IB ମୁଖ୍ୟ ଭାବେ ପୁଣି ବଢିଲା ତପନ କୁମାର ଡେକାଙ୍କ କାର୍ଯ୍ୟକାଳ, ଜୁନରେ ନେଇଥାନ୍ତେ ଅବସର

ନୂଆଦିଲ୍ଲୀ ୨୦।୫: ଭାରତ ସରକାରଙ୍କ ଆଦେଶ ଅନୁସାରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ମୁଖ୍ୟ ତପନ କୁମାର ଡେକାଙ୍କ କାର୍ଯ୍ୟକାଳକୁ ପୁଣି ବର୍ଷେ ବଢାଇ ଦିଆଯାଇଛି। ଏହା ପୂର୍ବରୁ କ୍ୟାବିନେଟ୍ ନିଯୁକ୍ତି କମିଟି ଜୁନ ୨୦୨୫ ପର୍ଯ୍ୟନ୍ତ ତାଙ୍କୁ ସେବା ବିସ୍ତାର ଦେଇଥିଲା। ଜୁନ ୨୦୨୨ରେ ଡେକା ଦୁଇବର୍ଷ ନିମନ୍ତେ ଆଇବି ମୁଖ୍ୟ ନିଯୁକ୍ତ ହୋଇଥିଲେ। ତାଙ୍କୁ ପ୍ରଥମେ ୨୦୨୩ରେ ସେବା ବିସ୍ତାର ଦିଆଯାଇଥିଲା ଯାହା ଜୁନ ୨୦୨୫ରେ ସମାପ୍ତ ହେଉଥିଲା। ସରକାରୀ ଆଦେଶ ଅନୁସାରେ କ୍ୟାବିନେଟ ନିଯୁକ୍ତି କମିଟି ତପନ କୁମାର ଡେକା, ଆଇପିଏସ୍ (ଏଚପି ୮୮), ନିର୍ଦ୍ଦେଶକ ଗୁଇନ୍ଦା ବ୍ୟୁରୋଙ୍କ ସେବାରେ ୩୦ ଜୁନ ୨୦୨୫ରୁ ଆଗକୁ ଏକ ବର୍ଷ  କିମ୍ବା ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ଯାହାବି ପ୍ରଥମେ ସେ ପର୍ଯ୍ୟନ୍ତ ସେବା ବିସ୍ତାରକୁ ସ୍ୱୀକୃତି ଦିଆଯାଇଛି। ଏହି ସେବା ବିସ୍ତାର ଏଫଆର ୫୬ (ଡି) ଓ ଅଖିଳ ଭାରତୀୟ ସେବା (ମୃତ୍ୟୁ ସହ ସେବା ନିବୃତ୍ତି ଲାଭ) ନିୟମ, ୧୯୫୮ର ନିୟମ ୧୬ (୧)(ଏ) ପ୍ରାବଧାନରେ ରିହାତି ସହିତ ଦିଆଯାଇଛି। Tenure of Intelligence Bureau (IB) Director, Tapan Kumar Deka extended for a period of one year beyond 30.06.2025 or until further orders. pic.twitter.com/yvhUqZ5HTn— ANI (@ANI) May 20, 2025ଏହି ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଆଇବି, ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (ଆରଏଡବ୍ଲୁ) ମୁ

IB ମୁଖ୍ୟ ଭାବେ ପୁଣି ବଢିଲା ତପନ କୁମାର ଡେକାଙ୍କ କାର୍ଯ୍ୟକାଳ, ଜୁନରେ ନେଇଥାନ୍ତେ ଅବସର

ନୂଆଦିଲ୍ଲୀ ୨୦।୫: ଭାରତ ସରକାରଙ୍କ ଆଦେଶ ଅନୁସାରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ମୁଖ୍ୟ ତପନ କୁମାର ଡେକାଙ୍କ କାର୍ଯ୍ୟକାଳକୁ ପୁଣି ବର୍ଷେ ବଢାଇ ଦିଆଯାଇଛି। ଏହା ପୂର୍ବରୁ କ୍ୟାବିନେଟ୍ ନିଯୁକ୍ତି କମିଟି ଜୁନ ୨୦୨୫ ପର୍ଯ୍ୟନ୍ତ ତାଙ୍କୁ ସେବା ବିସ୍ତାର ଦେଇଥିଲା। ଜୁନ ୨୦୨୨ରେ ଡେକା ଦୁଇବର୍ଷ ନିମନ୍ତେ ଆଇବି ମୁଖ୍ୟ ନିଯୁକ୍ତ ହୋଇଥିଲେ। ତାଙ୍କୁ ପ୍ରଥମେ ୨୦୨୩ରେ ସେବା ବିସ୍ତାର ଦିଆଯାଇଥିଲା ଯାହା ଜୁନ ୨୦୨୫ରେ ସମାପ୍ତ ହେଉଥିଲା। 

