IAS ବାବୁଙ୍କ ନୂଆ ଠିକଣା: ଭବାନୀପାଟଣା ଜେଲରେ ରାତି କାଟିଲେ ଧୀମାନ ଚକମା

ଭୁବନେଶ୍ୱର : IAS ବାବୁଙ୍କ ନୂଆ ଠିକଣା ଭବାନୀପାଟଣା ଜେଲ । ଭବାନୀପାଟଣା ଜେଲରେ ରାତି କାଟିଲେ IAS ଅଧିକାରୀ ଧୀମାନ ଚକମା । ରାତିରେ ରୁଟି ସନ୍ତୁଳା ଖାଇଲେ, ତଳେ ଶୋଇଲେ । ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ୧୦ଲକ୍ଷ ଟଙ୍କାର ଲାଞ୍ଚ ମାମଲାରେ ଗତକାଲି ଗରିଫ କରିଥିଲା ଭିଜିଲାନ୍ସ । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ସେ ଖୁବ ଶୀଘ୍ର ନିଲମ୍ବିତ ହେବେ ବୋଲି ଗଣମାଧ୍ୟମକୁ […] The post IAS ବାବୁଙ୍କ ନୂଆ ଠିକଣା: ଭବାନୀପାଟଣା ଜେଲରେ ରାତି କାଟିଲେ ଧୀମାନ ଚକମା appeared first on KNews Odisha.

IAS ବାବୁଙ୍କ ନୂଆ ଠିକଣା: ଭବାନୀପାଟଣା ଜେଲରେ ରାତି କାଟିଲେ ଧୀମାନ ଚକମା
sub collector

ଭୁବନେଶ୍ୱର : IAS ବାବୁଙ୍କ ନୂଆ ଠିକଣା ଭବାନୀପାଟଣା ଜେଲ । ଭବାନୀପାଟଣା ଜେଲରେ ରାତି କାଟିଲେ IAS ଅଧିକାରୀ ଧୀମାନ ଚକମା । ରାତିରେ ରୁଟି ସନ୍ତୁଳା ଖାଇଲେ, ତଳେ ଶୋଇଲେ । ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ୧୦ଲକ୍ଷ ଟଙ୍କାର ଲାଞ୍ଚ ମାମଲାରେ ଗତକାଲି ଗରିଫ କରିଥିଲା ଭିଜିଲାନ୍ସ । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ସେ ଖୁବ ଶୀଘ୍ର ନିଲମ୍ବିତ ହେବେ ବୋଲି ଗଣମାଧ୍ୟମକୁ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । କୌଣସି ଉଚ୍ଚପଦସ୍ଥ ଅଧିକାରୀ ଗିରଫ ହେଲେ ସାଧାରଣତଃ ତୁରନ୍ତ ନିଲମ୍ବିତ କରାଯାଏ । ଏହା ଦ୍ବାରା ନିରପେକ୍ଷ ତଦନ୍ତ ନିଶ୍ଚିତ ହେବ । ଫଳରେ ତଦନ୍ତରେ ହସ୍ତକ୍ଷେପ ରୋକାଯାଇ ପାରିବ ।

ଜଣେ କ୍ରସର ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିବା ପରେ ଆଇଏଏସ ଅଧିକାରୀ ଧୀମାନ ଚକମାଙ୍କ ଅଫିସ ଓ ବାସ ଭବନରେ ଚଢ଼ଉ ହୋଇଥିଲା । ଚଢ଼ଉ ବେଳେ ତାଙ୍କ ବାସଭବନରୁ ନଗଦ ୪୭ ଲକ୍ଷ ଟଙ୍କା ଜବତ ହୋଇଥିଲା ।  ଆଇନଗତ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ସବକଲେକ୍ଟର ଧୀମାନ ଚକମା ଜଣେ ସ୍ଥାନୀୟ କ୍ରସର ବ୍ୟବସାୟୀଙ୍କୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ପ୍ରଥମ କିସ୍ତିରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଟ୍ରାପ କରିଥିଲା ଭିଜିଲାନ୍ସ । ତାଙ୍କ ଅଫିସ ଓ ବାସଭବନରେ ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।

 

ଆହୁରି ପଢ଼ନ୍ତୁ :  IAS ଧୀମନ ଚକମା ଗିରଫ, ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ

The post IAS ବାବୁଙ୍କ ନୂଆ ଠିକଣା: ଭବାନୀପାଟଣା ଜେଲରେ ରାତି କାଟିଲେ ଧୀମାନ ଚକମା appeared first on KNews Odisha.