Infant Protection Day 2024: ଶୀତଦିନେ କିପରି ପାଳିବେ ଶିଶୁ; ପିଲାକୁ ସୁସ୍ଥ ରଖିବା ପାଇଁ ଜାଣନ୍ତୁ ୫ଟି ଟିପ୍ସ
ଶିଶୁଙ୍କ ଭବିଷ୍ୟତକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ତେବେ ଗୋଟେ ଛୋଟ ପିଲାକୁ ପାଳି ମଣିଷ କରିବା ସହଜ କଥା ନୁହେଁ। ଏଥିପାଇଁ ବାପାମାଆଙ୍କୁ ଅନେକ କଷ୍ଟ କରିବାକୁ ପଡେ। ଅନେକ ବାପାମାଆ ଏ ଦିଗରେ ଯତ୍ନବାନ ହୋଇଥିବା ବେଳେ କେତେକ ଏହାକୁ ଅଣଦେଖା ମଧ୍ୟ କରିଥାନ୍ତି।
କୁହାଯାଏ ‘ଆଜିର ଶିଶୁ, କାଲିର ଭବିଷ୍ୟତ’। ତେଣୁ ଏହି ଭବିଷ୍ୟତକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ତେବେ ଗୋଟେ ଛୋଟ ପିଲାକୁ ପାଳି ମଣିଷ କରିବା ସହଜ କଥା ନୁହେଁ। ଏଥିପାଇଁ ବାପାମାଆଙ୍କୁ ଅନେକ କଷ୍ଟ କରିବାକୁ ପଡେ। ଅନେକ ବାପାମାଆ ଏ ଦିଗରେ ଯତ୍ନବାନ ହୋଇଥିବା ବେଳେ କେତେକ ଏହାକୁ ଅଣଦେଖା ମଧ୍ୟ କରିଥାନ୍ତି।
ଅଧିକ ପଢ଼ନ୍ତୁ: Parenting Tips: ଆପଣଙ୍କ ପିଲା ନିଦରେ ଶୋଇଲା ବେଳେ କଥା ହେଉଛି କି… ଜାଣନ୍ତୁ ଏହାର କାରଣ ଓ ନିରାକରଣ
ସେଥିପାଇଁ ପ୍ରତିବର୍ଷ ୭ ନଭେମ୍ବରରେ ‘ଶିଶୁ ସୁରକ୍ଷା ଦିବସ’ ପାଳନ କରାଯାଏ। ନବଜାତ ଶିଶୁର ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କର ଉପଯୁକ୍ତ ଯତ୍ନ ନେବା ଏକମାତ୍ର ଉଦ୍ଦେଶ୍ୟ ସହିତ ଏହି ଦିନ ପାଳନ କରାଯାଏ।
ଏହି ଦିନଟି ଅସୁରକ୍ଷିତ ବିକାଶ ପର୍ଯ୍ୟାୟରେ ଛୋଟ ପିଲାମାନଙ୍କୁ କିପରି ସୁରକ୍ଷା ଏବଂ ପୋଷଣ କରାଯିବ ସେ ବିଷୟରେ ଆଲୋଚନା କରିବା ପାଇଁ ସ୍ଥିର କରାଯାଇଛି।
‘ଶିଶୁ ସୁରକ୍ଷା ଦିବସ’ ମହତ୍ତ୍ୱ:
‘ଶିଶୁ ସୁରକ୍ଷା ଦିବସ’ ପାଳନ କରିବାର ମୁଖ୍ୟ କାରଣ ହେଉଛି ଶିଶୁମାନଙ୍କର ଜୀବନ ରକ୍ଷା ପାଇଁ ପଦକ୍ଷେପ ନେବା। ଏହି ଦିନ ଶିଶୁମାନଙ୍କର ନିରାପତ୍ତା ଏବଂ ପୁଷ୍ଟିକର ଖାଦ୍ୟ ବିଷୟରେ ସଚେତନତା ସୃଷ୍ଟି କରିବାକୁ ସରକାର ଆଶା ରଖିଛନ୍ତି। ପ୍ରତ୍ୟେକ ପିଲାଙ୍କୁ ସେମାନଙ୍କର ଶକ୍ତିଶାଳୀ ସ୍ୱାସ୍ଥ୍ୟ ଏବଂ ପ୍ରତିରୋଧକ ଶକ୍ତି ଯୋଗାଇବାକୁ ଚେଷ୍ଟା କରିବା ଏହି ଦିବସର ଲକ୍ଷ୍ୟ।
ଏହି ଦିନରେ ସ୍ୱାସ୍ଥ୍ୟର ସୁରକ୍ଷାକୁ କିପରି ପ୍ରୋତ୍ସାହିତ କରାଯିବ ସେନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
ଅଧିକ ପଢ଼ନ୍ତୁ: Parenting Tips: ପିଲାଙ୍କ ମସ୍ତିଷ୍କର ବିକାଶ କରିବାକୁ ଚାହୁଁଛନ୍ତି କି… ସକାଳେ କରନ୍ତୁ ଏହି କାମ
ଇତିହାସ:
ପ୍ରତିବର୍ଷ ୭ ନଭେମ୍ବରରେ ଆମେ ‘ଶିଶୁ ସୁରକ୍ଷା ଦିବସ’ ପାଳନ କରୁ। ଯଦିଓ ଏହି ଦିନର କୌଣସି ବିଶେଷ ଐତିହାସିକ ମହତ୍ତ୍ୱ ନାହିଁ।