ସରକାରୀ ଆଦେଶ ଅନୁସାରେ କ୍ୟାବିନେଟ ନିଯୁକ୍ତି କମିଟି ତପନ କୁମାର ଡେକା, ଆଇପିଏସ୍ (ଏଚପି ୮୮), ନିର୍ଦ୍ଦେଶକ ଗୁଇନ୍ଦା ବ୍ୟୁରୋଙ୍କ ସେବାରେ ୩୦ ଜୁନ ୨୦୨୫ରୁ ଆଗକୁ ଏକ ବର୍ଷ  କିମ୍ବା ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ଯାହାବି ପ୍ରଥମେ ସେ ପର୍ଯ୍ୟନ୍ତ ସେବା ବିସ୍ତାରକୁ ସ୍ୱୀକୃତି ଦିଆଯାଇଛି। ଏହି ସେବା ବିସ୍ତାର ଏଫଆର ୫୬ (ଡି) ଓ ଅଖିଳ ଭାରତୀୟ ସେବା (ମୃତ୍ୟୁ ସହ ସେବା ନିବୃତ୍ତି ଲାଭ) ନିୟମ, ୧୯୫୮ର ନିୟମ ୧୬ (୧)(ଏ) ପ୍ରାବଧାନରେ ରିହାତି ସହିତ ଦିଆଯାଇଛି। 


ଏହି ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଆଇବି, ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (ଆରଏଡବ୍ଲୁ) ମୁଖ୍ୟ, କ୍ୟାବିନେଟ୍ ସଚିବ ଓ ଗୃହ ସଚିବଙ୍କ ଭଳି ଶୀର୍ଷ ଅଧିକାରୀଙ୍କ ସେବାକୁ ସାର୍ବଜନିକ ହୀତ ଲାଗି ୬୦ ବର୍ଷ ଅବସର ଆୟୁରୁ ଆଗକୁ ବଢାଇବା ପାଇଁ ଅନୁମତି ଦେଇଥାଏ। ଆଇପିଏସ୍ ତପନ କୁମାର ଡେକା ଇଣ୍ଟେଲିଜେନ୍ସ ବ୍ୟୁରୋର ୨୮ ତମ ନିର୍ଦ୍ଦେଶକ ଅଟନ୍ତି। ୨୦୨୨ ମସିହାରେ ସେ ତାଙ୍କ ପୂର୍ବବର୍ତ୍ତି ମୁଖ୍ୟ ଅରବିନ୍ଦ କୁମାରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୮୮ ବ୍ୟାଚ୍ ହିମାଚଳ ପ୍ରଦେଶ କ୍ୟାଡର ଆଇପିଏସ୍ ଅଫିସର ଡେକା ୧୯୯୮ମସିହାରେ ଆଇବିରେ ଯୋଗ ଦେଇଥିଲେ। 


ସେବେଠାରୁ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଗୋଇନ୍ଦା ଅଭିଯାନରେ ଜଡିତ ରହିଛନ୍ତି। ଉଲ୍ଲେଖନୀୟ ସେବା ନିମନ୍ତେ ତାଙ୍କୁ ୨୦୧୨ ମସିହାରେ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନୀତ କରାଯାଇଥିଲା। ଗୁଇନ୍ଦା ମହଲରେ ‘ସୁପର ସ୍ପାଇ’ ରୂପେ ଜଣାଶୁଣା ଡେକା ଗତ କିଛି ବର୍ଷ ହେଲା ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାମ କରିଛନ୍ତି। ଏଜେନ୍ସୀର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଦୁଇ ଦଶନ୍ଧୀରୁ ଅଧିକ କାଳ ଧରି ଆଇବି ଅପରେସନ ୱିଙ୍ଗର ନେତୃତ୍ୱ ନେଉଥିଲେ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଜବାବୀ କାର୍ଯ୍ୟାନୁଷ୍ଠାନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସରକାରଙ୍କ ଗୁଇନ୍ଦା ସମୂଦାୟରେ ଡେକାଙ୍କୁ ସଂକଟ ମୋଚନ ମନେ କରାଯାଏ। ଜମ୍ମୁ-କାଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ମୁକାବିଲାରେ ତାଙ୍କର ଗଭୀର ଅଭିଜ୍ଞତା ରହିଛି।