Gurupriya Setu: ଗୁରୁପ୍ରିୟା ସେତୁ ପରେ ବଦଳିଛି ଲାଲଗଡ଼ର ଚିତ୍ର, ସହିଦ ସ୍ତମ୍ଭ ପାଲଟିଛି ସେଲଫି ପଏଣ୍ଟ
ଦିନେ ଯେଉଁଠି ଲାଲବାହିନୀ ଲେଖୁଥିଲା ରକ୍ତର ଇତିହାସ, ସେଇଠି ଏବେ ଶାନ୍ତିର ରାଜୁତି। ଆଉ ଶୁଭୁନି ଗୁଳି ବନ୍ଧୁକର ଛାତିଥରା ଶବ୍ଦ। ହିଂସାର ଗୁରୁଗର୍ଜନକୁ ସବୁଦିନ ପାଇଁ ନିଜ କଂକ୍ରିଟ ତଳେ ଚାପି ଦେଇଛି ଗୁରୁପ୍ରିୟା ସେତୁ। ନିଜ ଗାଥା, ବିଚାରଧାରା ଓ ପ୍ରାଣ ହରାଇଥିବା ନକ୍ସଲଙ୍କ ସ୍ମୃତିଚାରଣ ସ୍ବରୂପ ଯେଉଁଠି ମୁଣ୍ଡ ଟେକିଥିଲା ସହିଦ ସ୍ତମ୍ଭ, ତାହା ଏବେ ପାଲଟିଛି ସେଲଫି ପଏଣ୍ଟ୍। ଏକଦା ଲାଲଗଡ଼ କୁହାଯାଉଥିବା ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ କେମିତି ଫେରିଛି ଶାନ୍ତି ଓ ସଦ୍ଭାବନାର ଧାରା।