IIT ପାସ୍ଆଉଟ୍‌ଙ୍କୁ ମିଳୁନି ଭଲ ଦରମା, ବାର୍ଷିକ ୪ ଲକ୍ଷ ପ୍ୟାକେଜ୍‌ର ମିଳୁଛି ଅଫର

ନୂଆଦିଲ୍ଲୀ: ଲକ୍ଷାଧିକ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ମୁଖୀନ ହୋଇ ଜେଇଇ ଏବଂ ଏହାଠୁ କଷ୍ଟକର ଜେଇଇ ଆଡଭାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଆଇଆଇଟିରେ ପଢିବାକୁ ସୁଯୋଗ ମିଳିଥାଏ। ଏଠାକୁ ଆସିବା ପରେ କଠୋର ପରିଶ୍ରମ ଏବଂ ସଂଘର୍ଷ ପରେ ଛାତ୍ର-ଛାତ୍ରୀଙ୍କୁ ଡିଗ୍ରୀ ମିଳିଥାଏ। ବର୍ଷ ବର୍ଷର ପରିଶ୍ରମ ପରେ ଯଦି ସାଲେରୀ ପ୍ୟାକେଜ୍ ଭାବେ ବର୍ଷକୁ ୪ ଲକ୍ଷ ଟଙ୍କା ଅଫର ଆଶେ ତେବେ ଆଶାୟୀଙ୍କୁ କେମିତି ଲାଗୁଥିବ। ଏମିତି ଘଟିଛି ଆଇଆଇଟି ବମ୍ବେ ସହ। ଏଠାରେ ଜଣେ ଛାତ୍ରଙ୍କୁ ୪ ଲକ୍ଷ ଟଙ୍କାର ସାଲେରୀ ପ୍ୟାକେଜ୍ ଅଫର  ହୋଇଛି। କଣ ଏହି ମାମଲାଯେବେଠୁ ଆଇଆଇଟି ବମ୍ବେର ଛାତ୍ରଙ୍କୁ ୪ ଲକ୍ଷର ବାର୍ଷିକ ଦରମାର ଅଫର ମିଳିଛି ତେବେଠୁ ନିଯୁକ୍ତି ବଜାରରେ ନୂତନ ବିତର୍କ ଜନ୍ମ ନେଇଛି। ଯଦି ଆଇଆଇଟିରୁ ଉତ୍ତୀର୍ଣ୍ଣ ହୋଇଥିବା ଆଶାୟୀଙ୍କୁ ଏତିକି ବାର୍ଷିକ ବେତନ ମିଳିବ ତେବେ ବାକି କ୍ଷେତ୍ରରେ କାମ କରୁଥିବା ଆଶାୟୀଙ୍କ ଅବସ୍ଥା କଣ ହେବ। ୟୁଏସ ଡଲାର ହିସାବରେ ଏହି ରାଶି ୪୮୦୦ ୟୁଏସ ଡଲାର ହେବ।ତେବେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ଯେ, କେଉଁ କମ୍ପାନୀ ଏତେ କମ ଦରମାର ଅଫର କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ପ୍ୟାକେଜ୍ କୌଣସି ଷ୍ଟାର୍ଟଅପ୍‌ ଅଫର କରିଛି।ଗତ ବର୍ଷ ତୁଳନାରେ କମିଲା ଦରମାଗତ ବର୍ଷ ତୁଳନାରେ ଏଥର ପ୍ୟାକେଜ୍ ବହୁତ କମ ରହିଛି। ୨୦୨୩ରେ ସବୁଠୁ କମ ପ୍ୟାକେଜ୍ ରହିଥିଲା ୬ ରୁ ୮ ଲକ୍ଷ। କିନ୍ତୁ ଏଥର

