Indo-Pak Tensions on Social Media: ନିଜ ଦେଶରେ ନିଜେ ଟ୍ରୋଲ୍ ହେଉଛି ପାକିସ୍ତାନ ସରକାର, ଛାଡ଼ୁନାହାନ୍ତି ଲୋକ
ପହଲଗାମ୍ ଆକ୍ରମଣ ଘଟଣାରେ ପାକିସ୍ତାନ ଲୋକମାନେ ନିଜ ସରକାରକୁ ସୋସିଆଲ୍ ମିଡିଆରେ ପ୍ରଶ୍ନ ପଚାରିବା ଆରମ୍ଭ କଲେଣି । ଏହି ନରସଂହାର ଘଟଣା ପାଇଁ କିଏ ଦାୟୀ ? ଏମାନେ ମିମ୍ କରୁଛନ୍ତି ଓ ସରକାରକୁ ତାଚ୍ଛଲ୍ୟ କରି କମେଣ୍ଟ ଦେଉଛନ୍ତି । ପାକିସ୍ତାନ ବିରୋଧରେ ଭାରତର କଡ଼ା ଆଭିମୁଖ୍ୟ ପାଇଁ ଏମାନେ ପାକିସ୍ତାନ ସରକାର ବିରୋଧରେ ବିଷୋଦଗାର କରୁଛନ୍ତି ।