GOOGLEରେ ଭୁଲ୍‌ରେ ବି ସର୍ଚ୍ଚ କରନ୍ତୁ ନାହିଁ ଏସବୁ, ନଚେତ ଯିବାକୁ ପଡ଼ିବ ଜେଲ୍‌…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଗୁଗୁଲ୍‌ର ଚାହିଦା ଢେର ବୃଦ୍ଧି ପାଇଛି। କହିବାକୁ ଗଲେ ଏହା ପ୍ରତ୍ୟେକ ମଣିଷର ଅଭିନ୍ନ ଅଙ୍ଗ ପାଲଟିଛି। କୌଣସି ଅଜଣା ସ୍ଥାନକୁ ଯିବା ହେଉ ଅବା କିଛି ଜାଣିବା ହେଉ, ଅଧିକାଂଶ ଲୋକେ ଗୁଗଲ୍‌ରେ ହିଁ ସର୍ଚ୍ଚ କରନ୍ତି। ହେଲେ କ’ଣ ଆପଣ ଜାଣନ୍ତି କିଛି ଜିନିଷ ଏଭଳି ଅଛି ଯାହାକୁ ଭୁଲ୍‌ରେ ବି ଗୁଗୁଲ୍‌ରେ ସର୍ଚ୍ଚ କରିବା ଅନୁଚିତ। ୧-ପାଇରେଟେଡେଡ୍‌ ଫିଲ୍ମ: ପାଇରେସି ଥିବା ଫିଲ୍ମକୁ ଗୁଗୁଲ୍‌ରେ ସର୍ଚ୍ଚ କରିବା ଅନୁଚିତ। […] The post GOOGLEରେ ଭୁଲ୍‌ରେ ବି ସର୍ଚ୍ଚ କରନ୍ତୁ ନାହିଁ ଏସବୁ, ନଚେତ ଯିବାକୁ ପଡ଼ିବ ଜେଲ୍‌… appeared first on Dharitri Odia News.

GOOGLEରେ ଭୁଲ୍‌ରେ ବି ସର୍ଚ୍ଚ କରନ୍ତୁ ନାହିଁ ଏସବୁ, ନଚେତ ଯିବାକୁ ପଡ଼ିବ ଜେଲ୍‌…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଗୁଗୁଲ୍‌ର ଚାହିଦା ଢେର ବୃଦ୍ଧି ପାଇଛି। କହିବାକୁ ଗଲେ ଏହା ପ୍ରତ୍ୟେକ ମଣିଷର ଅଭିନ୍ନ ଅଙ୍ଗ ପାଲଟିଛି। କୌଣସି ଅଜଣା ସ୍ଥାନକୁ ଯିବା ହେଉ ଅବା କିଛି ଜାଣିବା ହେଉ, ଅଧିକାଂଶ ଲୋକେ ଗୁଗଲ୍‌ରେ ହିଁ ସର୍ଚ୍ଚ କରନ୍ତି। ହେଲେ କ’ଣ ଆପଣ ଜାଣନ୍ତି କିଛି ଜିନିଷ ଏଭଳି ଅଛି ଯାହାକୁ ଭୁଲ୍‌ରେ ବି ଗୁଗୁଲ୍‌ରେ ସର୍ଚ୍ଚ କରିବା ଅନୁଚିତ।

୧-ପାଇରେଟେଡେଡ୍‌ ଫିଲ୍ମ:
ପାଇରେସି ଥିବା ଫିଲ୍ମକୁ ଗୁଗୁଲ୍‌ରେ ସର୍ଚ୍ଚ କରିବା ଅନୁଚିତ। ଭାରତରେ ଏହା କଲେ ଆପଣଙ୍କୁ ୩ ବର୍ଷର ଜେଲଦଣ୍ଡ ସହ ୧୦ ଲକ୍ଷ ଟଙ୍କାର ଜରିମନା ଦେବାକୁ ପଡ଼ିପାରେ।

୨-ବୋମା ତିଆରି ହେବା ପ୍ରକ୍ରିୟା ଦେଖିଲେ
ଗୁଗୁଲ୍‌ରେ କେବେ ବି ବୋମା ତିଆରି କରିବା ପ୍ରକ୍ରିୟାକୁ ସର୍ଚ୍ଚ କରନ୍ତୁ ନାହିଁ। ଏଥିଯୋଗୁ ଆପଣ ସୁରକ୍ଷା ଏଜେନ୍ସିଂମାନଙ୍କ ଟାର୍ଗେଟକୁ ଆସିପାରନ୍ତି। ଏହାକୁ ଅପରାଧ ବୋଲି କୁହାଯାଏ।

୩-ଗର୍ଭପାତ ସମ୍ପର୍କରେ ସୂଚନା:
ଗର୍ଭପାତ ସମ୍ପର୍କରେ ଗୁଗୁଲ୍‌ରେ ସର୍ଚ୍ଚ କରିବା ଉଚିତ ନୁହେଁ। କାରଣ ଏହା ବିପଦଜ୍ଜନକ। ବିନା ଡାକ୍ତରଙ୍କ ମଞ୍ଜୁରୀରେ ଏଭଳି କରିବା ଦଣ୍ଡନୀୟ ଅପରାଧ ମଧ୍ୟ।

୪-ବଳାତ୍କାର ପୀଡ଼ିତାଙ୍କ ସମ୍ପର୍କରେ ସୂଚନା:
କୌଣସି ବଳାତ୍କାର ପୀଡ଼ିତା/ପୀଡ଼ିତଙ୍କ ସୂଚନା ନେଇ ସର୍ଚ୍ଚ କରିବା ଅନୁଚିତ କାରଣ ଏଥିଯୋଗୁ ଆପଣଙ୍କୁ ୫ରୁ ୭ ବର୍ଷ ଜେଲ ହୋଇପାରେ।

୫-ଚାଇଲ୍ଡ ପର୍ନ:
ଗୁଗୁଲ୍‌ରେ ଆପଣ ଚାଇଲ୍ଡ ପର୍ନ ସମ୍ପର୍କରେ ସର୍ଚ୍ଚ କରିବା ଉଚିତ ନୁହେଁ। କାରଣ ଏହା କଲେ ୫-୭ ବର୍ଷ ଜେଲଦଣ୍ଡ ହୋଇପାରେ।

The post GOOGLEରେ ଭୁଲ୍‌ରେ ବି ସର୍ଚ୍ଚ କରନ୍ତୁ ନାହିଁ ଏସବୁ, ନଚେତ ଯିବାକୁ ପଡ଼ିବ ଜେଲ୍‌… appeared first on Dharitri Odia News.