EVMକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ରାହୁଲ,କହିଲେ…

ନୂଆଦିଲ୍ଲୀ ୧୬/୬: ଲୋକସଭା ନିର୍ବାଚନ ଫଳାଫଳର ୧୧ ଦିନ ପରେ ପୁଣି ଇଭିଏମକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ । ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଏକ X ପୋଷ୍ଟକୁ ରି-ପୋଷ୍ଟ କରିବା ସହ ରାହୁଲ ଲେଖିଛନ୍ତି ଭାରତର EVM ଗୋଟିଏ ବ୍ଲାକବକ୍ସ । ଏହାକୁ ଯାଞ୍ଜ କରିବାକୁ କାହାକୁ ଅନୁମତି ନାହିଁ । ରାହୁଲ ଗାନ୍ଧୀ ଏହି ପୋଷ୍ଟରେ ମୁମ୍ବାଇର ଗୋଟିଏ ଘଟଣା ସଂପର୍କରେ କହିଛନ୍ତି । ମୁମ୍ବାଇ ପୋଲିସ EVMକୁ ନେଇ ଶିବସେନା ସିନ୍ଧେ ଗୋଷ୍ଠୀର ସାଂସଦ ରବୀନ୍ଦ୍ର ୱାୟକରଙ୍କ ଶଳା ମଙ୍ଗେଶ ପାଣ୍ଡିଲକରଙ୍କ ବିରୋଧରେ କେସ ରୁଜୁ କରିଛି । ମଙ୍ଗେଲଙ୍କ ବିରୋଧରେ ଅଭିଯୋଗ ରହିଛି କି ମୁମ୍ବାଇର ଗୋରେଗାଓଁ ବୁଥ୍‌ରେ କଟକଣା ସତ୍ତ୍ବେ ମୋବାଇଲ ବ୍ୟବହାର କରିଥିଲେ । ରାହୁଲ ମୋବାଇଲ ସହ ଏହି ଘଟଣାକୁ ଲିଙ୍କ କରିବାର କାରଣ ହେଉଛି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ EVMରେ ନ କରିବାକୁ ପରାମର୍ଶ ଦେଇଥିଲେ ଏଲନ ମସ୍କ । ଆଉ କହିଥିଲେ EVMକୁ ବନ୍ଦ କରିଦେବା ଦରକାର । 

EVMକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ରାହୁଲ,କହିଲେ…

ନୂଆଦିଲ୍ଲୀ ୧୬/୬: ଲୋକସଭା ନିର୍ବାଚନ ଫଳାଫଳର ୧୧ ଦିନ ପରେ ପୁଣି ଇଭିଏମକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ । ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଏକ X ପୋଷ୍ଟକୁ ରି-ପୋଷ୍ଟ କରିବା ସହ ରାହୁଲ ଲେଖିଛନ୍ତି ଭାରତର EVM ଗୋଟିଏ ବ୍ଲାକବକ୍ସ । ଏହାକୁ ଯାଞ୍ଜ କରିବାକୁ କାହାକୁ ଅନୁମତି ନାହିଁ । ରାହୁଲ ଗାନ୍ଧୀ ଏହି ପୋଷ୍ଟରେ ମୁମ୍ବାଇର ଗୋଟିଏ ଘଟଣା ସଂପର୍କରେ କହିଛନ୍ତି । 

ମୁମ୍ବାଇ ପୋଲିସ EVMକୁ ନେଇ ଶିବସେନା ସିନ୍ଧେ ଗୋଷ୍ଠୀର ସାଂସଦ ରବୀନ୍ଦ୍ର ୱାୟକରଙ୍କ ଶଳା ମଙ୍ଗେଶ ପାଣ୍ଡିଲକରଙ୍କ ବିରୋଧରେ କେସ ରୁଜୁ କରିଛି । ମଙ୍ଗେଲଙ୍କ ବିରୋଧରେ ଅଭିଯୋଗ ରହିଛି କି ମୁମ୍ବାଇର ଗୋରେଗାଓଁ ବୁଥ୍‌ରେ କଟକଣା ସତ୍ତ୍ବେ ମୋବାଇଲ ବ୍ୟବହାର କରିଥିଲେ । ରାହୁଲ ମୋବାଇଲ ସହ ଏହି ଘଟଣାକୁ ଲିଙ୍କ କରିବାର କାରଣ ହେଉଛି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ EVMରେ ନ କରିବାକୁ ପରାମର୍ଶ ଦେଇଥିଲେ ଏଲନ ମସ୍କ । ଆଉ କହିଥିଲେ EVMକୁ ବନ୍ଦ କରିଦେବା ଦରକାର ।