CSK ବ୍ୟାଟର ଆଉଟ୍‌ ବେଳେ ବିରାଟ ଦେଲେ ଗାଳି, ଲାଇଭ୍‌ ମ୍ୟାଚ୍‌ ବେଳେ କହିଲେ ଅପଶବ୍ଦ

ଚେନ୍ନାଇ ୨୩/୦୩: ଭାରତର ପୂର୍ବତନ କ୍ୟାପଟେନ୍‌ ବିରାଟ କୋହଲି । ଆରସିବିର ଷ୍ଟାର କ୍ରିକେଟର କିଙ୍ଗ କୋହଲି । ତାଙ୍କର ଆଙ୍ଗ୍ରି ଲୁକ୍ ଆଗ୍ରେସିଭ୍‌ ଆଟିଚ୍ୟୁଟ୍ ପାଇଁ ସେ ବେଶ ଫେମସ । ଏମିତିକି ତାଙ୍କର ଏହି ନେଚର ପାଇଁ ବେଳେବେଳେ ସେ ସମାଲୋଚନାର ଶିକାର ହୋଇପଡନ୍ତି । ବିପକ୍ଷୀ ଟିମ୍ ସହ ହୋଇଯାଏ ବାକ୍‌ ବିତଣ୍ଡା । ଶୁକ୍ରବାର ସନ୍ଧ୍ୟାରେ ଖେଳା ଯାଇଥିଲା ଆଇପିଏଲ୍‌ ୨୦୨୪ର ପ୍ରଥମ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ତେବେ ସିଏସ୍‌କେ ଓ ଆର୍‌ସିବି ମଧ୍ୟରେ ଖେଳାଯାଉଥିବା ଲାଇଭ୍‌ ମ୍ୟାଚ୍ ବେଳେ କୋହଲି କହିଥିଲେ ଅପଶବ୍ଦ । ଖେଳାଳିଙ୍କୁ ଦେଇଥିଲେ ଗାଳି । ଏମିତିକି ଅସଭ୍ୟ ଭାଷା ବି କହିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓରେ ଏହି କୌଣସି ଅଡିଓ ଶୁଣାଯାଉନି । କିନ୍ତୁ ଭିଡିଓ ଭାଇରାଲ ପରେ ଟ୍ରୋଲ ହେଉଛନ୍ତି କିଙ୍ଗ କୋହଲି । ଅନେକ ବି କହୁଛନ୍ତି ବିରାଟଙ୍କ ଠାରୁ ଏମିତି ଆଶା କରିବା ଅସମ୍ଭବ । pic.twitter.com/HUcInu5yTz— Bangladesh vs Sri Lanka (@Hanji_CricDekho) March 22, 2024ସୂଚନା ଥାଉକି, ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଆର୍‌ସିବି । ଓଭର ଶେଷ ସୁଦ୍ଧା ୧୭୩ ରନ୍‌ କରି ଚେନ୍ନାଇ ଆଗରେ ୧୭୪ ରନ୍‌ର ଟାର୍ଗେଟ ଦେଇଥିଲା । ଏହି ରନ୍‌ର ପିଛା କରି ଆ

CSK ବ୍ୟାଟର ଆଉଟ୍‌ ବେଳେ ବିରାଟ ଦେଲେ ଗାଳି, ଲାଇଭ୍‌ ମ୍ୟାଚ୍‌ ବେଳେ କହିଲେ ଅପଶବ୍ଦ

ଚେନ୍ନାଇ ୨୩/୦୩: ଭାରତର ପୂର୍ବତନ କ୍ୟାପଟେନ୍‌ ବିରାଟ କୋହଲି । ଆରସିବିର ଷ୍ଟାର କ୍ରିକେଟର କିଙ୍ଗ କୋହଲି । ତାଙ୍କର ଆଙ୍ଗ୍ରି ଲୁକ୍ ଆଗ୍ରେସିଭ୍‌ ଆଟିଚ୍ୟୁଟ୍ ପାଇଁ ସେ ବେଶ ଫେମସ । ଏମିତିକି ତାଙ୍କର ଏହି ନେଚର ପାଇଁ ବେଳେବେଳେ ସେ ସମାଲୋଚନାର ଶିକାର ହୋଇପଡନ୍ତି । ବିପକ୍ଷୀ ଟିମ୍ ସହ ହୋଇଯାଏ ବାକ୍‌ ବିତଣ୍ଡା । 


