Ind Vs Eng: ବାରବାଟୀରେ ଭାରତକୁ ୩୦୫ ରନ୍ ଟାର୍ଗେଟ୍ ଦେଲା ଇଂଲଣ୍ଡ
କଟକ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଟିମ୍ ଇଂଲଣ୍ଡ ୧୦ ୱିକେଟ୍ ହରାଇ ୩୦୪ ରନ୍ କରିଛି । ଭାରତକୁ ୩୦୫ ରନ୍ ବିଜୟ ଲକ୍ଷ୍ୟ ମିଳିଛି । ଇଂଲଣ୍ଡ ପାଇଁ ଜୋ ରୁଟ୍ ସର୍ବାଧିକ ୬୯ ରନ୍ କରିଛନ୍ତି । ଭାରତ ପାଇଁ ରବିନ୍ଦ୍ର ଜାଡେଜା ସବୁଠୁ ସଫଳ ବୋଲର୍ ହୋଇଛନ୍ତି । ୧୦ ଓଭରରେ ୩୫ ରନ୍ ଖର୍ଚ୍ଚ କରି ୩ ୱିକେଟ୍ ନେଇଛନ୍ତି ।ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଅଧିନାୟକ ଜୋଶ ବଟଲର୍ । ଇଂଲଣ୍ଡ ପାଇଁ ଦୁଇ ଓପନର୍ ଫିଲିପ ସଲ୍ଟ ଏବଂ ବେନ୍ ଡକେଟ୍ ଧୂଆଁଧାର ଆରମ୍ଭ କରିଥିଲେ । ଦୁହିଁଙ୍କ ମଧ୍ୟରେ ୮୧ ରନ୍ ପାର୍ଟନରଶିପ୍ ହୋଇଥିଲା । ପିଲିପ ସଲ୍ଟ ବ୍ୟକ୍ତିଗତ ୨୬ ରନ୍ରେ ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ଜାଡେଜାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଏହାପରେ ବେନ୍ ଡକେଟ୍ (୬୫), ଜୋ ରୁଟ୍ (୬୯), ଜାମି ଓଭରଟନ୍ (୬)ଙ୍କୁ ପାଭିଲିୟନ ପଠାଇଥିଲେ ଜାଡେଜା । ହ୍ୟାରି ବ୍ରୁକ୍ ୩୧, ଜୋଶ ବଟଲର୍ ୩୪, ଲିୟାମ ଲିଭିଙ୍ଗଷ୍ଟନ ୪୧ ରନ୍ କରି ଆଉଟ୍ ହୋଇଥିଲେ । ଇଂଲଣ୍ଡର ତିନି ଖେଳାଳି ରନ୍ ଆଉଟ୍ ହୋଇଥିଲେ ।BARABATI BATTLE; ଟସ୍ ଜିତି ଟିମ୍ ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ଦଳକୁ ଫେରିଲେ ବିରାଟ୍ଅନ୍ୟପଟେ ଭାରତ ପାଇଁ ରବିନ୍ଦ୍ର ଜାଡେଜା ସବୁଠୁ ଅଧିକ ୩ ୱିକେଟ୍ ମିଳିଛି । ମହମ୍ମଦ ଶାମି,
କଟକ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଟିମ୍ ଇଂଲଣ୍ଡ ୧୦ ୱିକେଟ୍ ହରାଇ ୩୦୪ ରନ୍ କରିଛି । ଭାରତକୁ ୩୦୫ ରନ୍ ବିଜୟ ଲକ୍ଷ୍ୟ ମିଳିଛି । ଇଂଲଣ୍ଡ ପାଇଁ ଜୋ ରୁଟ୍ ସର୍ବାଧିକ ୬୯ ରନ୍ କରିଛନ୍ତି । ଭାରତ ପାଇଁ ରବିନ୍ଦ୍ର ଜାଡେଜା ସବୁଠୁ ସଫଳ ବୋଲର୍ ହୋଇଛନ୍ତି । ୧୦ ଓଭରରେ ୩୫ ରନ୍ ଖର୍ଚ୍ଚ କରି ୩ ୱିକେଟ୍ ନେଇଛନ୍ତି ।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଅଧିନାୟକ ଜୋଶ ବଟଲର୍ । ଇଂଲଣ୍ଡ ପାଇଁ ଦୁଇ ଓପନର୍ ଫିଲିପ ସଲ୍ଟ ଏବଂ ବେନ୍ ଡକେଟ୍ ଧୂଆଁଧାର ଆରମ୍ଭ କରିଥିଲେ । ଦୁହିଁଙ୍କ ମଧ୍ୟରେ ୮୧ ରନ୍ ପାର୍ଟନରଶିପ୍ ହୋଇଥିଲା । ପିଲିପ ସଲ୍ଟ ବ୍ୟକ୍ତିଗତ ୨୬ ରନ୍ରେ ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ଜାଡେଜାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଏହାପରେ ବେନ୍ ଡକେଟ୍ (୬୫), ଜୋ ରୁଟ୍ (୬୯), ଜାମି ଓଭରଟନ୍ (୬)ଙ୍କୁ ପାଭିଲିୟନ ପଠାଇଥିଲେ ଜାଡେଜା । ହ୍ୟାରି ବ୍ରୁକ୍ ୩୧, ଜୋଶ ବଟଲର୍ ୩୪, ଲିୟାମ ଲିଭିଙ୍ଗଷ୍ଟନ ୪୧ ରନ୍ କରି ଆଉଟ୍ ହୋଇଥିଲେ । ଇଂଲଣ୍ଡର ତିନି ଖେଳାଳି ରନ୍ ଆଉଟ୍ ହୋଇଥିଲେ ।
BARABATI BATTLE; ଟସ୍ ଜିତି ଟିମ୍ ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ଦଳକୁ ଫେରିଲେ ବିରାଟ୍
ଅନ୍ୟପଟେ ଭାରତ ପାଇଁ ରବିନ୍ଦ୍ର ଜାଡେଜା ସବୁଠୁ ଅଧିକ ୩ ୱିକେଟ୍ ମିଳିଛି । ମହମ୍ମଦ ଶାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।