FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ବାଲେଶ୍ୱରରେ ପହଞ୍ଚିଲା UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
ବାଲେଶ୍ୱର,୧୮ା୭(ବାଞ୍ଛାନିଧି ଦେ): ଫକୀର ମୋହନ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ର ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ମାମଲାରେ ବାଲେଶ୍ୱରେ ଶୁକ୍ରବାର ଆସି ପହଞ୍ଚିଛି UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ପ୍ରଫେସର ରାଜ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍ ଆସିଛନ୍ତି । ଟିମ୍ରେ ଅଛନ୍ତି ପ୍ରଫେସର ସୁଷମା ଯାଦବ, ଡକ୍ଟର ନିରଜା ଗୁପ୍ତା ଓ ୟୁଜିସିର ଯୁଗ୍ମ ସଚିବ ଡକ୍ଟର ଅସୀମା ମଙ୍ଗଲା। ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ହେବ। ପାରିପାର୍ଶିକ ସ୍ଥିତିର […] The post FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ବାଲେଶ୍ୱରରେ ପହଞ୍ଚିଲା UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ appeared first on Dharitri Odia News.
ବାଲେଶ୍ୱର,୧୮ା୭(ବାଞ୍ଛାନିଧି ଦେ): ଫକୀର ମୋହନ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ର ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ମାମଲାରେ ବାଲେଶ୍ୱରେ ଶୁକ୍ରବାର ଆସି ପହଞ୍ଚିଛି UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ପ୍ରଫେସର ରାଜ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍ ଆସିଛନ୍ତି । ଟିମ୍ରେ ଅଛନ୍ତି ପ୍ରଫେସର ସୁଷମା ଯାଦବ, ଡକ୍ଟର ନିରଜା ଗୁପ୍ତା ଓ ୟୁଜିସିର ଯୁଗ୍ମ ସଚିବ ଡକ୍ଟର ଅସୀମା ମଙ୍ଗଲା। ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ହେବ। ପାରିପାର୍ଶିକ ସ୍ଥିତିର ଅନୁଧ୍ୟାନ ସହ କଲେଜରେ ଛାତ୍ରୀ ନିର୍ଯାତନା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବେ। ଭାରପ୍ରାପ୍ତ ଅଧ୍ୟକ୍ଷ ଓ ଆଇସି କମିଟିର ସଦସ୍ୟଙ୍କ ସହ ଏହି ଟିମ୍ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ପଚରାଉଚରା ଜାରି ରହିଛି।
ସେହିପରି ଗତକାଲି କ୍ରାଇମ୍ବ୍ରାଞ୍ଚର ସିଏଡବ୍ଲ୍ୟୁ ଓ ସିଡବ୍ଲ୍ୟୁ ଶାଖାର ଆଇଜି ଏସ୍. ସାଇନିଙ୍କ ତତ୍ତ୍ୱାବଧାନରେ ଟିମ୍ ଲିଡର ଡିଏସ୍ପି ଇମାନ କଲ୍ୟାଣ ନାୟକ, ଇନ୍ସପେକ୍ଟର ପାଞ୍ଚାଲି ରାଉତ ଓ ଅନ୍ୟ ଜଣେ କନ୍ଷ୍ଟେବଲ, ସାଇଣ୍ଟିଫିକ୍ ଟିମ୍ର ସଦସ୍ୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆତ୍ମାହୁତି ମାମଲାର ତଥ୍ୟ ହାସଲ ନିମନ୍ତେ ପଚରାଉଚରା କରିଥିଲେ। ବାଲେଶ୍ୱର କ୍ରାଇମ ଡିଏସ୍ପି ତପସ୍ବିନୀ କହଁର ଉପସ୍ଥିତ ଥିଲେ। ନୂତନ ଅଧ୍ୟକ୍ଷ ପ୍ରଫେସର ଫିରୋଜ ପାଢ଼ୀଙ୍କ ସହ ପ୍ରଥମେ ଆଲୋଚନା କରି ଇଣ୍ଟରନାଲ କମ୍ପ୍ଲେଣ୍ଟ କମିଟି (ଆଇସିସି)ର ସଦସ୍ୟଙ୍କୁ ଜଣ ଜଣ କରି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଗତ ୧୩ ଓ ୧୪ ତାରିଖରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍ପି ରାଜଲକ୍ଷ୍ମୀ ନାୟକ ଓ ଡିଏସ୍ପି ନାୟକ ଦୁଇଦିନ ଧରି ୩ଘଣ୍ଟା ଲେଖାଏଁ ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ କରି ଫେରିଥିଲେ।
The post FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ବାଲେଶ୍ୱରରେ ପହଞ୍ଚିଲା UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ appeared first on Dharitri Odia News.