ଶୁକ୍ରବାର ସନ୍ଧ୍ୟାରେ ଖେଳା ଯାଇଥିଲା ଆଇପିଏଲ୍‌ ୨୦୨୪ର ପ୍ରଥମ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ତେବେ ସିଏସ୍‌କେ ଓ ଆର୍‌ସିବି ମଧ୍ୟରେ ଖେଳାଯାଉଥିବା ଲାଇଭ୍‌ ମ୍ୟାଚ୍ ବେଳେ କୋହଲି କହିଥିଲେ ଅପଶବ୍ଦ । ଖେଳାଳିଙ୍କୁ ଦେଇଥିଲେ ଗାଳି । ଏମିତିକି ଅସଭ୍ୟ ଭାଷା ବି କହିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓରେ ଏହି କୌଣସି ଅଡିଓ ଶୁଣାଯାଉନି । କିନ୍ତୁ ଭିଡିଓ ଭାଇରାଲ ପରେ ଟ୍ରୋଲ ହେଉଛନ୍ତି କିଙ୍ଗ କୋହଲି । ଅନେକ ବି କହୁଛନ୍ତି ବିରାଟଙ୍କ ଠାରୁ ଏମିତି ଆଶା କରିବା ଅସମ୍ଭବ । 


ସୂଚନା ଥାଉକି, ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଆର୍‌ସିବି । ଓଭର ଶେଷ ସୁଦ୍ଧା ୧୭୩ ରନ୍‌ କରି ଚେନ୍ନାଇ ଆଗରେ ୧୭୪ ରନ୍‌ର ଟାର୍ଗେଟ ଦେଇଥିଲା । ଏହି ରନ୍‌ର ପିଛା କରି ଆର୍‌ସିବି ୭ ଓଭର ସୁଦ୍ଧା ୭୦ ଉପରେ ରନ୍‌ ହାସଲ କରିଥିଲା। ରଚିନ ରବିନ୍ଦ୍ର ସିଏସ୍‌କେ ତରଫରୁ ଓପନର୍‌ ଭାବେ ପଡିଆକୁ ଓହ୍ଲାଇ ଦମ୍‌ଦାର ବ୍ୟାଟିଂ କରିଥିଲେ । ଏହା ଥିଲା ତାଙ୍କ IPL ଡେବ୍ୟୁ । 


୧୫ଟି ବଲ୍‌ରେ ରଚିନ ହାସଲ କରିଥିଲେ ଇତିହାସ । ୩ଟି ଛକା ସହ ଗୋଟିଏ ୪ ମାରି ୩୭ ରନ୍‌ ଧୂଆଁଧାର ଇନିଂସ୍‌ ଖେଳିଥିଲେ । ତେବେ ରଚିନ ସପ୍ତମ ଓଭରର ଶେଷ ବଲରେ ବଡ଼ ସଟ୍ ଖେଳି ଫେରିଥିଲେ ପାଭିଲିୟନ । ସେତେବେଳେ ରଜତ ପାଟିଦାର କ୍ୟାଚ୍‌ ଧରି ତାଙ୍କୁ ଆଉଟ୍‌ କରିଥିଲେ । ରଚିନ୍‌ଙ୍କ ୱିକେଟ୍‌ ଯିବା ପରେ ଖୁସିରେ ବିଭୋର ହୋଇପଡିଥିଲେ ଆରସିବି ଖେଳାଳି । ଦୀର୍ଘ ନିଶ୍ୱାସ ମାରିଥିଲେ ବିରାଟ ଏଣ୍ଡ କୋ । ଆଉ ମୈଦାନ ଜାହିର କରିଥିଲା ତାଙ୍କର ଖୁସି । 


ବିରାଟ ଷ୍ଟାଡିୟମରେ ଦେଖାଇଥିଲେ ତାଙ୍କର ଆଗ୍ରେସିଭ୍‌ ନେଚର । ରଚିନ୍‌ଙ୍କ ଓ୍ୱିକେଟ ଯିବା ପରେ ସ୍ୟାଣ୍ଡ ଅଫ୍ ଦେଇଥିଲେ କୋହଲି । ତାଙ୍କ ବିରୋଧରେ କହିଥିଲେ ଅପଶବ୍ଦ । ଆଇପିଏଲ୍‌ର ବିରାଟଙ୍କ ଏମିତି ସ୍ୱଭାବ ନୂଆ ନୁହେଁ । ଗତବର୍ଷ ଆଇପିଏଲ୍‌ରେ ପଡିଆରେ ଦେଖିବାକୁ ମିଳିଥିଲା ତାଙ୍କର ଆଙ୍ଗ୍ରି ଅବତାର । ପଡିଆରେ ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ କ୍ରିକେଟର ଓ ମେଣ୍ଟରଙ୍କ ସହ । ଅର୍ଥାତ୍ ବୋଲର ନବୀନ ଉଲ୍ ହକ୍ ଓ ଗୌତମ ଗମ୍ଭୀରଙ୍କ ସହ ହୋଇଥିଲା ଝଗଡା ।