IMFଙ୍କ ଭବିଷ୍ୟତବାଣୀ, ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବିଶ୍ୱରେ ଆର୍ଥିକ ଉନ୍ନତିର କାରଣ ହେବ ଭାରତ

ନୂଆଦିଲ୍ଲୀ ୭।୩: ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମଏଫ) ଏକ ପୂର୍ବାନୁମାନ ଜାରି କରିଛନ୍ତି। ଏହି ପୂର୍ବାନୁମାନ ଅନୁସାରେ ଆଗାମୀ ୫ ବର୍ଷରେ ଚୀନ୍, ଆମେରିକା ଓ ଇଣ୍ଡୋନେସିଆ ସହିତ ମିସି ଭାରତ ବୈଶ୍ୱିକ ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରେ। ଏହି ସମୟରେ ବିଶ୍ୱର ଅଧିକାଂଶ ଆର୍ଥିକ ବିକାଶ ଏହି ୪ ଦେଶଙ୍କ ଆର୍ଥିକ ଯୋଗଦାନ ଉପରେ ନିର୍ଭର କରିବ। ଗତବର୍ଷ ସେପ୍ଟେମ୍ବର ମାସରେ ଆଇଏମଏଫ କହିଥିଲେ ଯେ ଭାରତ ସମେତ ବିଶ୍ୱର ୩ଟି ଦେଶ ଆଗାମୀ ୫ ବର୍ଷରେ ବିଶ୍ୱର ଆର୍ଥିକ ଅଭିବୃଦ୍ଧିରେ ଅଧାରୁ ଅଧିକ ଯୋଗଦାନ ଦେବେ।wp:htmlFour countries -- ???????? China, ???????? India, the ???????? US and ???????? Indonesia -- are set to contribute more than half of the world's economic growth over the next five years, according to IMF forecasts.— The Spectator Index (@spectatorindex) March 6, 2024/wp:htmlରେଟିଂ ଏଜେନ୍ସୀ ମୁଡିଜ୍ ମଧ୍ୟ ମାର୍ଚ୍ଚ ୪ ତାରିଖ ସୋମବାର ଭାରତର ଜିଡିପିକୁ ନେଇ ପୂର୍ବାନୁମାନ ବଢାଇ ଦେଇଥିଲେ। ଯାହା ଦେଶର ଅର୍ଥ ବ୍ୟବସ୍ଥାରେ ଘରୋଇ ଅଭିବୃଦ୍ଧିକୁ ଦର୍ଶାଉଛି। ରେଟିଂ ଏଜେନ୍ସୀ ତାଙ୍କ ଗ୍ଲୋବାଲ ମାକ୍ରୋ ଆଉଟ୍ ଲୁକ୍ ୨୦୨୪-୨୫ରେ କହିଛନ୍ତି ଯେ ଭାରତର ଅର୍ଥ ବ୍ୟବସ୍ଥା ଉତ୍ତମ ପ୍ରଦର୍ଶନ କରୁଛି। ଏଣୁ ଭାରତର ବିକାଶ ଅନୁମାନକୁ ୬.୧ ପ୍ରତିଶତ

IMFଙ୍କ ଭବିଷ୍ୟତବାଣୀ, ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବିଶ୍ୱରେ ଆର୍ଥିକ ଉନ୍ନତିର କାରଣ ହେବ ଭାରତ

ନୂଆଦିଲ୍ଲୀ ୭।୩: ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମଏଫ) ଏକ ପୂର୍ବାନୁମାନ ଜାରି କରିଛନ୍ତି। ଏହି ପୂର୍ବାନୁମାନ ଅନୁସାରେ ଆଗାମୀ ୫ ବର୍ଷରେ ଚୀନ୍, ଆମେରିକା ଓ ଇଣ୍ଡୋନେସିଆ ସହିତ ମିସି ଭାରତ ବୈଶ୍ୱିକ ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରେ। ଏହି ସମୟରେ ବିଶ୍ୱର ଅଧିକାଂଶ ଆର୍ଥିକ ବିକାଶ ଏହି ୪ ଦେଶଙ୍କ ଆର୍ଥିକ ଯୋଗଦାନ ଉପରେ ନିର୍ଭର କରିବ। ଗତବର୍ଷ ସେପ୍ଟେମ୍ବର ମାସରେ ଆଇଏମଏଫ କହିଥିଲେ ଯେ ଭାରତ ସମେତ ବିଶ୍ୱର ୩ଟି ଦେଶ ଆଗାମୀ ୫ ବର୍ଷରେ ବିଶ୍ୱର ଆର୍ଥିକ ଅଭିବୃଦ୍ଧିରେ ଅଧାରୁ ଅଧିକ ଯୋଗଦାନ ଦେବେ।

