CISFରେ ମହିଳାଙ୍କ ପାଇଁ ଫିଟିଲା ବାଟ, ପ୍ରଥମ ମହିଳା ବାଟାଲିୟନ ସ୍ଥାପନକୁ କେନ୍ଦ୍ରର ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମହିଳା ସଶକ୍ତିକରଣ ଏବଂ ରାଷ୍ଟ୍ରୀୟ ସୁରକ୍ଷାରେ ସେମାନଙ୍କ ଭୂମିକା ବଢାଇବା ଉଦ୍ଦେଶ୍ୟରେ ଏକ ଐତିହାସିକ ନିଷ୍ପତ୍ତି ନେଇଛି । ସିଆଇଏସ୍‌ଏଫର ପ୍ରଥମ ମହିଳା ବାଟାଲିୟାନ ଗଠନକୁ ମଞ୍ଜୁରି ମିଳିଛି । ସିଆଇଏସଏଫ୍ ମୁଖପାତ୍ର ମଙ୍ଗଳବାର କହିଛନ୍ତି ଯେ ସୁରକ୍ଷା ବଳ ସେହି ମହିଳାଙ୍କ ପାଇଁ ପସନ୍ଦର ଏକ ବିକଳ୍ପ ଯେଉଁମାନେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳରେ ରହି ଦେଶର ସେବା କରିବାକୁ ଚାହୁଁଛନ୍ତି ।ମହିଳା ବାଟାଲିୟନ ଗଠନ ଦ୍ୱାରା ଦେଶରେ ମହାତ୍ୱାକାଂକ୍ଷୀ ଯୁବ ମହିଳାଙ୍କୁ ସୁରକ୍ଷା ବଳରେ ସାମିଲ କରିବା ଏବଂ ଦେଶର ସେବା କରିବା ପାଇଁ ପ୍ରୋତ୍ସାହନ ମିଳିବ ।ସିଆଇଏସ୍‌ଏଫ ମୁଖ୍ୟାଳୟ ନୂଆ ବାଟାଲିୟନର ମୁଖ୍ୟାଳୟ ପାଇଁ ପ୍ରାରମ୍ଭିକ ଭର୍ତ୍ତି, ପ୍ରଶିକ୍ଷଣ ଏବଂ ସ୍ଥାନର ଚୟନ ଆରମ୍ଭ କରିଛି । ପ୍ରଶିକ୍ଷଣକୁ ବିଶେଷ ଭାବେ ଏକ ଉତ୍କୃଷ୍ଟ ବାଟାଲିୟନ କରିବା ପାଇଁ ଡିଜାଇନ୍ କରାଯାଇଛି । ଯେଉଁମାନେ ଭିଆଇପି ସୁରକ୍ଷା ଏବଂ ବିମାନ ବନ୍ଦର, ଦିଲ୍ଲୀ ମେଟ୍ରୋ ରେଳ କର୍ତ୍ତବ୍ୟର ସୁରକ୍ଷାରେ କମାଣ୍ଡୋ ରୂପେ ଭୂମିକା ନିର୍ବାହରେ ସକ୍ଷମ ହେବେ । ସିଆଇପିଏଫର ୫୩ତମ ସ୍ଥାପନା ଦିବସ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁରୂପରେ ମହିଳା ବାଟାଲିୟନ ଗଠନର ପ୍ରସ୍ତାବ ଦିଆଯାଇଥିଲା ।

CISFରେ ମହିଳାଙ୍କ ପାଇଁ ଫିଟିଲା ବାଟ, ପ୍ରଥମ ମହିଳା ବାଟାଲିୟନ ସ୍ଥାପନକୁ କେନ୍ଦ୍ରର ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମହିଳା ସଶକ୍ତିକରଣ ଏବଂ ରାଷ୍ଟ୍ରୀୟ ସୁରକ୍ଷାରେ ସେମାନଙ୍କ ଭୂମିକା ବଢାଇବା ଉଦ୍ଦେଶ୍ୟରେ ଏକ ଐତିହାସିକ ନିଷ୍ପତ୍ତି ନେଇଛି । ସିଆଇଏସ୍‌ଏଫର ପ୍ରଥମ ମହିଳା ବାଟାଲିୟାନ ଗଠନକୁ ମଞ୍ଜୁରି ମିଳିଛି । ସିଆଇଏସଏଫ୍ ମୁଖପାତ୍ର ମଙ୍ଗଳବାର କହିଛନ୍ତି ଯେ ସୁରକ୍ଷା ବଳ ସେହି ମହିଳାଙ୍କ ପାଇଁ ପସନ୍ଦର ଏକ ବିକଳ୍ପ ଯେଉଁମାନେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳରେ ରହି ଦେଶର ସେବା କରିବାକୁ ଚାହୁଁଛନ୍ତି ।

ମହିଳା ବାଟାଲିୟନ ଗଠନ ଦ୍ୱାରା ଦେଶରେ ମହାତ୍ୱାକାଂକ୍ଷୀ ଯୁବ ମହିଳାଙ୍କୁ ସୁରକ୍ଷା ବଳରେ ସାମିଲ କରିବା ଏବଂ ଦେଶର ସେବା କରିବା ପାଇଁ ପ୍ରୋତ୍ସାହନ ମିଳିବ ।

ସିଆଇଏସ୍‌ଏଫ ମୁଖ୍ୟାଳୟ ନୂଆ ବାଟାଲିୟନର ମୁଖ୍ୟାଳୟ ପାଇଁ ପ୍ରାରମ୍ଭିକ ଭର୍ତ୍ତି, ପ୍ରଶିକ୍ଷଣ ଏବଂ ସ୍ଥାନର ଚୟନ ଆରମ୍ଭ କରିଛି । ପ୍ରଶିକ୍ଷଣକୁ ବିଶେଷ ଭାବେ ଏକ ଉତ୍କୃଷ୍ଟ ବାଟାଲିୟନ କରିବା ପାଇଁ ଡିଜାଇନ୍ କରାଯାଇଛି । ଯେଉଁମାନେ ଭିଆଇପି ସୁରକ୍ଷା ଏବଂ ବିମାନ ବନ୍ଦର, ଦିଲ୍ଲୀ ମେଟ୍ରୋ ରେଳ କର୍ତ୍ତବ୍ୟର ସୁରକ୍ଷାରେ କମାଣ୍ଡୋ ରୂପେ ଭୂମିକା ନିର୍ବାହରେ ସକ୍ଷମ ହେବେ । ସିଆଇପିଏଫର ୫୩ତମ ସ୍ଥାପନା ଦିବସ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁରୂପରେ ମହିଳା ବାଟାଲିୟନ ଗଠନର ପ୍ରସ୍ତାବ ଦିଆଯାଇଥିଲା ।