ଶିଶୁ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଥମେ ୟୁରୋପୀୟ ଦେଶମାନଙ୍କ ଦ୍ୱାରା ଶିଶୁ ସୁରକ୍ଷା ଦିବସ ପ୍ରତିଷ୍ଠା ନେଇ ପ୍ରୟାସ କରାଯାଇଥିଲା।
୧୯୯୦ ରେ, ପ୍ରାୟ ୫୦ ଲକ୍ଷ ଶିଶୁ ସାରା ବିଶ୍ୱରେ ପ୍ରାଣ ହରାଇଥିଲେ। ଶିଶୁମାନଙ୍କର ସୁରକ୍ଷା ପ୍ରତି ସଚେତନତା ଅଭାବରୁ ଏଭଳି ହେବା ଯୋଗୁଁ ଏହି ଦିନଟି ପାଳନ କରିବାକୁ ସ୍ଥିର କରାଗଲା।
ଶିଶୁ ସୁରକ୍ଷା ଦିବସ ହେଉଛି ସାରା ବିଶ୍ୱରେ ଶିଶୁମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବାର ଏକ ସୁଯୋଗ।
ଚଳିତ ବର୍ଷତ ଥିମ୍:
ପ୍ରତ୍ୟେକ ଦିସବ ପାଳନ କରିବା ପାଇଁ ଏକ ଥିମ୍ ସ୍ଥିର ହୋଇଥାଏ। ପ୍ରତି ଏକ ନିର୍ଦ୍ଦିଷ୍ଟ ଥିମ୍କୁ ନେଇ ମଧ୍ୟ ‘ଶିଶୁ ସୁରକ୍ଷା ଦିବସ’ ପାଳନ ହୁଏ। ଚଳିତ ବର୍ଷର ଥିମ୍ ହେଉଛି “ନବଜାତ ଶିଶୁର ଯତ୍ନ ଏବଂ କିଛି ପ୍ୟାରେଣ୍ଟିଂ ଟିପ୍ସ ଦ୍ୱାରା ଶିଶୁ ମୃତ୍ୟୁହାର କମ କରିବା” ଉପରେ କେନ୍ଦ୍ରୀତ।
ବର୍ତ୍ତମାନ ଶୀତ ଦିନ ଚାଲୁଥିବାରୁ ନବଜାତ ଶିଶୁର କିପରି ଯତ୍ନ ନେବେ ଆସନ୍ତୁ ଜାଣିବା।
ସ୍ନାନ:
ନବଜାତ ଶିଶୁମାନଙ୍କୁ ସ୍ନାନ କରିବା ଜରୁରୀ କିନ୍ତୁ ଶୀତଦିନରେ ପ୍ରତିଦିନ ସ୍ନାନ ନ କରି ପ୍ରତି ଦୁଇ କିମ୍ବା ତିନି ଦିନରେ ସେମାନଙ୍କୁ ସ୍ନାନ କରିପାରିବେ।
ଅଧିକ ପଢ଼ନ୍ତୁ: Parenting Tips: ଆପଣଙ୍କ ପିଲା ନିଦରେ ଶୋଇଲା ବେଳେ କଥା ହେଉଛି କି… ଜାଣନ୍ତୁ ଏହାର କାରଣ ଓ ନିରାକରଣ
ତେଲ ମାଲିସ୍:
ସ୍ନାନ କରିବା ପରେ ନବଜାତ ଶିଶୁର ଶରୀରକୁ ମାଲିସ୍ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଶରୀରକୁ ମସାଜ୍ କରିବା ପାଇଁ ଆପଣ ବାଦାମ, ନଡିଆ ତେଲ ଇତ୍ୟାଦି ବ୍ୟବହାର କରିପାରିବେ।
ନବଜାତ ଶିଶୁର ଶରୀରକୁ ମାଲିସ୍ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣମଶ୍ଚରାଇଜ୍:
ଶିଶୁର ଚର୍ମକୁ ମଶ୍ଚରାଇଜ୍ ରଖିବା ପାଇଁ ଦିନକୁ ଦୁଇଥର ମଶ୍ଚରାଇଜର ବ୍ୟବହାର କରନ୍ତୁ। ତେବେ ମଶ୍ଚରାଇଜର ବ୍ୟବହାର କରିବା ପୂର୍ବରୁ, ଡାକ୍ତରଙ୍କଠାରୁ ଅନୁମତି ନେବା ଜରୁରୀ।
ଗରମ ପୋଷାକ ପିନ୍ଧାନ୍ତୁ:
ଶୀତରୁ ରକ୍ଷା କରିବା ପାଇଁ ଶିଶୁକୁ ଗରମ ପୋଷାକ ପିନ୍ଧାଇବା ଉଚିତ।
ଶିଶୁକୁ ଗରମ ପୋଷାକ ପିନ୍ଧାଇବା ଉଚିତକମ୍ବଳ ଲଦନ୍ତୁ ନାହିଁ:
ଥଣ୍ଡାର ଚକ୍କରରେ ପିଲା ଉପରେ ରେଜେଇ ଏବଂ କମ୍ବଳ ଲଦନ୍ତୁ ନାହିଁ। ପିଲାକୁ ଏପରି ଘୋଡାନ୍ତୁ ଯେପରି ସେ ସହଜରେ ଶ୍ୱାସ ନେଇ ପାରିବେ।