I Want To Talk Box Office Collection Day 4 ; ଚତୁର୍ଥ ଦିନରେ କଲା ୧୦୦%ରୁ ଅଧିକ କଲେକସନ, ଦର୍ଶକଙ୍କୁ ପସନ୍ଦ ଆସୁଛି କାହାଣୀ

ମୁମ୍ଵାଇ ୨୫।୧୧; ଅଭିଷେକ ବଚ୍ଚନ-ଶୁଜିତ ସରକାର ଏକାଠି ଦର୍ଶକଙ୍କ ପାଇଁ ଦମ୍‌ଦାର ଚଳଚ୍ଚିତ୍ର ଆଣିଛନ୍ତି। 'ଆଇ ଅଣ୍ଟ ଟୁ ଥିଏଟର୍ସରେ ମୁକ୍ତି ଲାଭ କରିଛି। ଚଳଚ୍ଚିତ୍ରର ପ୍ରଥମ ଦିନର କଲେକସନ ବହୁତ କମ୍ ଥିଲା । କିନ୍ତୁ ଫିଲ୍ମ ପ୍ରେକ୍ଷାଳୟରେ ଆସିବା ପରେ ଏହାର ଆୟ ବଢୁଥିବା ନେଇ ଜଣାପଡିଛି।ଚଳଚ୍ଚିତ୍ରର ସ୍ଲୋ ଓପନିଂ ହୋଇଥିଲା । ଫିଲ୍ମଟି ଓପନିଂ ଦିନରେ ମାତ୍ର ୨୫ ଲକ୍ଷ ଟଙ୍କା କଲେକସନ୍‌ କରିଥିଲା । ତେବେ ପରବର୍ତ୍ତୀ ଦିନରେ ଫିଲ୍ମର ଆୟ ବୃଦ୍ଧି ପାଇଛି। ରବିବାର ଚଳଚ୍ଚିତ୍ରର କଲେକସନ ସମ୍ବନ୍ଧୀୟ ପ୍ରାରମ୍ଭିକ ଆକଳନ ମଧ୍ୟ ବାହାରକୁ ଆସିବା ଆରମ୍ଭ କରିଛି ।ବକ୍ସ ଅଫିସ୍ କଲେକସନବକ୍ସ ଅଫିସ୍ ପରିସଂଖ୍ୟାନ ପ୍ରଦାନ କରୁଥିବା ଏକ ୱେବସାଇଟ୍ ଅନୁଯାୟୀ, ଓପନିଂ ଦିନରେ ୨୫ ଲକ୍ଷ ଟଙ୍କା ରୋଜଗାର କରିବା ପରେ ଫିଲ୍ମର ଦ୍ୱିତୀୟ ଦିନର ଆୟ ୧୨୦ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଦ୍ୱିତୀୟ ଦିନରେ ଫିଲ୍ମ ୫୫ ଲକ୍ଷ ଟଙ୍କା ରୋଜଗାର କରିଛି।ଏହି ଚଳଚ୍ଚିତ୍ରଟି ତୃତୀୟ ଦିନରେ ୫୦ ଲକ୍ଷ ଟଙ୍କା ରୋଜଗାର । ତେବେ ଫିଲ୍ମର ମୋଟ କଲେକସନ ୧.୩୦ କୋଟିରେ ପହଞ୍ଚିଛି। ହେଲେ ଏବେ ବି ଏହାର ଆକଳନ ଫାଇନାଲ ହୋଇନାହିଁ । ଏଗୁଡ଼ିକରେ ତଥାପି ପରିବର୍ତ୍ତନ ହୋଇପାରେ ।ଫିଲ୍ମର କଲେକସନ ବୃଦ୍ଧି ହେବାର କାରଣ ଅଭିଷେକଙ୍କ ଫିଲ୍ମ ସାରା ଦେଶରେ କେବଳ ୮୦୦ଟି ସୋ ରହିଛି। ଏବଂ ଫିଲ୍ମର ପ୍ରମୋସନ ମଧ୍ୟ ହୋଇନାହିଁ । ଏଭଳି ପରିସ୍ଥିତିରେ ଫିଲ୍ମ ଦ୍ୱାରା ଗ୍ରହଣ

I Want To Talk Box Office Collection Day 4 ; ଚତୁର୍ଥ ଦିନରେ କଲା ୧୦୦%ରୁ ଅଧିକ କଲେକସନ, ଦର୍ଶକଙ୍କୁ ପସନ୍ଦ ଆସୁଛି କାହାଣୀ

