Election Results Live Updates : ହରିୟାଣା, ଜାମ୍ମୁ-କାଶ୍ମୀରରେ କିଏ ଗଢିବ ସରକାର? ସକାଳ ୮ଟାରୁ ଭୋଟ୍ ଗଣତି

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନର ରେଜଲ୍ଟ ମଙ୍ଗଳବାର ପ୍ରକାଶ ପାଇବ । ଯାହାକୁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଉଭୟର ରାଜ୍ୟର ଲୋକ । ଅକ୍ଟୋବର ୮ ତାରିଖ ସକାଳୁ ସକାଳୁ ପ୍ରାରମ୍ଭିକ ଟ୍ରେଣ୍ଡ ଆସିବା ସହ, କିଏ ଏହି ଦୁଇ ବିଧାନସଭାରେ ସରକାର ଗଢୁଛି, ତାହା ଧିରେ ଧିରେ ସ୍ପଷ୍ଟ ହେବ । ତେବେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ସେଠାରେ ନିର୍ବାଚନ ହେଇଥିଲା, ଆଉ ଦୀର୍ଘ ୧୦ ବର୍ଷ ପରେ ଲୋକ ସେଠାରେ ଭୋଟ୍ ଦେଇଥିଲେ । ତେଣୁ ଏହି ନିର୍ବାଚନର ଫଳାଫଳକୁ ଲୋକମାନେ ବେଶ୍ ଉତ୍କଣ୍ଠାର ସହ ଅନେଇ ବସିଛନ୍ତି । ଅନ୍ୟପଟେ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାର ରେଜଲ୍ଟ ମଧ୍ୟ ମଙ୍ଗଳବାର ପ୍ରକାଶ ପାଇବ । 