ED ଅଫିସରେ କେମିତି କଟିଲା ଅରବିନ୍ଦ କେଜରିୱାଲଙ୍କ ରାତି, ଜାଣନ୍ତୁ ସକାଳୁ ଉଠି କଲେ କ’ଣ?
ନୂଆଦିଲ୍ଲୀ ୨୨।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପାଖାପାଖି ୨ ଘଣ୍ଟା ପଚରା ଉଚରା ପରେ ଗୁରୁବାର ରାତିରେ ଗିରଫ କରାଯାଇଥିଲା। ଗିରଫ ପରେ କେଜରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେଡକ୍ୱାର୍ଟର ନିଆଯାଇଥିବା ବେଳେ ସେଠାରେ ଲକଅପରେ ରଖା ଯାଇଥିଲା। ଏଣୁ କେଜରିୱାଲଙ୍କ ରାତି ଇଡି ଲକଅପରେ କଟିଛି। ସୂତ୍ର ଅନୁସାରେ ଇଡି ହେଡକ୍ୱାର୍ଟରରେ ଦୁଇଟି ଲକଅପ ରହିଛି ଓ ପୁରା କାର୍ଯ୍ୟାଳୟ ବାତାନୁକୂଳିତ। କେଜରିୱାଲଙ୍କୁ ଯେଉଁ ଲକଅପରେ ରଖାଯାଇଥିଲା ତାହା ଗ୍ରାଉଣ୍ଡ ଫ୍ଲୋରରେ ରହିଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଡି ଲକଅପରେ ସାରା ରାତି ଶୋଇ ପାରି ନାହାନ୍ତି। ଏଣୁ ସକାଳେ ଶୀଘ୍ର ଉଠି ଯାଇଥିଲେ। ସକାଳେ ତାଙ୍କୁ ବ୍ରେକ୍ଫାଷ୍ଟ ଦିଆଯାଇଥିଲା ଓ ସେ ତାଙ୍କ ରୁଟିନ ଅନୁସାରେ ଔଷଧ ଖାଇଥିଲେ। ଗତ ରାତିରେ କେଜରିୱାଲଙ୍କ ପରିବାର କିଛି ଲୋକେ ଇଡି କାର୍ଯ୍ୟାଳୟକୁ ଆସିଥିଲେ। ସେମାନଙ୍କ ଦ୍ୱାରା ଘରୁ ତାଙ୍କର କମ୍ବଳ ଏବଂ ଔଷଧ ମଗାଇ ଅଣାଯାଇଥିଲା। ଇଡି ଦପ୍ତରରେ କେଜରିୱାଲଙ୍କ ମେଡିକାଲ ଯାଞ୍ଚ ମଧ୍ୟ କରାଯାଇଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗିରଫ ପରେ ଆମଆଦମୀ ପାର୍ଟି (ଆପ) ନେତା ଓ କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଶୁକ୍ରବାର ଆପ କାର୍ଯ୍ୟକର୍ତ୍ତାମାନେ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଗିରଫ ପରେ ଦିଲ୍ଲୀ ବ
ନୂଆଦିଲ୍ଲୀ ୨୨।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପାଖାପାଖି ୨ ଘଣ୍ଟା ପଚରା ଉଚରା ପରେ ଗୁରୁବାର ରାତିରେ ଗିରଫ କରାଯାଇଥିଲା। ଗିରଫ ପରେ କେଜରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେଡକ୍ୱାର୍ଟର ନିଆଯାଇଥିବା ବେଳେ ସେଠାରେ ଲକଅପରେ ରଖା ଯାଇଥିଲା। ଏଣୁ କେଜରିୱାଲଙ୍କ ରାତି ଇଡି ଲକଅପରେ କଟିଛି। ସୂତ୍ର ଅନୁସାରେ ଇଡି ହେଡକ୍ୱାର୍ଟରରେ ଦୁଇଟି ଲକଅପ ରହିଛି ଓ ପୁରା କାର୍ଯ୍ୟାଳୟ ବାତାନୁକୂଳିତ। କେଜରିୱାଲଙ୍କୁ ଯେଉଁ ଲକଅପରେ ରଖାଯାଇଥିଲା ତାହା ଗ୍ରାଉଣ୍ଡ ଫ୍ଲୋରରେ ରହିଛି।
ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଡି ଲକଅପରେ ସାରା ରାତି ଶୋଇ ପାରି ନାହାନ୍ତି। ଏଣୁ ସକାଳେ ଶୀଘ୍ର ଉଠି ଯାଇଥିଲେ। ସକାଳେ ତାଙ୍କୁ ବ୍ରେକ୍ଫାଷ୍ଟ ଦିଆଯାଇଥିଲା ଓ ସେ ତାଙ୍କ ରୁଟିନ ଅନୁସାରେ ଔଷଧ ଖାଇଥିଲେ। ଗତ ରାତିରେ କେଜରିୱାଲଙ୍କ ପରିବାର କିଛି ଲୋକେ ଇଡି କାର୍ଯ୍ୟାଳୟକୁ ଆସିଥିଲେ। ସେମାନଙ୍କ ଦ୍ୱାରା ଘରୁ ତାଙ୍କର କମ୍ବଳ ଏବଂ ଔଷଧ ମଗାଇ ଅଣାଯାଇଥିଲା। ଇଡି ଦପ୍ତରରେ କେଜରିୱାଲଙ୍କ ମେଡିକାଲ ଯାଞ୍ଚ ମଧ୍ୟ କରାଯାଇଛି।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗିରଫ ପରେ ଆମଆଦମୀ ପାର୍ଟି (ଆପ) ନେତା ଓ କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଶୁକ୍ରବାର ଆପ କାର୍ଯ୍ୟକର୍ତ୍ତାମାନେ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଗିରଫ ପରେ ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ବର୍ତ୍ତମାନ ନିମନ୍ତେ ସ୍ଥଗିତ କରି ଦିଆଯାଇଛି। ବିଧାନସଭା ଅଧିବେସନ ଏବେ ମାର୍ଚ୍ଚ ୨୭ ତାରିଖରେ ଡକାଇବାକୁ ନିଷ୍ପତ୍ତି ହୋଇଛି।
କେଜରିୱାଲଙ୍କ ଏପରି ଗିରଫକୁ ବିଭିନ୍ନ ବିରୋଧୀ ଦଳ ନିନ୍ଦା କରିଛନ୍ତି। ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି କେଜରିୱାଲଙ୍କ ଗିରଫ ବିରୋଧରେ ‘ଇଣ୍ଡିଆ’ ଏକଜୁଟ ରହିଛି। ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ କହିଛନ୍ତି ଯେ କେଜରିୱାଲଙ୍କୁ ଗିରଫ କରାଯାଇପାରେ ହେଲେ ତାଙ୍କ ବିଚାରକୁ କେହି ବନ୍ଦୀ କରିପାରିବେନି।