ମୁମ୍ଵାଇ ୨୫।୧୧; ଅଭିଷେକ ବଚ୍ଚନ-ଶୁଜିତ ସରକାର ଏକାଠି ଦର୍ଶକଙ୍କ ପାଇଁ ଦମ୍‌ଦାର ଚଳଚ୍ଚିତ୍ର ଆଣିଛନ୍ତି। 'ଆଇ ଅଣ୍ଟ ଟୁ ଥିଏଟର୍ସରେ ମୁକ୍ତି ଲାଭ କରିଛି। ଚଳଚ୍ଚିତ୍ରର ପ୍ରଥମ ଦିନର କଲେକସନ ବହୁତ କମ୍ ଥିଲା । କିନ୍ତୁ ଫିଲ୍ମ ପ୍ରେକ୍ଷାଳୟରେ ଆସିବା ପରେ ଏହାର ଆୟ ବଢୁଥିବା ନେଇ ଜଣାପଡିଛି।

ଚଳଚ୍ଚିତ୍ରର ସ୍ଲୋ ଓପନିଂ ହୋଇଥିଲା । ଫିଲ୍ମଟି ଓପନିଂ ଦିନରେ ମାତ୍ର ୨୫ ଲକ୍ଷ ଟଙ୍କା କଲେକସନ୍‌ କରିଥିଲା । ତେବେ ପରବର୍ତ୍ତୀ ଦିନରେ ଫିଲ୍ମର ଆୟ ବୃଦ୍ଧି ପାଇଛି। ରବିବାର ଚଳଚ୍ଚିତ୍ରର କଲେକସନ ସମ୍ବନ୍ଧୀୟ ପ୍ରାରମ୍ଭିକ ଆକଳନ ମଧ୍ୟ ବାହାରକୁ ଆସିବା ଆରମ୍ଭ କରିଛି ।

ବକ୍ସ ଅଫିସ୍ କଲେକସନ

ବକ୍ସ ଅଫିସ୍ ପରିସଂଖ୍ୟାନ ପ୍ରଦାନ କରୁଥିବା ଏକ ୱେବସାଇଟ୍ ଅନୁଯାୟୀ, ଓପନିଂ ଦିନରେ ୨୫ ଲକ୍ଷ ଟଙ୍କା ରୋଜଗାର କରିବା ପରେ ଫିଲ୍ମର ଦ୍ୱିତୀୟ ଦିନର ଆୟ ୧୨୦ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଦ୍ୱିତୀୟ ଦିନରେ ଫିଲ୍ମ ୫୫ ଲକ୍ଷ ଟଙ୍କା ରୋଜଗାର କରିଛି।

ଏହି ଚଳଚ୍ଚିତ୍ରଟି ତୃତୀୟ ଦିନରେ ୫୦ ଲକ୍ଷ ଟଙ୍କା ରୋଜଗାର । ତେବେ ଫିଲ୍ମର ମୋଟ କଲେକସନ ୧.୩୦ କୋଟିରେ ପହଞ୍ଚିଛି। ହେଲେ ଏବେ ବି ଏହାର ଆକଳନ ଫାଇନାଲ ହୋଇନାହିଁ । ଏଗୁଡ଼ିକରେ ତଥାପି ପରିବର୍ତ୍ତନ ହୋଇପାରେ ।

ଫିଲ୍ମର କଲେକସନ ବୃଦ୍ଧି ହେବାର କାରଣ 

ଅଭିଷେକଙ୍କ ଫିଲ୍ମ ସାରା ଦେଶରେ କେବଳ ୮୦୦ଟି ସୋ ରହିଛି। ଏବଂ ଫିଲ୍ମର ପ୍ରମୋସନ ମଧ୍ୟ ହୋଇନାହିଁ । ଏଭଳି ପରିସ୍ଥିତିରେ ଫିଲ୍ମ ଦ୍ୱାରା ଗ୍ରହଣ କରାଯାଇଥିବା ସକରାତ୍ମକ ସମୀକ୍ଷାର କାରଣରୁ ଫିଲ୍ମଟି ବ୍ୟାକବୋନ ଭାବରେ କାମ କରୁଛି । ଚଳଚ୍ଚିତ୍ର ଦେଖିବା ପରେ ବାହାରକୁ ଆସୁଥିବା ଦର୍ଶକ ଫିଲ୍ମର ପ୍ରଶଂସା କରୁଛନ୍ତି। ଏହା ବ୍ୟତୀତ ଫିଲ୍ମଟି ସପ୍ତାହ ଶେଷରେ ମଧ୍ୟ ଲାଭ ହାସଲ କରିଛି ।