Dola Purnima 2025: ଦୋଳ ପୂର୍ଣ୍ଣିମାରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନଦେଲେ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ
ପବିତ୍ର ଦୋଳ ପୂର୍ଣ୍ଣମୀ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ଚାରିଆଡ଼େ ଚାଲିଛି ଦୋଳ ମେଳଣ, ଭଗବାନଙ୍କ ସହ ହେଉଛି ଭକ୍ତର ମିଳନ । ପୁରୀରେ ଆଧ୍ୟାତ୍ମିକତାର କ୍ଷେତ୍ର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦୋଳ ଉତ୍ସବ ନୀତି ସୃଷ୍ଟି କରିଛି ଭକ୍ତି ଓ ଭାବର ପରିବେଶ । ଶ୍ରୀମନ୍ଦିରରୁ ମଣି ବିମାନରେ ବିରାଜମାନ ହୋଇ ବଡ଼ ଦାଣ୍ଡକୁ ଆସିବା ପରେ ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଫଗୁ ଅବିର ଖେଳରେ ମଜିଯାଇଥିଲେ ଭକ୍ତ ।