G-20ର ସଫଳ ଆୟୋଜନ ବଢାଇଛି ବିଶ୍ବରେ ଭାରତର ଜିଓ ପଲିଟିକାଲ ଇନଫ୍ଲୁଏନ୍ସ : ପି.କେ. ମିଶ୍ର
ସମ୍ବଲପୁର ୧୯।୪: ସମ୍ବଲପୁର ଆଇଆଇଏମର ନବମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର । ଜି-୨୦ର ସଫଳତା ଦେଶର ଜିଓ ପଲିଟିକାଲ ଇନଫ୍ଲୁଏନ୍ସ ବଢାଉଥିବା ବେଳେ ଷ୍ଟାର୍ଟ ଅଫ କ୍ଷେତ୍ରରେ ବିଶ୍ବରେ ୩ ନମ୍ବରରେ ଭାରତ ବୋଲି ମତ ରଖିଛନ୍ତି ପି.କେ. ମିଶ୍ର । ଭାରତ ଏବେ ଗ୍ଲୋବାଲ ଇନୋଭେସନର ପାଓ୍ବାର ହାଉସ ହେବା ସହ ବିଶ୍ବରେ ଷ୍ଟାର୍ଟ ଅପ୍ କ୍ଷେତ୍ରରେ ତୃତୀୟ ବୃହତ ଦେଶ ଭାବେ ଛିଡା ହୋଇଛି । ଆଇଆଇଏମରୁ ବାହାରୁଥିବା ଛାତ୍ରଛାତ୍ରୀ ଦେଶ ନିର୍ମାଣରେ ଭାଗିଦାରୀ ହୁଅନ୍ତୁ । କେବଳ ନିଜ ପାଇଁ ବଞ୍ଚୁଥିବା ଲୋକେ ସଫଳ ନୁହନ୍ତି ବୋଲି ସେ କହିଛନ୍ତି । ଭାରତରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୮୦୦ ମିଲିୟନ ଉପରେ ରହିଛି । ଇଲେକ୍ଟ୍ରୋନିକ୍ସ, ଫାର୍ମା, ଲଜିଷ୍ଟିକ କ୍ଷେତ୍ରରେ ଆମେ ଆଗକୁ ବଢୁଛେ ଓ ୟୁପିଆଇ ବ୍ୟବସ୍ଥା ସାରା ବିଶ୍ବରେ ଏକ ବିରଳ ଉଦାହରଣ ସୃଷ୍ଟି କରିଛି । ଆଇଆଇଏମ ସମ୍ବଲପୁର, ପଶ୍ଚିମ ଓଡ଼ିଶାର ବୁଣାକାରଙ୍କୁ ନୂଆ ଦିଗ ଦେଖାଇଥିବା ସେ କହିଥିବା ବେଳେ ଭାରତର ଦୃତ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଶଂସା କରିଛନ୍ତି । ସେପଟେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ । ସେ ତାଙ୍କ ପତ୍ନୀଙ୍କ ସହ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ତାରିଣୀଙ୍କ ପୀଠରେ ପହଞ୍ଚି ମା’ ତାରିଣୀଙ୍କ ଦର୍ଶନ କରିଛନ୍ତି ।
ସମ୍ବଲପୁର ୧୯।୪: ସମ୍ବଲପୁର ଆଇଆଇଏମର ନବମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର । ଜି-୨୦ର ସଫଳତା ଦେଶର ଜିଓ ପଲିଟିକାଲ ଇନଫ୍ଲୁଏନ୍ସ ବଢାଉଥିବା ବେଳେ ଷ୍ଟାର୍ଟ ଅଫ କ୍ଷେତ୍ରରେ ବିଶ୍ବରେ ୩ ନମ୍ବରରେ ଭାରତ ବୋଲି ମତ ରଖିଛନ୍ତି ପି.