Harry Brook Suspended: ଆଇପିଏଲରୁ ବାସନ୍ଦ ହେଲେ ଇଂଲିଶ ସୁପରଷ୍ଟାର, ୨ ବର୍ଷ ଯାଏ ଖେଳି ପାରିବେନି
ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ ପୂର୍ବରୁ ଇଂଲିଶ ସୁପରଷ୍ଟାର ହ୍ୟାରୀ ବ୍ରୁକଙ୍କୁ ବଡ ଝଟକା। ଆସନ୍ତା ୨ ବର୍ଷ ପାଇଁ ଏହି ଷ୍ଟାର ଖେଳାଳିଙ୍କୁ ବ୍ୟାନ କରିଛି ଆଇପିଏଲର ଗଭରନିଙ୍ଗ କାଉନସିଲ। ମେଗା ଅକ୍ସନରେ ବ୍ରୁକଙ୍କୁ କିଣିଥିଲା ଦିଲ୍ଳୀ କ୍ୟାପିଟାଲ୍ସ। ତେବେ ଆଇପିଏଲର ୧୮ ତମ ସଂସ୍କରଣ ଆରମ୍ଭ ହେବାର ଠିକ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଥିବା ଚୁକ୍ତିରୁ ଓହରି ଯାଇଛନ୍ତି ଇଂଲଣ୍ଡ ବ୍ୟାଟର ହ୍ୟାରୀ ବ୍ରୁକ।