IND Vs ENG: ୧୪ ବର୍ଷ ପରେ ଇଂଲଣ୍ଡର କ୍ଲିନ୍‌ ସୁଇପ୍‌ କଲା ଟିମ୍‌ ଇଣ୍ଡିଆ, ଗିଲ ସାଜିଲେ ହିରୋ 

ଅହମ୍ମଦାବାଦ,୧୨।୨: ଭାରତୀୟ କ୍ରିକେଟ ଟିମ୍‌ ଅହମ୍ମଦାବାଦ ଦିନିକିଆରେ ମଧ୍ୟ ଇଂଲଣ୍ଡକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୩୫୬ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଇଂଲଣ୍ଡ ଚାପରେ ରହି ମାତ୍ର ୨୧୪ ରନରେ ଅଲଆଉଟ୍‌ ହୋଇଯାଇଥିଲା ଏବଂ ୧୪୨ ରନରେ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ବିଜୟ ସହ ଭାରତୀୟ ଦଳ ଏକଦିବସୀୟ ସିରିଜକୁ ୩-୦ରେ କ୍ଲିନ୍‌ ସୁଇପ୍‌ କରିଛି। ନାଗପୁର ଏବଂ କଟକ ଦିନିକିଆରେ ମଧ୍ୟ ଦଳ ଇଂଲଣ୍ଡକୁ ଏକତରଫା […] The post IND Vs ENG: ୧୪ ବର୍ଷ ପରେ ଇଂଲଣ୍ଡର କ୍ଲିନ୍‌ ସୁଇପ୍‌ କଲା ଟିମ୍‌ ଇଣ୍ଡିଆ, ଗିଲ ସାଜିଲେ ହିରୋ  appeared first on Dharitri Odia News.

