Indian Coast Guard Rescues Fishermen: ଭାରତୀୟ କୋଷ୍ଟଗାର୍ଡର ସାହସିକ ଅପରେସନ; ପାକିସ୍ତାନର ଘେରାବନ୍ଦୀରୁ ୭ ମତ୍ସ୍ୟଜୀବୀ ଉଦ୍ଧାର
ସମୁଦ୍ରରେ ଭାରତୀୟ ତଟରକ୍ଷୀ ବାହିନୀର ସାହସିକ ରେସକ୍ୟୁ ଅପରେସନ୍। ପାକିସ୍ତାନ ସାମୁଦ୍ରିକ ବାହିନୀର ଘେରାବନ୍ଦୀରେ ଥିବା ୭ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ କୋଷ୍ଟଗାର୍ଡ।
ସମୁଦ୍ରରେ ଭାରତୀୟ ତଟରକ୍ଷୀ ବାହିନୀର ସାହସିକ ରେସକ୍ୟୁ ଅପରେସନ୍। ପାକିସ୍ତାନ ସାମୁଦ୍ରିକ ବାହିନୀର ଘେରାବନ୍ଦୀରେ ଥିବା ୭ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ କୋଷ୍ଟଗାର୍ଡ। ଭାରତ-ପାକିସ୍ତାନ ସାମୁଦ୍ରିକ ସୀମାରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଛି।
ରେସକ୍ୟୁ ଅପରେସନ ବେଳେ ପାକିସ୍ତାନ ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ତେବେ ଭାରତୀୟ ତଟରକ୍ଷୀ ବାହିନୀ ଜାହାଜ ଅଗ୍ରୀମ, ପାକିସ୍ତାନ ଜାହାଜ ନୁସରତ୍ର ୨ ଘଣ୍ଟା ଧରି ମୁକାବିଲା କରିଥିଲା। ପରେ ମତ୍ସ୍ୟଜୀବୀଙ୍କ ଜାହାଜ କାଳଭୈରବରୁ ଉଦ୍ଧାର ହୋଇଥିଲେ ୭ ମତ୍ସ୍ୟଜୀବୀ।
ଅଧିକ ପଢ଼ନ୍ତୁ: ନିଜ ଜୀବନକୁ ବାଜି ଲଗାଇ ବଞ୍ଚେଇଲେ ୭ ଶିଶୁର ଜୀବନ, କିନ୍ତୁ ନିଆଁରେ ଜଳିଗଲେ ନିଜର ଯାଆଁଳା ଝିଅ
ମଝି ସମୁଦ୍ରରେ ଭାରତୀୟ କୋଷ୍ଟଗାର୍ଡ-ପାକିସ୍ତାନୀ ଜାହାଜ ମୁହାଁମୁହିଁ ହୋଇଥିଲେ । ମତ୍ସ୍ୟଜୀବୀଙ୍କୁ ଧରି ପଳାଉଥିବା ପାକିସ୍ତାନୀ ଜାହାଜକୁ ଘେରିଥିଲା ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଅଗ୍ରୀମ। ପ୍ରାୟ ଦୁଇ ଘଣ୍ଟା ଧରି ପାକିସ୍ତାନୀ ଜାହାଜର ପିଛା ପରେ ଭାରୀତୀୟ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲା । ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ପାଇଁ ପାକିସ୍ତାନୀ ଜାହାଜ ସୋମବାର ପାକିସ୍ତାନ-ଭାରତର ସାମୁଦ୍ରିକ ସୀମାରେ ପହଞ୍ଚିଥିଲା।
@IndiaCoastGuard rescued 07 fishermen apprehended by Pakistan Maritime Security Agency (PMSA) near the #India #Pakistan maritime boundary on 17 Nov 24. #ICG swiftly responded to a distress call, intercepted PMSA, and ensured the safe return of the crew. #ICG remains committed to… pic.twitter.com/pP1GiTS8SC — Indian Coast Guard (@IndiaCoastGuard) November 18, 2024
ସେଠାର ନିୟୋଜିତ ହୋଇଥିବା ଇଣ୍ଡିଆନ କୋଷ୍ଟଗାର୍ଡର ଜାହାଜ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ପାକିସ୍ତାନର ସାମୁଦ୍ରିକ ସୁରକ୍ଷା ଏଜେନ୍ସିର ଜାହାଜ ପିଏମଏସ ନୁସରତ ଭାରତୀୟ ସମୁଦ୍ର ସୀମାରେ ପ୍ରବେଶ କରି ‘କାଲ୍ ଭୈରବ’ ବୋଟର ୭ ମତ୍ସ୍ୟଜୀବୀଙ୍କୁ ଧରି ନେଇଯାଉଥିଲା । ଏହି ସୂଚନା ପାଇବା ପରେ ଆକ୍ସନ ମୋଡ଼କୁ ଆସିଥିଲା ଭାରତୀୟ ତଟରକ୍ଷୀ ବାହିନୀ ।
ଦୁଇ ଘଣ୍ଟା ଧରି ଗୋଡ଼ାଇବା ପରେ ୭ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ତେବେ ଏହି ଘଟଣାରେ ମତ୍ସଜୀବୀଙ୍କ ବୋଟ୍ ‘କାଲ୍ ଭୈରବ’ କ୍ଷତିଗ୍ରସ୍ତ ହେବା ସହ ପାଣିରେ ବୁଡ଼ି ଯାଇଥିଲା । ୧୭ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ଧରି ୧୮ ତାରିଖରେ ପହଞ୍ଚିଥିଲା କୋଷ୍ଟଗାର୍ଡ । କାହିଁକି ପାକିନ୍ତାନୀ ଜାହାଜ ଭାରତୀୟ ମତ୍ସ୍ୟଜୀବୀଙ୍କୁ ନେଇ ଯାଉଥିଲା, ଏହା ପଛରେ କଣ ରହିଛି ଉଦ୍ଦେଶ୍ୟ ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି । ପୋଲିସ, ଗୁଇନ୍ଦା ବିଭାଗ ଓ କୋଷ୍ଟଗାର୍ଡ ପକ୍ଷରୁ ମିଳିତ ତଦନ୍ତ ଆରମ୍ଭ ହୋଇଛି ।