Cyclone Dana: ଆସୁଛି ବାତ୍ୟା ‘ଦାନା’; ୩ ଦିନ ମଧ୍ୟରେ ବାତିଲ ହେଲା ୧୭୮ଟି ଟ୍ରେନ୍‌

ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା କଲା ରେଲୱେ । ମୋଟ ୧୭୮ଟି ଟ୍ରେନ୍‌ ବାତିଲ ନେଇ ରେଲୱେର ସୂଚନା । 

Cyclone Dana: ଆସୁଛି ବାତ୍ୟା ‘ଦାନା’; ୩ ଦିନ ମଧ୍ୟରେ ବାତିଲ ହେଲା ୧୭୮ଟି ଟ୍ରେନ୍‌

ବଡ଼ ଖବର । ମାଡ଼ି ଆସୁଛି ବାତ୍ୟା । ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା କଲା ରେଲୱେ । ମୋଟ ୧୭୮ଟି ଟ୍ରେନ୍‌ ବାତିଲ ନେଇ ରେଲୱେର ସୂଚନା । ୨୩, ୨୪ ଏବଂ ୨୫ ମଧ୍ୟରେ ମୋଟ ୧୭୮ ଟ୍ରେନ୍‌ ବାତିଲ ହୋଇଛି । ଅପ୍‌ ଟ୍ରେନ୍‌ ୮୫ ଏବଂ ଡାଉନ୍‌ ଟ୍ରେନ୍‌ ୯୩ଟି ବାତିଲ । 

ଜାଣନ୍ତୁ କେଉଁ ସବୁ ଟ୍ରେନ୍‌ ବାତିଲ୍‌ ହୋଇଛି ? 

-ହାୱଡ଼ା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର ବାତିଲ୍
-ହାୱଡ଼ା-ଭୁବନେଶ୍ୱର, ହାୱଡ଼ା-ପୁରୀ, ନୂଆଦିଲ୍ଲୀ-ପୁରୀ ବାତିଲ୍
-ଖଡ଼ଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ବର ବାତିଲ୍
-ସିକନ୍ଦରାବାଦ-ଭୁବନେଶ୍ୱର, ପୁଡୁଚେରୀ-ହାୱଡ଼ା, ପୁଡୁଚୋରୀ-ଭୁବନେଶ୍ୱର ବାତିଲ୍

ଏପଟେ ସୃଷ୍ଟି ହୋଇଛି ଅବପାତ। ବଙ୍ଗୋପସାଗରରେ ସକ୍ରିୟ ୱେଲ୍ ମାର୍କଡ ଲୋ ପ୍ରେସର ଆଜି ଡିପ୍ରେସନରେ ପରିଣତ ହୋଇଛି। ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଅବପାତ। ଡିପ୍ରେସନ ଏବେ ପାରାଦୀପ ଉପକୂଳରୁ ୭୩୦ କିଲୋମିଟର ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୭୯ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ବାଂଲାଦେଶ ଖେପୁପରା ଉପକୂଳରୁ ୭୪୦ କିଲୋମିଟର ଦକ୍ଷିଁଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି।

ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ। ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ବାତ୍ୟାର ରୂପ। ଏହାପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ସକାଳେ ଆହୁରି ସିଭିୟର ହେବ। ସିଭିୟର ସାଇକ୍ଲୋନିକ ଷ୍ଟିମ ବା ଭୀଷଣ ବାତ୍ୟା ୨୪ ରାତି ଓ ୨୫ ସକାଳ ଭିତରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ପୁରୀରୁ ସାଗର ଦ୍ବୀପ ଭିତରେ ଉପକୂଳ ଅତିକ୍ରମ କରିବ। ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଓ ଝଟକା ପବନବ ୧୨୦ କିଲୋମିଟର ଛୁଇଁପାରେ।