Dry Days: ସରକାରଙ୍କ ବଡ଼ ଘୋଷଣା, ୪ଦିନ ମଦ ଦୋକାନ ବନ୍ଦ,ଜାଣନ୍ତୁ କେଉଁଠି…
ନୂଆଦିଲ୍ଲୀ,୫।୨: ଏଣିକି ୪ଦିନ ବନ୍ଦ ରହିବ ମଦ ଦୋକାନ। ଏନେଇ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି। ବିଧାନସଭା ନିର୍ବାଚନ ଥିବାରୁ ମଦ ଦୋକାନ ବନ୍ଦ ରହିବ ବୋଲି ଜଣାପଡିଛି। ଦିଲ୍ଲୀ ବିଧାନସଭା ର୍ନିବାଚନ ଯୋଗୁଁ, ମଦ ଦୋକାନ ୪ଦିନ ପାଇଁ ବନ୍ଦ ରହିବ। ବିଧାନସଭା ର୍ନିବାଚନ ଯୋଗୁଁ ଦିଲ୍ଲୀ ଅବକାରୀ ବିଭାଗ ଏହି ନିଷ୍ପତ୍ତି ନେଇଛି। ଦିଲ୍ଲୀ ଅବକାରୀ ବିଭାଗର ଏହି ନିଷ୍ପତ୍ତି କେବଳ ମଦ ଦୋକାନ ପାଇଁ ନୁହେଁ ବରଂ ବାର ଏବଂ ହୋଟେଲ […] The post Dry Days: ସରକାରଙ୍କ ବଡ଼ ଘୋଷଣା, ୪ଦିନ ମଦ ଦୋକାନ ବନ୍ଦ,ଜାଣନ୍ତୁ କେଉଁଠି… appeared first on Dharitri Odia News.
ନୂଆଦିଲ୍ଲୀ,୫।୨: ଏଣିକି ୪ଦିନ ବନ୍ଦ ରହିବ ମଦ ଦୋକାନ। ଏନେଇ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି। ବିଧାନସଭା ନିର୍ବାଚନ ଥିବାରୁ ମଦ ଦୋକାନ ବନ୍ଦ ରହିବ ବୋଲି ଜଣାପଡିଛି। ଦିଲ୍ଲୀ ବିଧାନସଭା ର୍ନିବାଚନ ଯୋଗୁଁ, ମଦ ଦୋକାନ ୪ଦିନ ପାଇଁ ବନ୍ଦ ରହିବ। ବିଧାନସଭା ର୍ନିବାଚନ ଯୋଗୁଁ ଦିଲ୍ଲୀ ଅବକାରୀ ବିଭାଗ ଏହି ନିଷ୍ପତ୍ତି ନେଇଛି। ଦିଲ୍ଲୀ ଅବକାରୀ ବିଭାଗର ଏହି ନିଷ୍ପତ୍ତି କେବଳ ମଦ ଦୋକାନ ପାଇଁ ନୁହେଁ ବରଂ ବାର ଏବଂ ହୋଟେଲ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ, ଯେଉଁଠାରେ ଡ୍ରାଏ ଡେ ସମୟରେ ମଦ ପରିବେଷଣ କରାଯିବ ନାହିଁ।
ଦିଲ୍ଲୀରେ ବିଧାନସଭା ର୍ନିବାଚନ ପାଇଁ ମତଦାନ ଆଜିଠାରୁ ଆରମ୍ଭ ହୋଇଯାଇଛି। ଏହାକୁ ଧ୍ୟାନରେ ରଖି, ଫେବୃଆରୀ ୩ ସଂଧ୍ୟାରୁ ଦିଲ୍ଲୀରେ ମଦ ଦୋକାନଗୁଡ଼ିକ ବନ୍ଦ ରହିଛି। ଏହି ସମୟ ମଧ୍ୟରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବାରଗୁଡ଼ିକରେ ମଦ ପରିବେଷଣ କରାଯିବ ନାହିଁ। ଏହା ବ୍ୟତୀତ, ଫେବୃଆରୀ ୮ରେ ଭୋଟ ଗଣତି ସମୟରେ ଦିଲ୍ଲୀରେ ଡ୍ରାଏ ଡେ ରହିବ।
ଦିଲ୍ଲୀ ଅବକାରୀ କମିଶନର ଏକ ଗେଜେଟ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ରାଜଧାନୀ ଦିଲ୍ଲୀରେ ବିଧାନସଭା ର୍ନିବାଚନ ଯୋଗୁଁ, ଫେବୃଆରୀ ୩, ୪ ଓ ୫ ରେ ଲଗାତାର ତିନି ଦିନ ପାଇଁ ବନ୍ଦ ରହିବ। ବିଜ୍ଞପ୍ତିରେ କୁହାଯାଇଛି ଯେ ୫ ଫେବୃଆରୀରେ ମତଦାନ ସମାପ୍ତ ହେବା ପରେ ସଂଧ୍ୟା ୫ଟା ପରେ ମଦ ଦୋକାନ ଖୋଲାଯାଇପାରିବ।
The post Dry Days: ସରକାରଙ୍କ ବଡ଼ ଘୋଷଣା, ୪ଦିନ ମଦ ଦୋକାନ ବନ୍ଦ,ଜାଣନ୍ତୁ କେଉଁଠି… appeared first on Dharitri Odia News.