HBD Urfi Javed : ୧୭ ବର୍ଷରେ ଛାଡିଥିଲେ ଘର, ଏବେ ସୋସିଆଲ୍ ମିଡିଆର ଟ୍ରେଣ୍ଡିଂ ଷ୍ଟାର

ମୁମ୍ବାଇ ୧୫।୧୦ : କଣ୍ଟ୍ରୋଭର୍ସି କ୍ୱିନ୍‌ ଉର୍ଫି ଯାଦବ। କେତେବେଳେ ନିଜର ଅନ୍ତରଙ୍ଗୀ ଡ୍ରେସ୍‌ ପାଇଁ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହୁଅନ୍ତି । ତ ଆଉ କେତେ ବେଳେ ଫେକ୍‌ କେସ୍‌ରେ ପୋଲିସ ଆରେଷ୍ଟ କରିବା । ସବୁବେଳେ କିଛି ନା କିଛି ଟପିକ୍‌କୁ ନେଇ ଲାଇମଲାଇଟ୍‌ରେ ରୁହନ୍ତି ଉର୍ଫି ଯାଦବ । ଅକ୍ଟୋବର ୧୫ ମାନେ ଆଜି ଉର୍ଫି ଯାଦବଙ୍କ ଜନ୍ମଦିନ । ଆସନ୍ତୁ ଜାଣିବା ଉର୍ଫିଙ୍କ କିଛି ଜଣା ଏବଂ ଅଜଣା କଥା ବିଷୟରେ…୧୯୯୭ ମସିହା ଅକ୍ଟୋବର ୧୫ରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଉର୍ଫିଙ୍କ ଜନ୍ମ । ଆଜିକା ଦିନରେ ଉର୍ଫି  ନିଜ କ୍ୟାରିୟରରେ ଅନେକ ସଫଳ ପାଇଛନ୍ତି । ହେଲେ ପିଲାବେଳ ଅତ୍ୟନ୍ତ ଗରିବରେ ବିତିଛି । ଯାହାକୁ ଉର୍ଫି ନିଜେ ଅନେକ ସାକ୍ଷାତକାରରେ କହିଛନ୍ତି । ପାଞ୍ଚ ଭାଇ-ଭଉଣୀଙ୍କୁ ନେଇ ଉର୍ଫିଙ୍କ ପରିବାର । ସମସ୍ତେ ଗୋଟିଏ ଘରେ ରହୁନ୍ତି । ଏପିରିକି ଦୁଇ ଓଳି ଖାଇବାକୁ ଠିକ୍‌ ଭାବେ ଖାଦ୍ୟ ମଧ୍ୟ ମିଳିନଥାଏ । ଅନେକ ସମୟରେ ଉର୍ଫିଙ୍କ ବାପା ତାଙ୍କୁ ମାର୍‌ପିଟ୍‌ କରିଥାନ୍ତି ।ଶେଷରେ ମାତ୍ର ୧୭ ବର୍ଷ ବୟସରେ ଘର ଛାଡିଥିଲେ। ଶେଷରେ ୨୦୧୬ରେ ଉର୍ଫି ଯାଦବ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ପ୍ରଥମେ ଟିଭି ସିରିୟଲ ଜରିଆରେ ପାଦ ରଖିଥିଲେ । ଏହାପରେ ନିଜ ଫ୍ୟାସନ୍‌ ସେନ୍ସ ଏବଂ ନିଜେ ଡିଜାଇନ୍‌ କରି ଅନ୍ତରଙ୍ଗୀ ଡ୍ରେସ୍‌ ପିନ୍ଧିବା ନେଇ ଲାଇମ୍‌ଲାଇଟ୍‌କୁ ଆସିଥିଲେ। ଇନ୍‌ଷ୍ଟାଗ୍ରାମରେ ବର୍ତ୍ତମାନ ଉର୍ଫିଙ୍କର ୪ ମିଲିୟନରୁ

