Fire Tragedy in Hyderabad: ହାଇଦ୍ରାବାଦ ମଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୭ ଜୀବନ୍ତ ଦଗ୍ଧ
ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡରେ ୧୭ଜଣ ଜୀବନ୍ତ ଦଗ୍ଧ। ଚାରମିନାର୍ ନିକଟ ଗୁଲଜାର୍ ହାଉସ୍ ରେ ଏହି ଅଗ୍ନିକାଣ୍ଡ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ୭ ବର୍ଷରୁ କମ ୮ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସେହିପରି କିଛି ବରିଷ୍ଠ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି।