ICC T-20 World Cup 2024, ସୁପର ଓଭରରେ ଓମାନ୍କୁ ହରାଇଲା ନାମିବିୟା
ମୁମ୍ବାଇ ୦୩।୦୬ : ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୪ । ସୋମବାର ବାର୍ବାଡୋସରେ ମୁହାଁମୁହିଁ ହୋଇଥିଲେ ଓମାନ ଏବଂ ନାମିବିୟା । ଯେଉଁଥିରେ ବାଜି ମାରି ନେଇଛି ନାମିବିୟା । ସୁପର ଓଭରରେ ଓମାନକୁ ହରାଇ ଏହି ବିଜୟ ହାସଲ କରିଛି ନାମିବିୟା । ଡେଭିଡ୍ ଓ୍ୱାଇସ୍ଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ର ପୁରସ୍କାର ଦିଆଯାଇଛି । ଜୁନ୍ ୩ ତାରିଖରେ ଥିଲା ଟୁର୍ଣ୍ଣାମେଣ୍ଟର ୩ୟ ମ୍ୟାଚ୍ । ଯେଉଁଥିରେ ମୁହାଁମୁହିଁ ହୋଇଥିଲେ ଓମାନ ଏବଂ ମାନିବିୟା । ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ନାମିବିୟା । ତେବେ ପ୍ରଥମେ ବ୍ୟାଟିଂ କରି ଓମାନ ଟିମ୍ ୧୦୯ ରନ୍ କରିବାରେ ସକ୍ଷମ ହୋଇଥିଲା । ଓମାନ ବ୍ୟାଟର ମାନେ ୨୦ ଓଭର ବି ଖେଳିପାରନିଥିଲେ । ନାମିବିୟା ବୋଲରଙ୍କ ଆଗେ ମୁଣ୍ଡ ନୁଆଁଇଥିଲେ ଓମାନ ବ୍ୟାଟର । ଓମାନ ପକ୍ଷରୁ ଖଲିଦ କାଇଲ ସର୍ବାଧିକ ୩୪ ରନ୍ କରିଥିଲେ । ଏହାପଛକୁ ଜାସେନ୍ ମସୁଦ୍ ୨୨ ରନ୍, ଆୟନ ଖାନ୍ ୧୫ ରନ୍ କରିଥିଲେ । ଆଉ କୌଣସି ବ୍ୟାଟର ଆଖିଦୃଶିଆ ସ୍କୋର କରିପାରିନଥିଲେ । ଶେଷରେ ୧୧୦ ରନ୍ର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲେ ନାମିବିୟା । ଦଳ ନିର୍ଦ୍ଧାରିତ ଓଭରରେ ୧୦୯ ରନ୍ କରିବାରେ ସକ୍ଷମ ହୋଇଥିଲା । ଯାହାଫଳରେ ମ୍ୟାଚ୍ ଟାଇ ହୋଇଥିଲା । ଦଳ ପକ୍ଷରୁ ଜାନ୍ ଫ୍ରାଏଲିଙ୍କ ସର୍ବାଧିକ ୪୫ ରନ୍ କରିଥିଲେ । ତେବେ ମ୍ୟାଚ୍ ଟାଇ ହେବା ପରେ ସୁପର ଓଭର ଖେଳାଯାଇଥିଲା । ସୁପର ଓଭରରେ
ମୁମ୍ବାଇ ୦୩।୦୬ : ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୪ । ସୋମବାର ବାର୍ବାଡୋସରେ ମୁହାଁମୁହିଁ ହୋଇଥିଲେ ଓମାନ ଏବଂ ନାମିବିୟା । ଯେଉଁଥିରେ ବାଜି ମାରି ନେଇଛି ନାମିବିୟା । ସୁପର ଓଭରରେ ଓମାନକୁ ହରାଇ ଏହି ବିଜୟ ହାସଲ କରିଛି ନାମିବିୟା । ଡେଭିଡ୍ ଓ୍ୱାଇସ୍ଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ର ପୁରସ୍କାର ଦିଆଯାଇଛି ।
ଜୁନ୍ ୩ ତାରିଖରେ ଥିଲା ଟୁର୍ଣ୍ଣାମେଣ୍ଟର ୩ୟ ମ୍ୟାଚ୍ । ଯେଉଁଥିରେ ମୁହାଁମୁହିଁ ହୋଇଥିଲେ ଓମାନ ଏବଂ ମାନିବିୟା । ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ନାମିବିୟା । ତେବେ ପ୍ରଥମେ ବ୍ୟାଟିଂ କରି ଓମାନ ଟିମ୍ ୧୦୯ ରନ୍ କରିବାରେ ସକ୍ଷମ ହୋଇଥିଲା । ଓମାନ ବ୍ୟାଟର ମାନେ ୨୦ ଓଭର ବି ଖେଳିପାରନିଥିଲେ । ନାମିବିୟା ବୋଲରଙ୍କ ଆଗେ ମୁଣ୍ଡ ନୁଆଁଇଥିଲେ ଓମାନ ବ୍ୟାଟର । ଓମାନ ପକ୍ଷରୁ ଖଲିଦ କାଇଲ ସର୍ବାଧିକ ୩୪ ରନ୍ କରିଥିଲେ । ଏହାପଛକୁ ଜାସେନ୍ ମସୁଦ୍ ୨୨ ରନ୍, ଆୟନ ଖାନ୍ ୧୫ ରନ୍ କରିଥିଲେ । ଆଉ କୌଣସି ବ୍ୟାଟର ଆଖିଦୃଶିଆ ସ୍କୋର କରିପାରିନଥିଲେ ।
ଶେଷରେ ୧୧୦ ରନ୍ର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲେ ନାମିବିୟା । ଦଳ ନିର୍ଦ୍ଧାରିତ ଓଭରରେ ୧୦୯ ରନ୍ କରିବାରେ ସକ୍ଷମ ହୋଇଥିଲା । ଯାହାଫଳରେ ମ୍ୟାଚ୍ ଟାଇ ହୋଇଥିଲା । ଦଳ ପକ୍ଷରୁ ଜାନ୍ ଫ୍ରାଏଲିଙ୍କ ସର୍ବାଧିକ ୪୫ ରନ୍ କରିଥିଲେ । ତେବେ ମ୍ୟାଚ୍ ଟାଇ ହେବା ପରେ ସୁପର ଓଭର ଖେଳାଯାଇଥିଲା । ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି ନାମିବିୟା ୨୧ ରନ କରିଥିଲା । ଯାହାଫଳରେ ଓମାନକୁ ୨୨ରନ୍ର ଟାର୍ଗେଟ ଦେଇଥିଲେ । ଯାହାଫଳରେ ସୁପର ଓଭରରେ ଗୋଟିଏ ଓ୍ୱିକେଟ୍ ହରାଇ ୧୦ ରନ୍ କରିବାରେ ସକ୍ଷମ ହୋଇଥିଲା । ନାମିବିୟା ପକ୍ଷରୁ ସୁପର ଓଭରରେ ହିରୋ ଥିଲେ ଡେଭିଡ୍ ଓ୍ୱାଇସ୍ । ବ୍ୟାଟିଂ ଏବଂ ବୋଲିଂରେ କମାଲ କରିଥିଲେ ଡେଭିଡ୍ ।