IIT ପାସ୍ଆଉଟ୍‌ଙ୍କୁ ମିଳୁନି ଭଲ ଦରମା,  ବାର୍ଷିକ ୪ ଲକ୍ଷ ପ୍ୟାକେଜ୍‌ର ମିଳୁଛି ଅଫର

ନୂଆଦିଲ୍ଲୀ: ଲକ୍ଷାଧିକ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ମୁଖୀନ ହୋଇ ଜେଇଇ ଏବଂ ଏହାଠୁ କଷ୍ଟକର ଜେଇଇ ଆଡଭାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଆଇଆଇଟିରେ ପଢିବାକୁ ସୁଯୋଗ ମିଳିଥାଏ। ଏଠାକୁ ଆସିବା ପରେ କଠୋର ପରିଶ୍ରମ ଏବଂ ସଂଘର୍ଷ ପରେ ଛାତ୍ର-ଛାତ୍ରୀଙ୍କୁ ଡିଗ୍ରୀ ମିଳିଥାଏ। ବର୍ଷ ବର୍ଷର ପରିଶ୍ରମ ପରେ ଯଦି ସାଲେରୀ ପ୍ୟାକେଜ୍ ଭାବେ ବର୍ଷକୁ ୪ ଲକ୍ଷ ଟଙ୍କା ଅଫର ଆଶେ ତେବେ ଆଶାୟୀଙ୍କୁ କେମିତି ଲାଗୁଥିବ। ଏମିତି ଘଟିଛି ଆଇଆଇଟି ବମ୍ବେ ସହ। ଏଠାରେ ଜଣେ ଛାତ୍ରଙ୍କୁ ୪ ଲକ୍ଷ ଟଙ୍କାର ସାଲେରୀ ପ୍ୟାକେଜ୍ ଅଫର  ହୋଇଛି। 

କଣ ଏହି ମାମଲା

ଯେବେଠୁ ଆଇଆଇଟି ବମ୍ବେର ଛାତ୍ରଙ୍କୁ ୪ ଲକ୍ଷର ବାର୍ଷିକ ଦରମାର ଅଫର ମିଳିଛି ତେବେଠୁ ନିଯୁକ୍ତି ବଜାରରେ ନୂତନ ବିତର୍କ ଜନ୍ମ ନେଇଛି। ଯଦି ଆଇଆଇଟିରୁ ଉତ୍ତୀର୍ଣ୍ଣ ହୋଇଥିବା ଆଶାୟୀଙ୍କୁ ଏତିକି ବାର୍ଷିକ ବେତନ ମିଳିବ ତେବେ ବାକି କ୍ଷେତ୍ରରେ କାମ କରୁଥିବା ଆଶାୟୀଙ୍କ ଅବସ୍ଥା କଣ ହେବ। ୟୁଏସ ଡଲାର ହିସାବରେ ଏହି ରାଶି ୪୮୦୦ ୟୁଏସ ଡଲାର ହେବ।ତେବେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ଯେ, କେଉଁ କମ୍ପାନୀ ଏତେ କମ ଦରମାର ଅଫର କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ପ୍ୟାକେଜ୍ କୌଣସି ଷ୍ଟାର୍ଟଅପ୍‌ ଅଫର କରିଛି।

ଗତ ବର୍ଷ ତୁଳନାରେ କମିଲା ଦରମା

ଗତ ବର୍ଷ ତୁଳନାରେ ଏଥର ପ୍ୟାକେଜ୍ ବହୁତ କମ ରହିଛି। ୨୦୨୩ରେ ସବୁଠୁ କମ ପ୍ୟାକେଜ୍ ରହିଥିଲା ୬ ରୁ ୮ ଲକ୍ଷ। କିନ୍ତୁ ଏଥର ପ୍ୟାକେଜ୍ ଆହୁରି କମି ଯାଇଛି।

କଣ ହୋଇପାରେ କାରଣ

ବିଗତ ବର୍ଷମାନଙ୍କରେ ଆଇଆଇଟି ପାସ୍ କରିଥିବା ଆଶାୟୀଙ୍କୁ କାହିଁକି ଏତେ କମ ଦରମାର ପ୍ୟାକେଜ୍ ମିଳୁଛି।ଏହା ପଛରେ ଅନେକ କାରଣ ରହିଛି। ବିଭିନ୍ନ ରିପୋର୍ଟ ଉପରେ ନଜର ପକାଇଲେ ଏହାର ମୁଖ୍ୟ କାରଣ ଇକୋନୋମିକ ସ୍ଲୋଡାଉନ। ଗତ ବର୍ଷ ନିଯୁକ୍ତି ବଜାରରେ ହ୍ରାସ ଦେଖିବାକୁ ମିଳିଛି। ଆଉ ଏହା ପଛରେ ମହାମାରୀ ମଧ୍ୟ ଏକ ବଡ଼ କାରଣ ହୋଇପାରେ ବୋଲି ବିଶେଷଜ୍ଞ କହିଛନ୍ତି।

