DGCA To Air India: ଗୁଜରାଟ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ, ୩ ଅଧିକାରୀଙ୍କୁ ବିଦା କର
ଫ୍ଲାଇଟ କ୍ରୁ ସିଡ୍ୟୁଲ ଓ ଅପରେସନରେ ବାରମ୍ୱାର ଓ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି । ଏୟାର ଇଣ୍ଡିଆ ଏହାକୁ ସ୍ୱେଚ୍ଛାକୃତ ଭାବେ ମାନିଛି ମଧ୍ୟ । କ୍ରୁ ରୋଷ୍ଟରିଂ ପ୍ଲାଟଫର୍ମ ଟ୍ରାନ୍ଜିସନ ସମୀକ୍ଷା ବେଳେ ଏହା ସାମନାକୁ ଆସିଛି । କ୍ରୁ ସିଡ୍ୟୁଲିଂ, ନିୟମ ପାଳନର ତଦାରଖ ଓ ଆଭ୍ୟନ୍ତରୀଣ ଦାୟିତ୍ୱରେ ତ୍ରୁଟିଥିବା ଜଣାପଡିଛି । ଅପରେସନରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଯିବା କ୍ଷୋଭର ବିଷୟ ବୋଲି କହିଛି ଡିଜିସିଏ ।