FM କଲେଜ ଛାତ୍ରୀ ଆତ୍ମାହତ୍ୟା ଉଦ୍ୟମ ଘଟଣା : ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲେ ନବୀନ

ଭୁବନେଶ୍ବର : ବାଲେଶ୍ଵର FM କଲେଜ ଛାତ୍ରୀ ଆତ୍ମାହତ୍ୟା ଉଦ୍ୟମ ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ... The post FM କଲେଜ ଛାତ୍ରୀ ଆତ୍ମାହତ୍ୟା ଉଦ୍ୟମ ଘଟଣା : ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲେ ନବୀନ appeared first on .

FM କଲେଜ ଛାତ୍ରୀ ଆତ୍ମାହତ୍ୟା ଉଦ୍ୟମ ଘଟଣା : ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲେ ନବୀନ

ଭୁବନେଶ୍ବର : ବାଲେଶ୍ଵର FM କଲେଜ ଛାତ୍ରୀ ଆତ୍ମାହତ୍ୟା ଉଦ୍ୟମ ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସଂପୃକ୍ତ ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ଏହି ଘଟଣାରେ ସେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, କଲେଜର ଜଣେ ଅଧ୍ୟାପକଙ୍କ ଦ୍ଵାରା ଛାତ୍ରୀ ଜଣକ ଦୁର୍ବ୍ୟବହାରର ଶିକାର ହୋଇଥିଲେ। ଏ ସଂପର୍କରେ ସେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ସତ୍ତ୍ଵେ ତାଙ୍କୁ ନ୍ୟାୟ ମିଳିନଥିଲା। ଆଗରୁ ବି ଥରେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ବର୍ତ୍ତି ଯାଇଥିଲେ। ଗତ  ଜୁଲାଇ ୧ ରେ ସେ ଏହି କଥା ସୋସିଆଲ ମିଡିଆ ଜରିଆରେ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଓ ବହୁ ଅଧିକାରୀଙ୍କ ଜରିଆରେ ଦୃଷ୍ଟି ଆକର୍ଷଣ କରିଥିଲେ। ତଥାପି କୌଣସି ଆକ୍ସନ ନ ହେବାରୁ ପ୍ରିନସପାଲଙ୍କ ଅଫିସ ଆଗରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରୁ ଜଣାପଡୁଛି, କେମିତି ବାରମ୍ଵାର ଚେଷ୍ଟା ସତ୍ତ୍ଵେ ଛାତ୍ରୀ ଜଣକ ନ୍ୟାୟରୁ ବଞ୍ଚିତ ହୋଇଥିଲେ। ଉଚ୍ଚଶିକ୍ଷାରେ ରାଜ୍ୟପାଳ ହେଉଛନ୍ତି  ସମସ୍ତ ସରକାରୀ ବିଶ୍ଵବିଦ୍ୟାଳୟର କୁଳାଧିପତି। ତେଣୁ ଏହି ଘଟଣାରେ କୁଳାଧିପତି ଭାବେ ହସ୍ତକ୍ଷେପ କରି ସଂପୃକ୍ତ ଛାତ୍ରୀଙ୍କୁ ରାଜ୍ୟପାଳ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି ନବୀନ ପଟ୍ଟନାୟକ।

The post FM କଲେଜ ଛାତ୍ରୀ ଆତ୍ମାହତ୍ୟା ଉଦ୍ୟମ ଘଟଣା : ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲେ ନବୀନ appeared first on .