IAS ଦମ୍ପତିଙ୍କ ଝିଅଙ୍କ ଆତ୍ମହତ୍ୟା, ୧୦ ମହଲା ଛାତରୁ ଡେଇଁ ପଡ଼ିଲେ
ଲିପିଙ୍କ ବାପା ବିକାଶ ରସ୍ତୋଗୀ ଓ ମାଆ ରାଧିକା ରସ୍ତୋଗୀ ମହାରାଷ୍ଟ୍ର କ୍ୟାଡରର IAS ଅଧିକାରୀ।
୧୦ ମହଲା କୋଠାରୁ ଡେଇଁ ଏକ IAS ଦମ୍ପତିଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ପାଠପଢା ଚାପ କାରଣରୁ ଏପରି ନିଷ୍ପତ୍ତି ନେଇଥିବା ପୁଲିସ କହିଛି।
ସୂଚନା ଅନୁସାରେ, ବିକାଶ ରୋସ୍ତୋଗୀ ଏବଂ ରାଧିକା ରୋସ୍ତୋଗି ମହାରାଷ୍ଟ୍ର କ୍ୟାଡରର ଆଇଏଏସ୍ ଅଧିକାରୀ। ତାଙ୍କ ଝିଅ ଲିପି(୨୭) ଜଣେ ଆଇନ ଛାତ୍ର ଥିଲେ। ସେ ହରିୟାଣାର ସୋନିପତରେ LLB ପଢୁଥିଲେ। ଆଜି ଭୋଅର ୪ଟାରେ ଏକ ଉଚ୍ଚ ମହଲା ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।
ପୁଲିସ କହିବା ଅନୁସାରେ, ଲିପି ମୁମ୍ବାଇର ଏକ ୧୦ ମହଲା କୋଠାରୁ ଡେଇଁ ପଡିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ପାଠ ପଢାକୁ ନେଇ ଚିନ୍ତିତ ରହୁଥିବାରୁ ଏପରି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇ ଥାଇପାରନ୍ତି।
ତାଙ୍କଠାରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି, ଯେଉଁଥିରେ ସେ ତାଙ୍କ ଆତ୍ମହତ୍ୟା ପାଇଁ କାହାକୁ ଦାୟୀ କରାଯିବା ଉଚିତ୍ ନୁହେଁ ବୋଲି ଲଖିଛନ୍ତି। ପୁଲିସ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।
ଲିପିଙ୍କ ବାପା ବିକାଶ ରସ୍ତୋଗୀ ମହାରାଷ୍ଟ୍ରର ଉଚ୍ଚ ଓ ବୈଷୟିକ ଶିକ୍ଷା ବିଭାଗର ମୁଖ୍ୟ ସଚିବ। ତାଙ୍କ ମାଆ ରାଧିକା ମଧ୍ୟ ରାଜ୍ୟ ସରକାରରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ।