House Building Advances for Odisha Secondary Teachers: ହାଇସ୍କୁଲ ଶିକ୍ଷକଙ୍କ ପାଇଁ ଖୁସି ଖବର, ଘର କରିବା ପାଇଁ ସରକାର ଦେବେ ଟଙ୍କା

ନୂଆ ଜମି କିଣିବା ଲାଗି ଆବେଦନ କରିଥିବା ଆବେଦନ‌କାରୀମାନେ ଜମିର ତଥ୍ୟ ପ୍ରଦାନ କରିବା ସହିତ କିଣିଥିବା ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କର ଏଗ୍ରିମେଣ୍ଟକୁ ମଧ୍ୟ ଦାଖଲ କରିବେ ।

House Building Advances for Odisha Secondary Teachers: ହାଇସ୍କୁଲ ଶିକ୍ଷକଙ୍କ ପାଇଁ ଖୁସି ଖବର, ଘର କରିବା ପାଇଁ ସରକାର ଦେବେ ଟଙ୍କା

ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଖୁସି ଖବର । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବଡ଼ ଘୋଷଣା । ସମସ୍ତ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଗୃହ ନିର୍ମାଣ ପାଇଁ ଅଗ୍ରୀମ ଟଙ୍କା ମିଳିବ । ତେବେ କେବଳ ଗୃହ ନିର୍ମାଣ ନୁହେଁ ବରଂ ନୂଆ ଜମି କିଣିବା ଲାଗି ମଧ୍ୟ ଅଗ୍ରୀମ ଦିଆଯିବ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ନୂଆ ଜମି କିଣିବା ଲାଗି ଆବେଦନ କରିଥିବା ଆବେଦନ‌କାରୀମାନେ ଜମିର ତଥ୍ୟ ପ୍ରଦାନ କରିବା ସହିତ କିଣିଥିବା ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କର ଏଗ୍ରିମେଣ୍ଟକୁ ମଧ୍ୟ ଦାଖଲ କରିବେ ।

Secondary Teacher

ସେହିପରି ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ଏବଂ ନିର୍ମିତ ହୋଇଥିବା କୋଠା କିଣିବା ଲାଗି ମଧ୍ୟ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଅଗ୍ରୀମ ଅର୍ଥ ମିଳିବ । ଏସବୁ ପାଇଁ ଆବେଦନକାରୀମାନେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି କରାଯାଇଛି । ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ପାଇଁ କୋଠାବାଡ଼ି ନିର୍ମାଣ ବିଭାଗ, ବିଡିଏ କିମ୍ବା ହାଉସିଂ ବୋର୍ଡର କାର୍ଯ୍ୟକାରୀ ଯନ୍ତ୍ରୀଙ୍କ ଦ୍ଵାରା ଆକଳନ ତଥ୍ୟ ଦାଖଲ କରିବେ । ଏଥିସହ ଶିକ୍ଷକ ଓ କର୍ମଚାରୀମାନଙ୍କୁ ସେମାନଙ୍କ ହାଉସ ପ୍ଲାନ୍ ମଧ୍ୟ ଦାଖଲ କରିବାକୁ ହେବ ।

ତେବେ ଏହି ନିୟମ କେବଳ ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥିବା ନେଇ ଚିଠିରେ ଉଲ୍ଲେଖ ରହିଛି । ସେପଟେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ଏହି ନୂଆ ନିୟମକୁ ନେଇ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀମାନେ ଖୁସି ବ୍ୟକ୍ତ କରିଛନ୍ତି ।