Everest ଫିସ୍ କରି ମସଲାରେ ମିଶିଛି କୀଟନାଶକ, ସିଙ୍ଗାପୁର ସରକାର ଆଣିଲେ ଅଭିଯୋଗ

ଅଧିକ ମାତ୍ରାରେ କୀଟନାଶକ ଏଥିଲିନ ଅକ୍ସାଇଡ ମିଳିବା ପରେ ମସଲା ପ୍ରତ୍ୟାହାର କରିବାକୁ ସିଙ୍ଗାପୁର ସରକାର ନିର୍ଦ୍ଦେଶ ଦେଇଛନ୍ତି। 

Everest ଫିସ୍ କରି ମସଲାରେ ମିଶିଛି କୀଟନାଶକ, ସିଙ୍ଗାପୁର ସରକାର ଆଣିଲେ ଅଭିଯୋଗ

ବିବାଦରେ ଛନ୍ଦି ହୋଇଛି ଭାରତର ଲୋକପ୍ରିୟ ମସଲା କମ୍ପାନୀ ଏଭରେଷ୍ଟ। ଏଭରେଷ୍ଟ ଫିସ୍ କରୀ ମସାଲାରେ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ସିଙ୍ଗାପୁର ଅଭିଯୋଗ କରିଛି। ଅଧିକ ମାତ୍ରାରେ କୀଟନାଶକ ଏଥିଲିନ ଅକ୍ସାଇଡ ମିଳିବା ପରେ ମସଲା ପ୍ରତ୍ୟାହାର କରିବାକୁ ସିଙ୍ଗାପୁର ସରକାର ନିର୍ଦ୍ଦେଶ ଦେଇଛନ୍ତି। 

ହଂକଂର ଖାଦ୍ୟ ନିରାପତ୍ତା କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଏଭେରେଷ୍ଟ ଫିସ୍ କରୀ ମସାଲାରୁ ସାଧାରଣ ପରିମାଣଠାରୁ ଅଧିକ ମାତ୍ରାରେ ଏଥିଲିନ ଅକ୍ସାଇଡ ଥିବା ଜଣାଯାଇଛି। ଏହି ରସାୟନ ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ।

ସିଙ୍ଗାପୁର ଫୁଡ୍ ଏଜେନ୍ସି (SFA) କହିଛି ଯେ, ଖାଦ୍ୟରେ ଏଥିଲିନ ଅକ୍ସାଇଡ ବ୍ୟବହାର ପାଇଁ ଅନୁମତି ନାହିଁ। ଏହା କେବଳ କେତେକ ମାଇକ୍ରୋବାୟୋଲ ଜୀବାଣୁଙ୍କୁ ନଷ୍ଟ କରିବା ପାଇଁ କୀଟନାଶକ ଭାବେ ବ୍ୟବହୃତ ହୋଇଥାଏ। ସିଙ୍ଗାପୁର ନିୟମ ଅନୁଯାୟୀ ଏହାକୁ ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ।

SFA ଏଭରେଷ୍ଟ ଲିମିଟେଡ୍ ସହ ଜଡିତ ପ୍ରୋଜେକ୍ଟକୁ ଯଥାଶୀଘ୍ର ପ୍ରତ୍ୟାହାର କରିନେବାକୁ ଏସପି ମୁଥିଆ ଆଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡକୁ ନିର୍ଦ୍ଦେଶ ଦେଇଛି। ସେପଟେ ଏପରି ଦାବି ନେଇ ଏଭରେଷ୍ଟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦିଆଯାଇ ନାହିଁ।