ସମ୍ଭାବିତ କାରଣ

ଯୋଗାଣ ଓ ଚାହିଦା ମଧ୍ୟରେ ଅସନ୍ତୁଳନ- ଯେଉଁ ସଂଖ୍ୟାରେ ଆଶାୟୀମାନେ ଆଇଆଇଟିରୁ ଉତ୍ତୀର୍ଣ୍ଣ ହେଉଛନ୍ତି, ସେହି ସଂଖ୍ୟାରେ ସେମାନଙ୍କ ପାଇଁ ଉପଯୁକ୍ତ ନିଯୁକ୍ତି ସୃଷ୍ଟି ହୋଇ ପାରୁନି। ବିଶେଷ କରି ସେମାନେ ଯେଉଁ ବ୍ରାଞ୍ଚର ସେଠାରେ ଚାକିରି ଓ ଦରମା ମଧ୍ୟରେ ତାରତମ୍ୟ ହିଁ ନାହିଁ। 

ବଦଳୁଛି ଇଣ୍ଡଷ୍ଟ୍ରୀର ରୂପ- ଅଟୋମେସନ ଓ ଏଆଇର ବ୍ୟବହାର ବଢିବାରୁ ଜବ୍ ମାର୍କେଟ୍‌ର ଚାହିଦାରେ ବଡ଼ ପରିବର୍ତ୍ତନ ଆସିଛି। ଏଥିରେ ପାରମ୍ପରିକ ଇଞ୍ଜିନିୟରଙ୍କ ଭୂମିକା କମିଛି ଏବଂ ସେମାନଙ୍କ ଦରମା ଉପରେ ପ୍ରଭାବ ପଡ଼ୁଛି। 

ଷ୍ଟାର୍ଟଅପ୍‌ ବି କାରଣ- ସଂପ୍ରତି ଆଇଆଇଟିରୁ ଉତ୍ତୀର୍ଣ୍ଣ ହୋଇଥିବା ବହୁତ ଆଶାୟୀ ନୂତନ ଷ୍ଟାର୍ଟଅପ୍ ଆରମ୍ଭ କରୁଛନ୍ତି। ଅନେକ ନିଜସ୍ଵ ନୂତନ ବ୍ୟବସାୟ ଆରମ୍ଭ କରୁଛନ୍ତି ଏବଂ ଚାକିରିକୁ ବିଶ୍ଵାସ କରୁ ନାହାନ୍ତି। ନିଜ ଗୋଡ଼ରେ ଏବଂ ନିଜ ସାଧ୍ୟମତେ କିଛି କରିବାକୁ ଆଇଆଇଟି ପାସ୍ ଆଉଟ୍ ଆଗଭର ହେଉଛନ୍ତି।

ଗ୍ଲୋବାଲ କମ୍ପିଟିସନ- ବିଶ୍ଵ ବଜାରରେ ପ୍ରତିଯୋଗିତା ବଢିବାରେ ଲାଗିଛି। ପ୍ରତିଭାବାନ ପିଲାଙ୍କ ଅଭାବ ନାହିଁ ଏବଂ  କମ୍ପାନୀ କମ ଦରମାରେ ଭଲ ଭଲ କର୍ମଚାରୀ ପାଉଛନ୍ତି। ତେଣୁ କମ୍ପାନୀ ଦରମାରେ ମୋଟା ଅଙ୍କ ଖର୍ଚ୍ଚ କରିବାକୁ ଚାହୁଁ ନାହାନ୍ତି।

ଏହି କ୍ଷେତ୍ରରେ କମିନି ଚାହିଦା

ଆଜିର ସମୟରେ ଚାହିଦା ରହୁଥିବା ବ୍ରାଞ୍ଚରେ ପାଠ ପଢିଲେ ରୋଜଗାର ସହ ଭଲ ପ୍ୟାକେଜ୍ ମିଳୁଛି। ଯେମିତି କମ୍ପ୍ୟୁଟର ସାଇନ୍ସ, ଡାଟା ସାଇନ୍ସ ଏବଂ ଏଆଇ ପରି କ୍ଷେତ୍ରକୁ ଚୟନ କରୁଥିବା ଆଶାୟୀଙ୍କୁ ଭଲ ପ୍ୟାକେଜର ଦରମା ମିଳୁଛି।