GDP ବୃଦ୍ଧି ହାର ହ୍ରାସକୁ ନେଇ ଜୟରାମ ରମେଶଙ୍କ ଉଦବେଗ, ଜାଣନ୍ତୁ କହିଲେ କ’ଣ?

ନୂଆଦିଲ୍ଲୀ ୩୦।୫: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଶୁକ୍ରବାର ଜିଡିପି ବୃଦ୍ଧି ହାରରେ ହ୍ରାସକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ୬.୫%ର ଆର୍ଥିକ ବୃଦ୍ଧି ହାର ଏବେକା ପରିସ୍ଥିତିରେ ବହୁତ କମ, ହେଲେ ମୋଦି ସରକାର ଲୋକଙ୍କ ଧ୍ୟାନ ହଟାଇବାକୁ ଉଦ୍ୟମ କରୁଛନ୍ତି। ଜାରି ତଥ୍ୟ ଅନୁସାରେ ଦେଶର ଆର୍ଥିକ ବୃଦ୍ଧି ୨୦୨୪-୨୫ ଆର୍ଥିକ ବର୍ଷର ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକରେ ଧିମେଇ ଯାଇ ମଧ୍ୟ ୭.୪%ଥିଲା। ଯାହା ପୂରା ଆର୍ଥିକ ବର୍ଷରେ ୬.୫%କୁ ଖସି ଆସିଛି। ଏ ନେଇ ଜୟରାମ ରମେଶ ଏକ୍ସ ରେ ଏକ ପୋଷ୍ଟ  କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ‘ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟ ଆର୍ଥିକ ବର୍ଷ ୨୦୨୪-୨୫ର ଜିଡିପି ବୃଦ୍ଧି ନିମନ୍ତେ ତାଙ୍କର ଚୂଡ଼ାନ୍ତ ଅନୁମାନ ଜାରି କରିଛନ୍ତି। ବର୍ଷର ବାସ୍ତବିକ ଜିଡିପି ବୃଦ୍ଧି ୬.୫%, ଯାହା ୨୦୨୨-୨୩ ଆର୍ଥିକ ବର୍ଷରେ ମଧ୍ୟ ଦେଖାଯାଇଥିବା ବୃଦ୍ଧି ଠାରୁ ଦ୍ରୁତ ହ୍ରାସ ଓ ପ୍ରଧାନମନ୍ତ୍ରୀ ରୂପେ ଡ. ମନମୋହନ ସିଂହଙ୍କ ଦଶନ୍ଧୀ ବ୍ୟାପୀ କାର୍ଯ୍ୟକାଳରେ ୭.୭%ର ଉଚ୍ଚ ବିକାଶ ହାରର ରେକର୍ଡ ଠାରୁ ଢେର ଦୂରରେ’ ବୋଲି ଉଲ୍ଲେଖ କରିଛନ୍ତି।  The National Statistics Office (NSO), Ministry of Statistics and Programme Implementation (MoSPI) has released i

GDP ବୃଦ୍ଧି ହାର ହ୍ରାସକୁ ନେଇ ଜୟରାମ ରମେଶଙ୍କ ଉଦବେଗ, ଜାଣନ୍ତୁ କହିଲେ କ’ଣ?

ନୂଆଦିଲ୍ଲୀ ୩୦।୫: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଶୁକ୍ରବାର ଜିଡିପି ବୃଦ୍ଧି ହାରରେ ହ୍ରାସକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ୬.୫%ର ଆର୍ଥିକ ବୃଦ୍ଧି ହାର ଏବେକା ପରିସ୍ଥିତିରେ ବହୁତ କମ, ହେଲେ ମୋଦି ସରକାର ଲୋକଙ୍କ ଧ୍ୟାନ ହଟାଇବାକୁ ଉଦ୍ୟମ କରୁଛନ୍ତି। ଜାରି ତଥ୍ୟ ଅନୁସାରେ ଦେଶର ଆର୍ଥିକ ବୃଦ୍ଧି ୨୦୨୪-୨୫ ଆର୍ଥିକ ବର୍ଷର ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକରେ ଧିମେଇ ଯାଇ ମଧ୍ୟ ୭.୪%ଥିଲା। ଯାହା ପୂରା ଆର୍ଥିକ ବର୍ଷରେ ୬.୫%କୁ ଖସି ଆସିଛି। 