wp:html

/wp:html

ରେଟିଂ ଏଜେନ୍ସୀ ମୁଡିଜ୍ ମଧ୍ୟ ମାର୍ଚ୍ଚ ୪ ତାରିଖ ସୋମବାର ଭାରତର ଜିଡିପିକୁ ନେଇ ପୂର୍ବାନୁମାନ ବଢାଇ ଦେଇଥିଲେ। ଯାହା ଦେଶର ଅର୍ଥ ବ୍ୟବସ୍ଥାରେ ଘରୋଇ ଅଭିବୃଦ୍ଧିକୁ ଦର୍ଶାଉଛି। ରେଟିଂ ଏଜେନ୍ସୀ ତାଙ୍କ ଗ୍ଲୋବାଲ ମାକ୍ରୋ ଆଉଟ୍ ଲୁକ୍ ୨୦୨୪-୨୫ରେ କହିଛନ୍ତି ଯେ ଭାରତର ଅର୍ଥ ବ୍ୟବସ୍ଥା ଉତ୍ତମ ପ୍ରଦର୍ଶନ କରୁଛି। ଏଣୁ ଭାରତର ବିକାଶ ଅନୁମାନକୁ ୬.୧ ପ୍ରତିଶତରୁ ବଢାଇ ୬.୮ ପ୍ରତିଶତ କରିଛନ୍ତି। ଏହା ଛଡା ମୁଡିଜ କହିଛନ୍ତି ଯେ ଜି-୨୦ ଦେଶଙ୍କ ଅର୍ଥ ବ୍ୟବସ୍ଥାରେ ଭାରତ ସବୁଠୁ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥ ବ୍ୟବସ୍ଥାରେ ପରିଣତ ହେବାର ସମ୍ଭାବନା ରହିଛି ।

wp:html

/wp:html

ଡିସେମ୍ବର ତ୍ରୈମାସିକରେ ଭାରତର ଅର୍ଥ ବ୍ୟବସ୍ଥା ୮.୪ ପ୍ରତିଶତର ଆଶ୍ଚର୍ଯ୍ୟଜନକ ବୃଦ୍ଧି ସହିତ ଆଗକୁ ବଢିଛି। ମେନୁଫେକ୍ଚରିଂ, ବିଦ୍ୟୁତ ଓ ନିର୍ମାଣ କ୍ଷେତ୍ରରେ ମଜଭୁତ ଅଭିବୃଦ୍ଧି ଯୋଗୁ ମାନ୍ଦାବସ୍ଥା ଆଶଙ୍କାକୁ ମଧ୍ୟ ଅଗ୍ରାହ୍ୟ କରିଦିଆଯାଇଛି। ଅନ୍ୟପଟେ ଚୀନ୍‌ ଭଳି ବିକଶିତ ଦେଶକୁ ଆର୍ଥିକ କ୍ଷେତ୍ରରେ ଏବେ ଘୋର ସଂକଟର ସମ୍ମୁଖୀନ ହେବାକୁ ପଡୁଛି। କରୋନା ପରେ ଚୀନ୍‌ ବଜାରକୁ ବେଶ୍ କ୍ଷତିର ସମ୍ମୁଖୀନ ହେବାକୁ ମଧ୍ୟ ପଡିଥିଲା। ଏଥିରେ ଏବେ ଇଂଲଣ୍ଡ ମାନ୍ଦାବସ୍ଥା ଘୋଷଣା କରିଛି।