Hospitals can't keep dead bodies : ଘରୋଇ ହସ୍ପିଟାଲକୁ କଡ଼ା ତାଗିଦ, ବିଲ୍ ପେମେଣ୍ଟ ନହେଲେ ବି ମୃତଦେହ ବନ୍ଧକ ରଖିବେନି, ନଚେତ୍...
ଆଉ ଚାଲିବନି ପ୍ରାଇଭେଟ୍ ହସ୍ପିଟାଲଙ୍କ ଜୁଲୁମ । ବିଲ୍ ପେମେଣ୍ଟ ହେଉ ବା ନହେଉ, ମୃତଦେହ ହସ୍ତାନ୍ତର କରିବା ବାଧ୍ୟତାମୂଳକ । ମୃତ୍ୟୁ ପ୍ରମାଣ ପତ୍ର ଜାରି କରିବାର ଦୁଇ ଘଣ୍ଚା ଭିତରେ ହିଁ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ନଚେତ୍, ଲାଇସେନ୍ସ ବାତିଲରୁ ନେଇ ବ୍ଲାକ୍ ଲିଷ୍ଟେଡ୍ କରାଯିବା ଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ସରକାର ।