Group Clash: ଭସାଣ ବେଳେ ଗଣ୍ଡଗୋଳ; ଢେଲା ପଥର ସହ କାଚ ବୋତଲ ପିଙ୍ଗିଲେ

କଟକରେ କାଳୀ ମେଢ଼ ଭସାଣ ବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ। ଏଥିରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ କଟକ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Group Clash: ଭସାଣ ବେଳେ ଗଣ୍ଡଗୋଳ; ଢେଲା ପଥର ସହ କାଚ ବୋତଲ ପିଙ୍ଗିଲେ

କଟକରେ କାଳୀ ମେଢ଼ ଭସାଣ ବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ। ଚାନ୍ଦିନୀଚୌକ ରୟାଲ ଗାର୍ଡେନ ନିକଟରେ ଦୁଇଗୋଷ୍ଠୀ ଗଣ୍ଡଗୋଳ ହେବା ସହ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରବଳ ଢେଲା ପଥର ସହ କାଚ ବୋତଲ ମାଡ ହୋଇଛି। ଏଥିରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ କଟକ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସର ସୂଚନା ଅନୁଯାୟୀ, ଗତକାଲି କଟକରେ କାଳୀ ମେଢ ଭସାଣ ଚାଲିଥିଲା। ମହମ୍ମଦିୟା ବଜାର ଅଞ୍ଚଳର କିଛି ଯୁବକ ମେଢ଼ ବିସର୍ଜନ କରି ଫେରୁଥିବା ସମୟରେ ଚାନ୍ଦିନୀଚୌକ ହସିନାବାଗ ଅଞ୍ଚଳର କିଛି ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ଢେଲାପଥର ମାଡ଼ ସହ କାଚ ବୋତଲ ଫିଙ୍ଗିଥିଲେ।

ଗଣ୍ଡଗୋଳକାରୀମାନେ ଗୋଟିଏ ଦୋକାନ ଭାଙ୍ଗିବା ସହ ୩ଟି ବାଇକ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ତେବେ ଗଣ୍ଡଗୋଳର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଲାଲବାଗ ଥାନା ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନବିନ ଆରମ୍ଭ କରିଛି। ବର୍ତ୍ତମାନ ପରିସ୍ଥିତି ଶାନ୍ତ ରହିଛି।