ଏ ନେଇ ଜୟରାମ ରମେଶ ଏକ୍ସ ରେ ଏକ ପୋଷ୍ଟ  କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ‘ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟ ଆର୍ଥିକ ବର୍ଷ ୨୦୨୪-୨୫ର ଜିଡିପି ବୃଦ୍ଧି ନିମନ୍ତେ ତାଙ୍କର ଚୂଡ଼ାନ୍ତ ଅନୁମାନ ଜାରି କରିଛନ୍ତି। ବର୍ଷର ବାସ୍ତବିକ ଜିଡିପି ବୃଦ୍ଧି ୬.୫%, ଯାହା ୨୦୨୨-୨୩ ଆର୍ଥିକ ବର୍ଷରେ ମଧ୍ୟ ଦେଖାଯାଇଥିବା ବୃଦ୍ଧି ଠାରୁ ଦ୍ରୁତ ହ୍ରାସ ଓ ପ୍ରଧାନମନ୍ତ୍ରୀ ରୂପେ ଡ. ମନମୋହନ ସିଂହଙ୍କ ଦଶନ୍ଧୀ ବ୍ୟାପୀ କାର୍ଯ୍ୟକାଳରେ ୭.୭%ର ଉଚ୍ଚ ବିକାଶ ହାରର ରେକର୍ଡ ଠାରୁ ଢେର ଦୂରରେ’ ବୋଲି ଉଲ୍ଲେଖ କରିଛନ୍ତି।  


ଜୟରାମ ରମେଶ କହିଛନ୍ତି ଯେ ଜାନୁୟାରୀ-ମାର୍ଚ୍ଚ ୨୦୨୫ରେ ମେନୁଫେକ୍ଚରିଂ କ୍ଷେତ୍ରର ବୃଦ୍ଧି ବର୍ଷକ ପୂର୍ବର ୧୧.୩% ବଦଳେ ୪.୮% ଥିଲା, କିନ୍ତୁ ଏହି ବାସ୍ତବିକତାକୁ ଦେଖିବା ବଦଳେ ସରକାର ପୁଣି ଥରେ ଘଟଣା ଉପରୁ ଧ୍ୟାନ ହଟାଇବାର ରାସ୍ତା ଆପଣେଇଛନ୍ତି। ରମେଶ କଟାକ୍ଷ କରି କହିଛନ୍ତି ଯେ ‘ଦେଶରେ ମେକ-ଇନ-ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରାଯିବାର ୧୧ ବର୍ଷ ପରେ କୁହାଯାଉଛି ଏହାର ପ୍ରାରମ୍ଭିକ ପରିଣାମ ଦେଖିବା ପାଇଁ ଏବେ ଆହୁରି ଅପେକ୍ଷା କରିବାକୁ ପଡିବ’। 


ସେ ଦାବି କରିଛନ୍ତି ଯେ ‘ଭାରତର ଜନସଂଖ୍ୟା ଲାଭାଂଶ ଓ ଅନୁକୂଳ ଅନ୍ତର୍ଜାତୀୟ ଭୂ-ରାଜନୀତି ଆମକୁ ଆଗାମୀ ୨-୩ ଦଶକରେ ଉଚ୍ଚ ବିକାଶ ହାରରେ ଆଗକୁ ବଢିବା ପାଇଁ ଐତିହାସିକ ଅବସର ପ୍ରଦାନ କରୁଛି। ଏପରି ପରିସ୍ଥିତିରେ ୬.୫%ର ବୃଦ୍ଧି ଅନେକ କମ୍, ଯାହା ଧିମା ଖର୍ଚ୍ଚ ବୃଦ୍ଧି, ସ୍ଥିର ବାସ୍ତବିକ ପାରିଶ୍ରମିକ, ବଢୁଥିବା ଅସମାନତା ଓ ଦେଶ ଭିତରେ ଘରୋଇ ନିବେଶ ହାର ଲଗାତାର ହ୍ରାସକୁ ପ୍ରଦର୍ଶିତ କରୁଥିବା ବେଳେ ଭଲ ବୋଲି କୁହାଯାଇ ପାରିବନି’।