କେ. ମିଶ୍ର । ଭାରତ ଏବେ ଗ୍ଲୋବାଲ ଇନୋଭେସନର ପାଓ୍ବାର ହାଉସ ହେବା ସହ ବିଶ୍ବରେ ଷ୍ଟାର୍ଟ ଅପ୍ କ୍ଷେତ୍ରରେ ତୃତୀୟ ବୃହତ ଦେଶ ଭାବେ ଛିଡା ହୋଇଛି । ଆଇଆଇଏମରୁ ବାହାରୁଥିବା ଛାତ୍ରଛାତ୍ରୀ ଦେଶ ନିର୍ମାଣରେ ଭାଗିଦାରୀ ହୁଅନ୍ତୁ । କେବଳ ନିଜ ପାଇଁ ବଞ୍ଚୁଥିବା ଲୋକେ ସଫଳ ନୁହନ୍ତି ବୋଲି ସେ କହିଛନ୍ତି । ଭାରତରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୮୦୦ ମିଲିୟନ ଉପରେ ରହିଛି । ଇଲେକ୍ଟ୍ରୋନିକ୍ସ, ଫାର୍ମା, ଲଜିଷ୍ଟିକ କ୍ଷେତ୍ରରେ ଆମେ ଆଗକୁ ବଢୁଛେ ଓ ୟୁପିଆଇ ବ୍ୟବସ୍ଥା ସାରା ବିଶ୍ବରେ ଏକ ବିରଳ ଉଦାହରଣ ସୃଷ୍ଟି କରିଛି । ଆଇଆଇଏମ ସମ୍ବଲପୁର, ପଶ୍ଚିମ ଓଡ଼ିଶାର ବୁଣାକାରଙ୍କୁ ନୂଆ ଦିଗ ଦେଖାଇଥିବା ସେ କହିଥିବା ବେଳେ ଭାରତର ଦୃତ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଶଂସା କରିଛନ୍ତି ।
ସେପଟେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ । ସେ ତାଙ୍କ ପତ୍ନୀଙ୍କ ସହ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ତାରିଣୀଙ୍କ ପୀଠରେ ପହଞ୍ଚି ମା’ ତାରିଣୀଙ୍କ ଦର୍ଶନ କରିଛନ୍ତି । ମା’ ତାରିଣୀଙ୍କ ଜଣେ ବଡ ଭକ୍ତ ବୋଲି କହିଛନ୍ତି ଶକ୍ତିକାନ୍ତ । ନିଜ ପରିବାରର ମଙ୍ଗଳ କାମନା କରିବା ସହ ସମାଜର ମଙ୍ଗଳ ପାଇଁ କାମନା କରିଛନ୍ତି । ଏହି ଅବସରରେ ମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ଧାନରେ ନିର୍ମିତ ମା’ ତାରିଣୀଙ୍କ ଫଟୋ ଦେଇ ସମ୍ମାନିତ କରାଯାଇଥିଲା ।
ସମ୍ବଲପୁର IIM ସମାବର୍ତ୍ତନ ଉତ୍ସବରେ ୬ ଜଣ ଛାତ୍ରଙ୍କୁ ପିଏଚଡି ଡିଗ୍ରୀ, ୩୧୩ ଜଣଙ୍କୁ ଏମବିଏ, ୩୮ଜଣଙ୍କୁ ଏକଜିକ୍ୟୁଟିଭ୍ ଏମବିଏ ଓ ୧୦ଜଣ ଏମବିଏ ଫର ଓ୍ବାର୍କିଂ ପ୍ରଫେସନାଲଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି ।
You Can Read:
ହୋଟେଲ ରୁମ୍ରେ ଚାଲିଥିଲା ଯୋଜନା, ବନ୍ଧୁକ ସହ ଜୀବନ୍ତ ଗୁଳି ବି ଥିଲା ପ୍ରସ୍ତୁତ ; ସବୁ ପଣ୍ଡ କରିଦେଲା ପୋଲିସ