HBD Urfi Javed : ୧୭ ବର୍ଷରେ ଛାଡିଥିଲେ ଘର, ଏବେ ସୋସିଆଲ୍ ମିଡିଆର ଟ୍ରେଣ୍ଡିଂ ଷ୍ଟାର

ମୁମ୍ବାଇ ୧୫।୧୦ : କଣ୍ଟ୍ରୋଭର୍ସି କ୍ୱିନ୍‌ ଉର୍ଫି ଯାଦବ। କେତେବେଳେ ନିଜର ଅନ୍ତରଙ୍ଗୀ ଡ୍ରେସ୍‌ ପାଇଁ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହୁଅନ୍ତି । ତ ଆଉ କେତେ ବେଳେ ଫେକ୍‌ କେସ୍‌ରେ ପୋଲିସ ଆରେଷ୍ଟ କରିବା । ସବୁବେଳେ କିଛି ନା କିଛି ଟପିକ୍‌କୁ ନେଇ ଲାଇମଲାଇଟ୍‌ରେ ରୁହନ୍ତି ଉର୍ଫି ଯାଦବ । ଅକ୍ଟୋବର ୧୫ ମାନେ ଆଜି ଉର୍ଫି ଯାଦବଙ୍କ ଜନ୍ମଦିନ । ଆସନ୍ତୁ ଜାଣିବା ଉର୍ଫିଙ୍କ କିଛି ଜଣା ଏବଂ ଅଜଣା କଥା ବିଷୟରେ…

୧୯୯୭ ମସିହା ଅକ୍ଟୋବର ୧୫ରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଉର୍ଫିଙ୍କ ଜନ୍ମ । ଆଜିକା ଦିନରେ ଉର୍ଫି  ନିଜ କ୍ୟାରିୟରରେ ଅନେକ ସଫଳ ପାଇଛନ୍ତି । ହେଲେ ପିଲାବେଳ ଅତ୍ୟନ୍ତ ଗରିବରେ ବିତିଛି । ଯାହାକୁ ଉର୍ଫି ନିଜେ ଅନେକ ସାକ୍ଷାତକାରରେ କହିଛନ୍ତି । ପାଞ୍ଚ ଭାଇ-ଭଉଣୀଙ୍କୁ ନେଇ ଉର୍ଫିଙ୍କ ପରିବାର । ସମସ୍ତେ ଗୋଟିଏ ଘରେ ରହୁନ୍ତି । ଏପିରିକି ଦୁଇ ଓଳି ଖାଇବାକୁ ଠିକ୍‌ ଭାବେ ଖାଦ୍ୟ ମଧ୍ୟ ମିଳିନଥାଏ । ଅନେକ ସମୟରେ ଉର୍ଫିଙ୍କ ବାପା ତାଙ୍କୁ ମାର୍‌ପିଟ୍‌ କରିଥାନ୍ତି ।ଶେଷରେ ମାତ୍ର ୧୭ ବର୍ଷ ବୟସରେ ଘର ଛାଡିଥିଲେ। 

ଶେଷରେ ୨୦୧୬ରେ ଉର୍ଫି ଯାଦବ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ପ୍ରଥମେ ଟିଭି ସିରିୟଲ ଜରିଆରେ ପାଦ ରଖିଥିଲେ । ଏହାପରେ ନିଜ ଫ୍ୟାସନ୍‌ ସେନ୍ସ ଏବଂ ନିଜେ ଡିଜାଇନ୍‌ କରି ଅନ୍ତରଙ୍ଗୀ ଡ୍ରେସ୍‌ ପିନ୍ଧିବା ନେଇ ଲାଇମ୍‌ଲାଇଟ୍‌କୁ ଆସିଥିଲେ। ଇନ୍‌ଷ୍ଟାଗ୍ରାମରେ ବର୍ତ୍ତମାନ ଉର୍ଫିଙ୍କର ୪ ମିଲିୟନରୁ ଅଧିକ ଫଲୋଅର୍ସ। ସମୟ ସମୟରେ ନିଜର ବିବାଦୀୟ ବୟାନକୁ ନେଇ ମଧ୍ୟ ଚର୍ଚ୍ଚା ରହିଥାନ୍ତି ଉର୍ଫି ଯାଦବ। କିନ୍ତୁ ଉର୍ଫି ଯାଦବକୁ ଅସଲ ପରିଚୟ ଦେଇଥିଲେ ବିଗ୍‌ ବସ୍‌ ଓଟିଟି ସିଜିନ ୧। ଏହାପରଠାରୁ ଆଉ ପଛକୁ ଫେରିନାହାନ୍ତି । ଅନେକ ଟିଭି ସିରିୟଲ ଏବଂ ରିଆଲିଟି ଶୋରେ ନଜର ଆସିଛନ୍ତି ଉର୍ଫି ।