HBD Suhana : ଷ୍ଟାରକିଡ୍ଙ୍କ ମଧ୍ୟରେ ସବୁଠୁ ଧନୀ ବାଦଶାହଙ୍କ ଲାଡଲୀ ସୁହାନା ଖାନ
ମୁମ୍ଵାଇ ୨୨।୦୫: ବଲିଉଡର ବାଦଶାହ ଶାହାରୁଖ ଖାନ। ତାଙ୍କ ଝିଅ ସୁହାନା ଖାନ ଆଜି ୨୪ ବର୍ଷରେ ପାଦ ଥାପିଛନ୍ତି । ସୁହାନ ୨୨ ମେ ୨୦୦୦ରେ ଜନ୍ମଗ୍ରହଣ କରିଥିଲେ। ସୁହାନା ଖାନଙ୍କ ଘର ମନ୍ନତ ଆଜି ଖୁସିର ଲହରି ଖେଳି ଯାଇଛି । ଏହି ବିଶେଷ ଉତ୍ସବରେ ଶାହାରୁଖଙ୍କ ଖୁସି ଦ୍ୱିଗୁଣିତ ହୋଇଛି। ଗୋଟିଏ ପଟେ ଶାହାରୁଖ ଖାନଙ୍କ ଲାଡଲୀଙ୍କ ଜନ୍ମଦିନ ହୋଇଥିବା ବେଳେ ଅନ୍ୟ ପଟେ ଆଇପିଏଲ ଦଳ କେକେଆର ଫାଇନାଲରେ ପ୍ରବେଶ କରିଛି। View this post on InstagramA post shared by Suhana Khan (@suhanakhan2)କହିବାକୁ ଗଲେ ସୁହାନା ଷ୍ଟାରକିଡ୍ଙ୍କ ମଧ୍ୟରେ ସବୁଠାରୁ ଧନୀ ବୋଲି କୁହାଯାଏ । ଶାହାରୁଖ ଏବଂ ଗୌରୀଙ୍କ ଏକମାତ୍ର ଝିଅ ସୁହାନା । ଖୁବ୍ କମ୍ ବୟସରେ ପ୍ରଶଂସକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିଛନ୍ତି। ସୁହାନା ଘରର ଏକମାତ୍ର ଝିଅ ଏବଂ ଆର୍ଯ୍ୟନ୍ ଖାନ୍ ଏବଂ ଅବରାମ ଖାନ୍ ତାଙ୍କର ଲାଡଲା ଭାଇ ।View this post on InstagramA post shared by Suhana Khan (@suhanakhan2)ଫିଲ୍ମ ଦି ଆର୍ଚିଜ୍ ସହିତ ସୁହାନା ବଲିଉଡରେ ଡେବ୍ୟୁ କରିଛନ୍ତି। ଯଦି ଆମେ ଗ୍ଲାମରସ୍ ଦୁନିଆ ବିଷୟରେ କଥା ହେବା, ତେବେ ସୁହାନା ଖାନଙ୍କ ଆଗରେ କାହାକୁ ଦେଖିହେବ ନାହିଁ । ବଲିଉଡକୁ ଆସିବା ପୂର୍ବରୁ ମଧ୍ୟ ସୁହାନା ଖାନ କୋଟିପତି ହୋଇ ଯାଇଥିଲେ। ସୁହାନାଙ୍କର ବ୍ରାଣ୍ଡ ନ୍ୟୁ କାର, ପୋଷାକ, ବ୍ୟାଗ, ଚପଲର ସୁନ୍ଦର କଲେକସନ୍ ରହିଛି । ସୁହାନା ମଧ୍ୟ
ମୁମ୍ଵାଇ ୨୨।୦୫: ବଲିଉଡର ବାଦଶାହ ଶାହାରୁଖ ଖାନ। ତାଙ୍କ ଝିଅ ସୁହାନା ଖାନ ଆଜି ୨୪ ବର୍ଷରେ ପାଦ ଥାପିଛନ୍ତି । ସୁହାନ ୨୨ ମେ ୨୦୦୦ରେ ଜନ୍ମଗ୍ରହଣ କରିଥିଲେ। ସୁହାନା ଖାନଙ୍କ ଘର ମନ୍ନତ ଆଜି ଖୁସିର ଲହରି ଖେଳି ଯାଇଛି । ଏହି ବିଶେଷ ଉତ୍ସବରେ ଶାହାରୁଖଙ୍କ ଖୁସି ଦ୍ୱିଗୁଣିତ ହୋଇଛି। ଗୋଟିଏ ପଟେ ଶାହାରୁଖ ଖାନଙ୍କ ଲାଡଲୀଙ୍କ ଜନ୍ମଦିନ ହୋଇଥିବା ବେଳେ ଅନ୍ୟ ପଟେ ଆଇପିଏଲ ଦଳ କେକେଆର ଫାଇନାଲରେ ପ୍ରବେଶ କରିଛି।
