CRPFରେ ନିଯୁକ୍ତି ପାଇଁ ଆସନ୍ତାକାଲିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ…
ନୂଆଦିଲ୍ଲୀ: ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କନଷ୍ଟେବଳ GD ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତାକାଲି ଠାରୁ ଅର୍ଥାତ୍ ଜାନୁଆରୀ ୧୬ ତାରିଖରୁ ପ୍ରାର୍ଥୀମାନେ ଆବେଦନ କରିପାରିବେ ।ଏଥିପାଇଁ ଅନ୍ଲାଇନ୍ ଜରିଆରେ recruitment.Crpf.gov.inକୁ ଲଗ୍ଇନ୍ କରି ଆବେଦନ କରିହେବ । କ୍ରୀଡ଼ା କୋଟା ଅନୁସାରେ କନଷ୍ଟେବଳ ଜେନେରାଲ ଡ୍ୟୁଟି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ CRPF ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ । ଆସନ୍ତାକାଲି ସକାଳ ୯ଟା ପରୁଠାରୁ […]

ନୂଆଦିଲ୍ଲୀ: ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କନଷ୍ଟେବଳ GD ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତାକାଲି ଠାରୁ ଅର୍ଥାତ୍ ଜାନୁଆରୀ ୧୬ ତାରିଖରୁ ପ୍ରାର୍ଥୀମାନେ ଆବେଦନ କରିପାରିବେ ।ଏଥିପାଇଁ ଅନ୍ଲାଇନ୍ ଜରିଆରେ recruitment.Crpf.gov.inକୁ ଲଗ୍ଇନ୍ କରି ଆବେଦନ କରିହେବ ।
କ୍ରୀଡ଼ା କୋଟା ଅନୁସାରେ କନଷ୍ଟେବଳ ଜେନେରାଲ ଡ୍ୟୁଟି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ CRPF ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ । ଆସନ୍ତାକାଲି ସକାଳ ୯ଟା ପରୁଠାରୁ ଆବେଦନ କରିହେବ । ଆବେଦନ କରିବାର ଶେଷ ତାରିଖ ୨୦୨୪ ଫେବ୍ରୁଆରୀ ୧୫ ତାରିଖ ଯାଏଁ ରହିଛି । ମୋଟ୍ ୧୬୯ଟି ପଦବୀ ପୂରଣ ହେବାନେଇ ନିଯୁକ୍ତି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
ଶିକ୍ଷାଗତ ଯୋଗ୍ୟତା
ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ଇଚ୍ଛୁକ ପ୍ରାର୍ଥୀମାନେ ମାଟ୍ରିକ୍ ପାସ୍ କରିଥିବା ଆବଶ୍ୟକ । ଆବେଦନକାରୀଙ୍କ ସମୟସୀମା ୧୮ରୁ ୨୩ ବର୍ଷ ମଧ୍ୟ ହୋଇଥିବା ଆବଶ୍ୟକ ।
କିପରି ଆବେଦନ କରିବେ ?
ପ୍ରଥମେ ଏଥିପାଇଁ ଆପଣଙ୍କୁ CRPFର ଅଫିସିଆଲ୍ ୱେବସାଇଟ୍ recruitment.crpf.gov.in ପରିଦର୍ଶନ କରିବାକୁ ହେବ । ପରେ ଆପଣ ପ୍ରଥମ ପେଜ୍ରେ ଥିବା CRPF କନଷ୍ଟେବଲ୍ GD ନିଯୁକ୍ତି ୨୦୨୪ ଲିଙ୍କକୁ କ୍ଲିକ୍ କରିବେ । ପେଜ୍ ଖୋଲିବା ପରେ ପ୍ରାର୍ଥୀମାନେ ପଞ୍ଜିକରଣ କରିପାରିବେ ।
କ୍ରୀଡ଼ା କୋଟା ଅନୁସାରେ କନଷ୍ଟେବଳ ଜିଡି ପଦବୀ ପାଇଁ ଜେନେରାଲ, OBC ଏବଂ EWS ମାନଙ୍କ ପାଇଁ ଆବେଦନ ଶୁକ୍ଳ ୧୦୦ ଟଙ୍କା ଦେବାକୁ ହେବ । SC-ST ଓ ମହିଳାମାନଙ୍କ ପାୟି ଦେୟ ଛାଡ଼ କରାଯାଇଛି । ଏହା ବ୍ୟତୀତ ଯଦି ଆପଣ ଏହି ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ଚାହାନ୍ତି ତେବେ CRPFର ଅଫିସିଆଲ୍ ୱେବସାଇଟ୍ ଦେଖିପାରିବେ ।