Chanakya Niti: ଏହି ୩ ହେଉଛନ୍ତି ମନୁଷ୍ୟର ପ୍ରକୃତ ବନ୍ଧୁ, ସାଙ୍ଗରେ ଥିଲେ ଟଳିଯାଏ ସବୁ ବିପଦ…
ଜୀବନରେ କେବଳ ଗୋଟିଏ ସତ୍ୟ ଅଛି। ସେଇଟି ହେଲା ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ସୁନିଶ୍ଚିତ। ଏହା ମଝିର ଜୀବନଚକ୍ରରେ ମନୁଷ୍ୟ ନିଜର କର୍ମ ଅନୁଯାୟୀ ସୁଖଦୁଃଖ ଭୋଗିଥାଏ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସମ୍ପର୍କକୁ ନେଇ ଅନେକ କିଛି ଉପଦେଶ ଦେଇଛନ୍ତି। ବିପଦରେ ପଡ଼ିଥିବା ମନୁଷ୍ୟପାଇଁ ଉତ୍ତମ ସମ୍ପର୍କ ନଚେତ ବନ୍ଧୁ ମିଳିଯିବା ହିଁ ଯଥେଷ୍ଟ। ଜୀବନରେ ଅନେକ ବନ୍ଧୁ ମିଳିଥାନ୍ତି, ହେଲେ ବହୁତ କମ୍ ସାରା ଜୀବନ ସାଙ୍ଗରେ ରହିଥାନ୍ତି। ଚାଣକ୍ୟ କୁହନ୍ତି, […] The post Chanakya Niti: ଏହି ୩ ହେଉଛନ୍ତି ମନୁଷ୍ୟର ପ୍ରକୃତ ବନ୍ଧୁ, ସାଙ୍ଗରେ ଥିଲେ ଟଳିଯାଏ ସବୁ ବିପଦ… appeared first on Dharitri Odia News.
ଜୀବନରେ କେବଳ ଗୋଟିଏ ସତ୍ୟ ଅଛି। ସେଇଟି ହେଲା ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ସୁନିଶ୍ଚିତ। ଏହା ମଝିର ଜୀବନଚକ୍ରରେ ମନୁଷ୍ୟ ନିଜର କର୍ମ ଅନୁଯାୟୀ ସୁଖଦୁଃଖ ଭୋଗିଥାଏ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସମ୍ପର୍କକୁ ନେଇ ଅନେକ କିଛି ଉପଦେଶ ଦେଇଛନ୍ତି। ବିପଦରେ ପଡ଼ିଥିବା ମନୁଷ୍ୟପାଇଁ ଉତ୍ତମ ସମ୍ପର୍କ ନଚେତ ବନ୍ଧୁ ମିଳିଯିବା ହିଁ ଯଥେଷ୍ଟ। ଜୀବନରେ ଅନେକ ବନ୍ଧୁ ମିଳିଥାନ୍ତି, ହେଲେ ବହୁତ କମ୍ ସାରା ଜୀବନ ସାଙ୍ଗରେ ରହିଥାନ୍ତି। ଚାଣକ୍ୟ କୁହନ୍ତି, ଏପରି ୩ ମିତ୍ର ରହିଛନ୍ତି ଯେଉଁମାନେ କୌଣସି ପରିସ୍ଥିତିରେ ହାତ ଛାଡ଼ି ନ ଥାନ୍ତି। ଅସୁବିଧା ସମୟରେ ସର୍ବଦା ସାଙ୍ଗରେ ରହିଥାନ୍ତି। ଆସନ୍ତୁ ଜାଣିବା:
ଜ୍ଞାନ: ଚାଣକ୍ୟ କୁହନ୍ତି, ଜ୍ଞାନକୁ ନିଜର ବନ୍ଧୁ କରନ୍ତୁ। ଲାଭରେ ରହିବେ। ଯେଉଁ ବ୍ୟକ୍ତିର ଜ୍ଞାନ ସହ ବନ୍ଧୁତା ହୋଇଯାଏ, ତାର ଆଉ କେଉଁ ବନ୍ଧୁ ଲୋଡାନାହିଁ। ଏହା ସବୁ ବିପଦରୁ ତାକୁ ରକ୍ଷା କରିଥାଏ। ଏହା ଏଭଳି ହତିଆର, ଯାହାଦ୍ୱାରା ବ୍ୟକ୍ତିଟିଏ କଷ୍ଟକର ପରିସ୍ଥିତିରୁ ବି ମୁକୁଳିପାରେ।
ଔଷଧ: ଚାଣକ୍ୟ କୁହନ୍ତି ମନୁଷ୍ୟ ଯେତେଯାଏ ସୁସ୍ଥ ଅଛି, ସେତେଯାଏ ସଫଳତା ପ୍ରାପ୍ତ କରିପାରିବ। ରୋଗରେ ପଡ଼ିଥିବା ବ୍ୟକ୍ତିକୁ ସୁସ୍ଥ କରିବା ସମୟରେ ଔଷଧ ହିଁ ବ୍ୟକ୍ତିଟିଏର ସବୁଠାରୁ ବଡ ବନ୍ଧୁ ହୋଇଥାଏ। ପ୍ରକୃତ ବନ୍ଧୁ ପରି ଏହା ସବୁ ପ୍ରକାର ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ଯଦି ଏହା ସହ ବନ୍ଧୁତା ହୋଇଯାଏ ତେବେ ମୃତ୍ୟୁର ଅନ୍ତିମ ମୂହୁର୍ତ୍ତ ଯାଏ ସେ ବଞ୍ଚାଇବାକୁ ଚେଷ୍ଟା କରିଥାଏ।
ଧର୍ମ: ଚାଣକ୍ୟ ଧର୍ମକୁ ଜୀବନର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି। ପ୍ରତ୍ୟେକ ବ୍ୟକ୍ତିକୁ ନିଜର ଧର୍ମକୁ ସବୁଠାରୁ ଉପରେ ରଖିବା ଉଚିତ। ଯଦି କାହାକୁ ଧର୍ମର ବନ୍ଧୁତା ମିଳିଯାଏ ତାର ଜୀବନ ବଦଳିଯାଏ। ଜୀବନରେ କରିଥିବା ଧର୍ମକର୍ମ କାର୍ଯ୍ୟ ଯୋଗୁ ମନୁଷ୍ୟକୁ ମୃତ୍ୟୁ ପରେ ବି ମନେ ପକାଯାଏ।
The post Chanakya Niti: ଏହି ୩ ହେଉଛନ୍ତି ମନୁଷ୍ୟର ପ୍ରକୃତ ବନ୍ଧୁ, ସାଙ୍ଗରେ ଥିଲେ ଟଳିଯାଏ ସବୁ ବିପଦ… appeared first on Dharitri Odia News.