କହିବାକୁ ଗଲେ ସୁହାନା ଷ୍ଟାରକିଡ୍ଙ୍କ ମଧ୍ୟରେ ସବୁଠାରୁ ଧନୀ ବୋଲି କୁହାଯାଏ । ଶାହାରୁଖ ଏବଂ ଗୌରୀଙ୍କ ଏକମାତ୍ର ଝିଅ ସୁହାନା । ଖୁବ୍ କମ୍ ବୟସରେ ପ୍ରଶଂସକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିଛନ୍ତି। ସୁହାନା ଘରର ଏକମାତ୍ର ଝିଅ ଏବଂ ଆର୍ଯ୍ୟନ୍ ଖାନ୍ ଏବଂ ଅବରାମ ଖାନ୍ ତାଙ୍କର ଲାଡଲା ଭାଇ ।
ଫିଲ୍ମ ଦି ଆର୍ଚିଜ୍ ସହିତ ସୁହାନା ବଲିଉଡରେ ଡେବ୍ୟୁ କରିଛନ୍ତି। ଯଦି ଆମେ ଗ୍ଲାମରସ୍ ଦୁନିଆ ବିଷୟରେ କଥା ହେବା, ତେବେ ସୁହାନା ଖାନଙ୍କ ଆଗରେ କାହାକୁ ଦେଖିହେବ ନାହିଁ । ବଲିଉଡକୁ ଆସିବା ପୂର୍ବରୁ ମଧ୍ୟ ସୁହାନା ଖାନ କୋଟିପତି ହୋଇ ଯାଇଥିଲେ। ସୁହାନାଙ୍କର ବ୍ରାଣ୍ଡ ନ୍ୟୁ କାର, ପୋଷାକ, ବ୍ୟାଗ, ଚପଲର ସୁନ୍ଦର କଲେକସନ୍ ରହିଛି । ସୁହାନା ମଧ୍ୟ ଏକ ବିଶ୍ୱ ପ୍ରସିଦ୍ଧ ସୌନ୍ଦର୍ଯ୍ୟ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସଡର । ସୁହାନା ବର୍ତ୍ତମାନ ଏହି ସୌନ୍ଦର୍ଯ୍ୟ ବ୍ରାଣ୍ଡଗୁଡିକର ବିଜ୍ଞାପନ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।
ଏତିକି ହିଁ ନୁହେଁ ନ୍ୟୁୟର୍କରେ ସୁହାନା ଖାନଙ୍କର ନିଜର ବିଳାସପୂର୍ଣ୍ଣ ବଙ୍ଗଳା ଅଛି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା। ସୂଚନାଯୋଗ୍ୟ ଯେ ସୁହାନା ମୁମ୍ବାଇର ଆଲିବାଗରେ ଏକ ଚାଷ ଜମି କିଣିଛନ୍ତି। ଯାହାର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା। ତାଙ୍କ କାର କଲେକସନ୍ରେ ରେଞ୍ଜ ରୋଭର ଏବଂ ଲମ୍ବୋର୍ଗିନି ସାମିଲ ଅଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋଟିଏ ଫିଲ୍ମ କରିଥିବା ସୁହାନା ଖାନଙ୍କ ମୋଟ ସମ୍ପତ୍ତି ୧୫ କୋଟି ଟଙ୍କା।
ସୁହାନଙ୍କ ଷ୍ଟାରକିଡ୍ମାନଙ୍କ ଠାରୁ ଶୀର୍ଷରେ ଅଛନ୍ତି। ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ସହ ସୁହାନାଙ୍କ ଲଭ୍ ଲାଇଫ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା । କାହିଁକି ନା ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି ।