ ।