Earthquake in Myanmar: ୨୪ଘଣ୍ଟାରେ ୧୫ଥର ଭୂକମ୍ପ, ଚାରିଆଡେ ଧ୍ୱସଂଲୀଳା

ବ୍ୟାଙ୍କକ୍‌/ନୂଆଦିଲ୍ଲୀ,୩୦ା୩: ମ୍ୟାନ୍‌ମାର ଏବଂ ଥାଇଲାଣ୍ଡରେ ସଂଘଟିତ ପ୍ରଳୟଙ୍କରୀ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ମୃତ୍ୟୁସଂଖ୍ୟା ୧,୬୦୦ ଟପିଛି। ବିଲ୍ଡିଂଗୁଡ଼ିକର ଭଗ୍ନାବଶେଷ ତଳୁ ଅଧିକ ସଂଖ୍ୟାରେ ମୃତଦେହ ମିଳିବାରେ ଲାଗିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ମ୍ୟାନ୍‌ମାରର ସାମରିକ ସରକାରଙ୍କ ସୂଚନା ଅନୁଯାୟୀ, ଶନିବାର ସୁଦ୍ଧା ୧,୬୪୪ ମୃତଦେହ ମିଳିବା ସହ ୩,୪୦୦ ଜଣ ଆହତ ହୋଇଛନ୍ତି। ଏହାବ୍ୟତୀତ ୩୦ ଜଣ ନିଖୋଜ ଥିବା ଜଣାପଡ଼ିଛି। ଭୂକମ୍ପ କ୍ଷତିଗ୍ରସ୍ତଙ୍କ ପାଇଁ ବିଭିନ୍ନ ଦେଶରୁ ରିଲିଫ୍‌ ସହାୟତା […] The post Earthquake in Myanmar: ୨୪ଘଣ୍ଟାରେ ୧୫ଥର ଭୂକମ୍ପ, ଚାରିଆଡେ ଧ୍ୱସଂଲୀଳା appeared first on Dharitri Odia News.

Earthquake in Myanmar: ୨୪ଘଣ୍ଟାରେ ୧୫ଥର ଭୂକମ୍ପ, ଚାରିଆଡେ ଧ୍ୱସଂଲୀଳା

ବ୍ୟାଙ୍କକ୍‌/ନୂଆଦିଲ୍ଲୀ,୩୦ା୩: ମ୍ୟାନ୍‌ମାର ଏବଂ ଥାଇଲାଣ୍ଡରେ ସଂଘଟିତ ପ୍ରଳୟଙ୍କରୀ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ମୃତ୍ୟୁସଂଖ୍ୟା ୧,୬୦୦ ଟପିଛି। ବିଲ୍ଡିଂଗୁଡ଼ିକର ଭଗ୍ନାବଶେଷ ତଳୁ ଅଧିକ ସଂଖ୍ୟାରେ ମୃତଦେହ ମିଳିବାରେ ଲାଗିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ମ୍ୟାନ୍‌ମାରର ସାମରିକ ସରକାରଙ୍କ ସୂଚନା ଅନୁଯାୟୀ, ଶନିବାର ସୁଦ୍ଧା ୧,୬୪୪ ମୃତଦେହ ମିଳିବା ସହ ୩,୪୦୦ ଜଣ ଆହତ ହୋଇଛନ୍ତି। ଏହାବ୍ୟତୀତ ୩୦ ଜଣ ନିଖୋଜ ଥିବା ଜଣାପଡ଼ିଛି। ଭୂକମ୍ପ କ୍ଷତିଗ୍ରସ୍ତଙ୍କ ପାଇଁ ବିଭିନ୍ନ ଦେଶରୁ ରିଲିଫ୍‌ ସହାୟତା ପହଞ୍ଚତ୍ବାରେ ଲାଗିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମ୍ୟାନ୍‌ମାର ସାମରିକ ସରକାରଙ୍କ ମୁଖ୍ୟ ମିନ୍‌ ଔଙ୍ଗ୍‌ ହ୍ଲାଇଙ୍ଗ୍‌ଙ୍କ ସହ କଥା ହୋଇଛନ୍ତି। ଭୂକମ୍ପ ବିପର୍ଯ୍ୟସ୍ତ ମ୍ୟାନ୍‌ମାର ଜନସାଧାରଣଙ୍କୁ ସେ ଭାରତ ତରଫରୁ ସମବେଦନା ଜଣାଇବା ସହ ସବୁ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି କଠିନ ସମୟରେ ଭାରତ ମ୍ୟାନ୍‌ମାର ଲୋକଙ୍କ ସମର୍ଥନରେ ଛିଡ଼ା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଭାରତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌)ର ୮୦ ଜଣିଆ ଟିମ୍‌ ପଠାଇଛି। ଭାରତ ପକ୍ଷରୁ ‘ଅପରେଶନ ବ୍ରହ୍ମା’ ନାମରେ ଭୂକମ୍ପ କ୍ଷତିଗ୍ରସ୍ତ ମ୍ୟାନ୍‌ମାର ଓ ଥାଇଲାଣ୍ଡକୁ ରିଲିଫ୍‌ ସହାୟତା ପଠାଯାଇଛି। ବାୟୁସେନାର ସି୧୩୦ଜେ ସାମରିକ ପରିବହନ ବିମାନ ଜରିଆରେ ମ୍ୟାନ୍‌ମାରର ୟାଙ୍ଗୁନ୍‌କୁ ୧୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଯାଇଛି। ଏଥିରେ ଟେଣ୍ଟ, ସ୍ଲିପିଂ ବ୍ୟାଗ୍‌, କମ୍ବଳ, ପ୍ରସ୍ତୁତ ଖାଦ୍ୟ, ଜଳ ବିଶୋଧକ, ସୋଲାର ଲ୍ୟାମ୍ପ୍‌, ଜେନେରେଟର ସେଟ୍‌ ଏବଂ ଅତ୍ୟାବଶ୍ୟକ ଔଷଧ ରହିଛି। ବାୟୁସେନାର ଆଉ ୨ଟି ବିମାନରେ ରିଲିଫ୍‌ ସାମଗ୍ରୀ ଖୁବ୍‌ଶୀଘ୍ର ହିଣ୍ଡନ ବାୟୁସେନା ଷ୍ଟେଶନରୁ ମ୍ୟାନ୍‌ମାରକୁ ପଠାଯିବ। ଏହା ବ୍ୟତୀତ ନୌସେନାର ୨ଟି ଜାହାଜ ଆଇଏନ୍‌ଏସ୍‌ ସାତପୁରା ଏବ ଆଇଏନ୍‌ଏସ୍‌ ସାବିତ୍ରୀ ୪୦ ଟନ୍‌ ମାନବୀୟ ସହାୟତା ନେଇ ମ୍ୟାନ୍‌ମାରର ୟାଙ୍ଗୁନ୍‌ ବନ୍ଦର ଅଭିମୁଖେ ଯାତ୍ରା କରିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି।
ମ୍ୟାନ୍‌ମାରରେ ଶୁକ୍ରବାର ମଧ୍ୟାହ୍ନରେ ୭.୭ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଯୋଗୁ ବ୍ୟାପକ କ୍ଷୟକ୍ଷତି ହେବା ସହ ଏହାର ଝଟକା ଥାଇଲାଣ୍ଡ, ଚାଇନା, ଭାରତ ଓ ଲାଓସ୍‌ ଆଦି ପଡ଼ୋଶୀ ଦେଶରେ ଅନୁଭୂତ ହୋଇଥିଲା। ନେପିତାଉ, ମଣ୍ଡଲୟ ଓ ସାଗାଇଙ୍ଗ୍‌ ସମେତ ୬ଟି ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର କାର୍ଯ୍ୟରେ ସେନା ନିୟୋଜିତ ହୋଇଛି। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌ରେ ମଧ୍ୟ ଅନେକ କ୍ଷୟକ୍ଷତି ହୋଇଛି। ଭୂକମ୍ପ ପରବର୍ତ୍ତୀ ଏକାଧିକ ଝଟକା ଅନୁଭୂତ ହେବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପରାମର୍ଶ ଦିଆଯାଇଥିଲା।
ମ୍ୟାନ୍‌ମାର ରାଜଧାନୀ ନିପିଦାଉରେ ଶନିବାର ରାସ୍ତାଘାଟ ମରାମତି କାର୍ଯ୍ୟ ଜାରି ରହିଛି। ଅନେକ ସହରରେ ବିଦ୍ୟୁତ୍‌, ଟେଲିଫୋନ୍‌ ଏବଂ ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ ହୋଇଛି। ଥାଇଲାଣ୍ଡର ବ୍ୟାଙ୍କକ୍‌ ସହରରେ ଶନିବାର ସୁଦ୍ଧା ୬ ଜଣଙ୍କ ମୃତଦେହ ମିଳିଥିବାବେଳେ ୨୬ ଜଣ ଆହତ ଓ ୪୭ ଜଣ ନିଖୋଜ ରହିଛନ୍ତି।

The post Earthquake in Myanmar: ୨୪ଘଣ୍ଟାରେ ୧୫ଥର ଭୂକମ୍ପ, ଚାରିଆଡେ ଧ୍ୱସଂଲୀଳା appeared first on Dharitri Odia News.