Election2024: Exit Poll ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ,୩୦।୩: ପାଖେଇ ଆସିଲାଣି ଲୋକ ସଭା ନିର୍ବାଚନ। ଦେଶରେ ୭ଟି ପର୍ଯ୍ୟାୟରେ ହେବ ଭୋଟିଂ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମସ୍ତ ରାଜନୈତିକ ଦଳ ପ୍ରଚାରପ୍ରସାରରେ ଲାଗିପଡିଛନ୍ତି। ଏହାରି ଭିତରେ ଏଗଜିଟ୍‌ ପୋଲ ଉପରେ ଲାଗିଛି ରୋକ୍‌। ଏଣିକି ଆଉ ଏଗଜିଟ ପୋଲ ଦେଖାଇ ପାରିବେନି କୌଣସି ବି ନ୍ୟୁଜ୍‌ସଂସ୍ଥା। ଏହାର ପ୍ରକାଶନ ଓ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ନୂଆ ବିଜ୍ଞପ୍ତି ଅନୁଯାୟୀ, […] The post Election2024: Exit Poll ଉପରେ ଲାଗିଲା ରୋକ୍‌ appeared first on Dharitri Odia News.

Election2024: Exit Poll ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ,୩୦।୩: ପାଖେଇ ଆସିଲାଣି ଲୋକ ସଭା ନିର୍ବାଚନ। ଦେଶରେ ୭ଟି ପର୍ଯ୍ୟାୟରେ ହେବ ଭୋଟିଂ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମସ୍ତ ରାଜନୈତିକ ଦଳ ପ୍ରଚାରପ୍ରସାରରେ ଲାଗିପଡିଛନ୍ତି। ଏହାରି ଭିତରେ ଏଗଜିଟ୍‌ ପୋଲ ଉପରେ ଲାଗିଛି ରୋକ୍‌। ଏଣିକି ଆଉ ଏଗଜିଟ ପୋଲ ଦେଖାଇ ପାରିବେନି କୌଣସି ବି ନ୍ୟୁଜ୍‌ସଂସ୍ଥା। ଏହାର ପ୍ରକାଶନ ଓ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ନୂଆ ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୧୯ ସକାଳ ୭ଟାରୁ ଜୁନ ୧ ତାରିଖ ସଂଧ୍ୟା ସାଢେ ୭ଟା ପର୍ଯ୍ୟନ୍ତ ଯେକୌଣସି ପ୍ରକାରର ଏଗଜିଟ ପୋଲ ଉପରେ ବାରଣ କରାଯାଇଛି। ଏହି ଅବଧି ମଧ୍ୟରେ, କୌଣସି ଏଗଜିଟ ପୋଲ ପ୍ରକାଶିତ କିମ୍ବା ସାର୍ବଜନୀନ କରାଯାଇ ପାରିବ ନାହିଁ।

The post Election2024: Exit Poll ଉପରେ ଲାଗିଲା ରୋକ୍‌ appeared first on Dharitri Odia News.