IND Vs ENG: ୧୪ ବର୍ଷ ପରେ ଇଂଲଣ୍ଡର କ୍ଲିନ୍‌ ସୁଇପ୍‌ କଲା ଟିମ୍‌ ଇଣ୍ଡିଆ, ଗିଲ ସାଜିଲେ ହିରୋ 
ଅହମ୍ମଦାବାଦ,୧୨।୨: ଭାରତୀୟ କ୍ରିକେଟ ଟିମ୍‌ ଅହମ୍ମଦାବାଦ ଦିନିକିଆରେ ମଧ୍ୟ ଇଂଲଣ୍ଡକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୩୫୬ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଇଂଲଣ୍ଡ ଚାପରେ ରହି ମାତ୍ର ୨୧୪ ରନରେ ଅଲଆଉଟ୍‌ ହୋଇଯାଇଥିଲା ଏବଂ ୧୪୨ ରନରେ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ବିଜୟ ସହ ଭାରତୀୟ ଦଳ ଏକଦିବସୀୟ ସିରିଜକୁ ୩-୦ରେ କ୍ଲିନ୍‌ ସୁଇପ୍‌ କରିଛି। ନାଗପୁର ଏବଂ କଟକ ଦିନିକିଆରେ ମଧ୍ୟ ଦଳ ଇଂଲଣ୍ଡକୁ ଏକତରଫା ଭାବରେ ପରାସ୍ତ କରିଥିଲା। ତେବେ ୧୪ ବର୍ଷ ପରେ ଭାରତ ଦିନିକିଆ ସିରିଜରେ ଇଂଲଣ୍ଡକୁ କ୍ଲିନ ସୁଇପ୍‌ କରିଛି।
ଅହମ୍ମଦାବାଦରେ ଟିମ୍‌ ଇଣ୍ଡିଆର ବିଜୟର ନାୟକ ସାଜିଥିଲେ ଶୁଭମନ ଗିଲ୍‌, ଯିଏ ତାଙ୍କ ODI କ୍ୟାରିୟରର ୭ମ ଶତକ ହାସଲ କରିଥିଲେ। ଗିଲ୍‌ ତାଙ୍କ ଇନିଂସରେ ୧୧୨ ରନ କରିବା ସହିତ ୧୪ ଚୌକା ଏବଂ ୩ ଛକା ମାରିଥିଲେ। ଗିଲଙ୍କ ବ୍ୟତୀତ ଶ୍ରେୟସ ଆୟର ୭୮ ରନର ଇନିଂସ ଖେଳିଥିବା ବେଳେ ବିରାଟ କୋହଲି ମଧ୍ୟ ୫୨ ରନ୍‌ କରିଥିଲେ। ୪୫୧ ଦିନ ପରେ ବିରାଟ କୋହଲି ଏକଦିବସୀୟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିଥିଲେ।
ଭାରତୀୟ ଦଳ ପାଇଁ ସମସ୍ତ ବୋଲର ସଫଳତା ପାଇଥିଲେ। ଅର୍ଶଦୀପ ସିଂହ, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲ ୨ଟି ଲେଖାଏ ଉଇକେଟ ପାଇଥିଲେ। ୱାଶିଂଟନ ସୁନ୍ଦର ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
ଅପରପକ୍ଷେ ଇଂଲଣ୍ଡର ପରାଜୟର ମୁଖ୍ୟ କାରଣ ଥିଲା ଏହାର ବ୍ୟାଟ୍ସମ୍ୟାନ। ଫିଲ ସଲ୍ଟ, ବେନ ଡକେଟ୍‌, ଟମ ବାଣ୍ଟନ, ଜୋ ରୁଟ୍‌, ହ୍ୟାରି ବ୍ରୁକ୍‌ ସମସ୍ତେ ଭଲ ଆରମ୍ଭ କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ଏହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ଶ୍ରେଷ୍ଠ ପାଞ୍ଚ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବାଣ୍ଟନ ସର୍ବାଧିକ ରନ କରିଥିଲେ। ତାଙ୍କ ବ୍ୟାଟରୁ ୩୮ ରନ ଆସିଥିଲା। ଡକେଟ ୩୪, ସଲ୍ଟ ୨୩ ଏବଂ ରୁଟ ୨୪ ରନ କରିଥିଲେ। ହ୍ୟାରି ବ୍ରୁକ ୧୯ ରନ କରିଥିଲେ। ଅଧିନାୟକ ବଟଲର୍‌ ମାତ୍ର ୬ ରନ କରିପାରିଥିଲେ ଏବଂ ଲିଭିଙ୍ଗଷ୍ଟୋନ ୨୩ ବଲ୍‌ରେ ମାତ୍ର ୯ ରନ୍‌ କରିଥିଲେ। ଏହାର ବ୍ୟାଟିଂ ଯୋଗୁ ଇଂଲଣ୍ଡ ଦଳ ଟି-୨୦ ସିରିଜ ମଧ୍ୟ ହାରିଥିଲା, ଯେଉଁଠାରେ ଏହାକୁ ୧-୪ରେ ପରାଜୟର ସାମ୍ନା କରିବାକୁ ପଡିଥିଲା।
ଭାରତୀୟ ଦଳ ଗତ ୧୧ ବର୍ଷ ମଧ୍ୟରେ ଇଂଲଣ୍ଡ ବିପକ୍ଷରେ ସବୁଠାରୁ ବଡ଼ ଏକଦିବସୀୟ ବିଜୟ ହାସଲ କରିଛି। ରନ ଦୃଷ୍ଟିରୁ ଏହା ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ସର୍ବବୃହତ ବିଜୟ। ୨୦୦୮ ମସିହାରେ ରାଜକୋଟରେ ଖେଳାଯାଇଥିବା ଏକଦିବସୀୟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ୧୫୮ ରନରେ ପରାସ୍ତ କରିଥିଲା। ଏବେ ଅହମ୍ମଦାବାଦରେ ୧୪୨ ରନରେ ବିଜୟୀ ହୋଇଛି। କେବଳ ଏତିକି ନୁହେଁ, ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଚତୁର୍ଥ ଥର ପାଇଁ ଦ୍ୱିପାକ୍ଷିକ ସିରିଜରେ କ୍ଲିନ ସୁଇପ୍‌ କରିଛି। ସେ ଧୋନି ଏବଂ ବିରାଟଙ୍କୁ ପଛରେ ପକାଇ ଦେଇଛନ୍ତି, ଯେଉଁମାନେ ତିନିଥର ଏହି ସଫଳତା ହାସଲ କରିଥିଲେ।

The post IND Vs ENG: ୧୪ ବର୍ଷ ପରେ ଇଂଲଣ୍ଡର କ୍ଲିନ୍‌ ସୁଇପ୍‌ କଲା ଟିମ୍‌ ଇଣ୍ଡିଆ, ଗିଲ ସାଜିଲେ ହିରୋ  appeared first on Dharitri Odia News.