FM କଲେଜର ନୂଆ ପ୍ରିନ୍ସପାଲଙ୍କ ସାଂଘାତିକ ଖୁଲାସା, ଫେବର କଥାକୁ ନେଇ କହିଲେ…
ଭୁବନେଶ୍ୱର,୧୮।୭: ବାଲେଶ୍ୱରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସମସ୍ତ ଦିଗକୁ ନେଇ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ। ଏହି ସମୟରେ କଲେଜର ନୂଆ ପ୍ରିନ୍ସପାଲ ପିରୋଜ ପାଢୀ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ କଲେଜ ଭଲରେ ଚାଲିବ ବୋଲି ଆଶା କରୁଛୁ । ଏହା ସହିତ ୩୦ ତାରିଖ ବୈଠକକୁ ନେଇ ମୁହଁ ଖୋଲିଛନ୍ତି ନୂଆ ପ୍ରିନ୍ସପାଲ। କହିଛନ୍ତି, ପୀଡିତାଙ୍କୁ ନିର୍ଯାତନା […] The post FM କଲେଜର ନୂଆ ପ୍ରିନ୍ସପାଲଙ୍କ ସାଂଘାତିକ ଖୁଲାସା, ଫେବର କଥାକୁ ନେଇ କହିଲେ… appeared first on Dharitri Odia News.
ଭୁବନେଶ୍ୱର,୧୮।୭: ବାଲେଶ୍ୱରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସମସ୍ତ ଦିଗକୁ ନେଇ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ। ଏହି ସମୟରେ କଲେଜର ନୂଆ ପ୍ରିନ୍ସପାଲ ପିରୋଜ ପାଢୀ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ କଲେଜ ଭଲରେ ଚାଲିବ ବୋଲି ଆଶା କରୁଛୁ । ଏହା ସହିତ ୩୦ ତାରିଖ ବୈଠକକୁ ନେଇ ମୁହଁ ଖୋଲିଛନ୍ତି ନୂଆ ପ୍ରିନ୍ସପାଲ। କହିଛନ୍ତି, ପୀଡିତାଙ୍କୁ ନିର୍ଯାତନା ଦେଉଥିଲେ ସମୀର ସାହୁ। ଏନେଇ ସୌମ୍ୟାଶ୍ରୀ ସମସ୍ତଙ୍କ ଆଗରେ ଅଭିଯୋଗ କରିଥିଲେ। କିଛି ସମୟ ଆଲୋଚନା ହୋଇଥିଲା। ତାପରେ ଏକ ଲିଖିତ ଅଭଯୋଗ କରିବାକୁ କୁହାଯାଇଥିଲା। ଫେବର କଥା ସମୀର ସାହୁ ସ୍ବୀକାର କରିନଥିଲେ। ସେ କହିଥିଲେ ମୁଁ ସେଗୁଡା କହିନଥିଲି। ଉପସ୍ଥିତି କମ୍ ହୋଇଥିବାରୁ ସେ ରାଗୁଥିଲେ ବୋଲି ସ୍ବୀକାର କରିଛନ୍ତି। ସମସ୍ତଙ୍କ ସହଯୋଗରେ କଲେଜରେ ଶୀଘ୍ର ସ୍ବାଭାବିକ ହେଉ ବୋଲି କହିଛନ୍ତି ନୂଆ ପ୍ରିନ୍ସପାଲ।
ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍ର ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ମାମଲାରେ ଆଭ୍ୟନ୍ତରୀଣ କମିଟି (ICC) ସଦସ୍ୟଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ ଦିଆଯାଇଛି। ଆଜି ଓ ଆସନ୍ତାକାଲି FM କଲେଜରେ ବ୍ୟକ୍ତିଗତ ହାଜର ପାଇଁ କୁହାଯାଇଛି। ପୁଣିଥରେ ତଦନ୍ତ ପାଇଁ ମହାବିଦ୍ୟାଳୟରେ ପହଞ୍ଚତ୍ଛି କ୍ରାଇମ୍ବ୍ରାଞ୍ଚର ୫ଜଣିଆ ଟିମ। କ୍ରାଇମ୍ବ୍ରାଞ୍ଚର ସିଏଡବ୍ଲ୍ୟୁ ଓ ସିଡବ୍ଲ୍ୟୁ ଶାଖାର ଆଇଜି ଏସ. ସାଇନିଙ୍କ ତତ୍ତ୍ୱାବଧାନରେ ଟିମ ଲିଡର ଡିଏସ୍ପି ଇମାନ କଲ୍ୟାଣ ନାୟକ, ଇନ୍ସପେକ୍ଟର ପାଞ୍ଚାଲି ରାଉତ ଓ ଅନ୍ୟ ଜଣେ କନଷ୍ଟେବଳ, ସାଇଣ୍ଟିଫିକ ଟିମ୍ର ସଦସ୍ୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଆତ୍ମାହୁତି ମାମଲାର ତଥ୍ୟ ହାସଲ ନିମନ୍ତେ ପଚରାଉଚରା କରିଥିଲେ। ବାଲେଶ୍ୱର କ୍ରାଇମ ଡିଏସ୍ପି ତପସ୍ବିନୀ କହଁର ଉପସ୍ଥିତ ଥିଲେ। ନୂତନ ଅଧ୍ୟକ୍ଷ ପ୍ରଫେସର ଫିରୋଜ ପାଢ଼ୀଙ୍କ ସହ ପ୍ରଥମେ ଆଲୋଚନା କରି ଇଣ୍ଟରନାଲ କମ୍ପ୍ଲେଣ୍ଟ କମିଟି (ଆଇସିସି)ର ସଦସ୍ୟଙ୍କୁ ଜଣ ଜଣ କରି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଗତ ୧୩ ଓ ୧୪ ତାରିଖରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍ପି ରାଜଲକ୍ଷ୍ମୀ ନାୟକ ଓ ଡିଏସ୍ପି ନାୟକ ଦୁଇଦିନ ଧରି ୩ଘଣ୍ଟା ଲେଖାଏଁ ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ କରି ଫେରିଥିଲେ।
The post FM କଲେଜର ନୂଆ ପ୍ରିନ୍ସପାଲଙ୍କ ସାଂଘାତିକ ଖୁଲାସା, ଫେବର କଥାକୁ ନେଇ କହିଲେ… appeared first on Dharitri Odia News.