DSPଙ୍କ ବଦଳି-ନିଯୁକ୍ତି କରିପାରିବେନି DGP
ସଙ୍କୁଚିତ ହେଲା ପୋଲିସ୍ ଡିଜିପିଙ୍କ କ୍ଷମତା । DSP ରାଙ୍କ ଅଫିସରଙ୍କୁ ବଦଳି ଓ ନିଯୁକ୍ତି କରିପାରିବେନି ପୋଲିସ୍ ଡିଜି ।
ଏଣିକି ଆଉ DSP ରାଙ୍କ ଅଫିସରଙ୍କୁ ବଦଳି ଓ ନିଯୁକ୍ତି କରିପାରିବେନି ପୋଲିସ୍ ଡିଜି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା କିଛି ଏଭଳି ନିର୍ଦ୍ଦେଶନାମା ଏବେ ପୋଲିସ୍ ଡିଜିଙ୍କ କ୍ଷମତାକୁ ସଙ୍କୁଚିତ କରିଛି। ଡିଏସପି, ଏଏସପି, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଡେପୁଟି କମାଣ୍ଡାଣ୍ଟଙ୍କ ବଦଳି କରିପାରିବେନି ଡିଜିପି।
ଏହି ସମସ୍ତ ପଦବୀ ଗୁଡ଼ିକର ପୋଷ୍ଟିଂ ଓ ଟ୍ରାନସଫର୍ ଏକ କମିଟି ଦ୍ୱାରା ହେବ। ରାଜ୍ୟ ଗୃହ ବିଭାଗ ସଚିବ ଏହି କମିଟିର ଅଧ୍ୟକ୍ଷ ରହିବେ। ତାସହ ଡିଜିପି ଓ ଆଇଜି ପୋଲିସ୍ ଏହି କମିଟିର କେବଳ ଜଣେ ସଦସ୍ୟ ରହିବେ। ଗୃହ ବିଭାଗର ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବ କିମ୍ବା ଯୁଗ୍ମ ସଚିବ ବି ଏଥିରେ ସଦସ୍ୟ ରହିବେ।...ପୂର୍ବରୁ ଡିଜିପିଙ୍କ ପାଖରେ ଥିବା ଏହି ବଡ଼ ଓ ଗୁରୁତ୍ୱପୂର୍ଣ୍ଣ କ୍ଷମତାକୁ ଏବେ ଫେରାଇ ନିଆଯାଇଛି। ନୂଆ ସରକାର ଆସିବା ପରେ ପୋଲିସ୍ ବିଭାଗରେ ଏହି ବଡ଼ ନିଷ୍ପତ୍ତି ହୋଇଛି।