ICUକୁ ଗଲେ ସୈଫ ଅଲ୍ଲୀ ଖାନ୍, ଡାକ୍ତର କହିଲେ-ମେରୁଦଣ୍ଡରେ ପଶିଥିଲା ଦେଢ଼ ଇଞ୍ଚର ଛୁରୀ ଖଣ୍ଡ…
ମୁମ୍ବାଇ,୧୬।୧: ସରିଲା ସର୍ଜରୀ। ଆଇସିୟୁକୁ ସ୍ଥାନାନ୍ତରିତ ହେଲେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍। ଏବେ ସେ ସୁସ୍ଥ ଅଛନ୍ତି। ତାଙ୍କ ମେରୁଦଣ୍ଡରେ ଥିବା ଦେଢ଼ ଇଞ୍ଚର ଛୁରୀର ଖଣ୍ଡକୁ ବାହାର କରିଦିଆଯାଇଛି। ଏନେଇ ଡାକ୍ତରଖାନା ପକ୍ଷରୁ ଅପ୍ଡେଟ୍ ଦିଆଯାଇଛି। ସୈଫଙ୍କ ସ୍ବାସ୍ଥାବସ୍ଥାକୁ ନେଇ ତାଙ୍କ ଟିମ୍ ପକ୍ଷରୁ ବୟାନ ଜାରି କରାଯାଇଛି। ଟିମ୍ କହିଛି ଯେ, ସୈଫ ଏବେ ବିପଦ ମୁକ୍ତ। ସେ ଏବେ ସୁସ୍ଥ ହେଉଛନ୍ତି। ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି। ପରିବାରର […] The post ICUକୁ ଗଲେ ସୈଫ ଅଲ୍ଲୀ ଖାନ୍, ଡାକ୍ତର କହିଲେ-ମେରୁଦଣ୍ଡରେ ପଶିଥିଲା ଦେଢ଼ ଇଞ୍ଚର ଛୁରୀ ଖଣ୍ଡ… appeared first on Dharitri Odia News.
ମୁମ୍ବାଇ,୧୬।୧: ସରିଲା ସର୍ଜରୀ। ଆଇସିୟୁକୁ ସ୍ଥାନାନ୍ତରିତ ହେଲେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍। ଏବେ ସେ ସୁସ୍ଥ ଅଛନ୍ତି। ତାଙ୍କ ମେରୁଦଣ୍ଡରେ ଥିବା ଦେଢ଼ ଇଞ୍ଚର ଛୁରୀର ଖଣ୍ଡକୁ ବାହାର କରିଦିଆଯାଇଛି। ଏନେଇ ଡାକ୍ତରଖାନା ପକ୍ଷରୁ ଅପ୍ଡେଟ୍ ଦିଆଯାଇଛି।
ସୈଫଙ୍କ ସ୍ବାସ୍ଥାବସ୍ଥାକୁ ନେଇ ତାଙ୍କ ଟିମ୍ ପକ୍ଷରୁ ବୟାନ ଜାରି କରାଯାଇଛି। ଟିମ୍ କହିଛି ଯେ, ସୈଫ ଏବେ ବିପଦ ମୁକ୍ତ। ସେ ଏବେ ସୁସ୍ଥ ହେଉଛନ୍ତି। ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି। ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।
ଅପରପକ୍ଷେ ସୈଫଙ୍କ ବୟାନ ନେବାକୁ ପୋଲିସ ଡାକ୍ତରଖାନାରେ ପହଞ୍ଚିଛି। ପରିବାରଲୋକଙ୍କୁ ପଚରାଉଚରା କରାଯାଉଛି। ସୋସାଇଟିର ଚେୟାରମ୍ୟାନ୍ ଏବଂ ସେକ୍ରେଟେରୀଙ୍କୁ ପୋଲିସ ଡାକରା ମିଳିଛି। କ୍ରାଇମ୍ବ୍ରାଞ୍ଚ ଟିମ୍ ଏବଂ ଏନ୍କାଉଣ୍ଟର ସ୍ପେଶାଲିଷ୍ଟ ଦୟା ନାୟକ ମାମଲାର ତଦନ୍ତ କରୁଛନ୍ତି।
୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଦୁର୍ବୃତ୍ତ ଘରେ ପଶିଥିବାରୁ ପୋଲିସ ସୁରକ୍ଷାକର୍ମୀ ଏବଂ ଚାକରାଣୀ ଉପରେ ସନ୍ଦେହ କରୁଛି। ସିସିଟିଭି ଏବଂ ଡିଭିଆର୍କୁ ପୋଲିସ ଯାଞ୍ଚ କରୁଛି।
The post ICUକୁ ଗଲେ ସୈଫ ଅଲ୍ଲୀ ଖାନ୍, ଡାକ୍ତର କହିଲେ-ମେରୁଦଣ୍ଡରେ ପଶିଥିଲା ଦେଢ଼ ଇଞ୍ଚର ଛୁରୀ ଖଣ୍ଡ… appeared first on Dharitri Odia News.